ବନ୍ଧୁଗଣ ଏବେ ଦୁଇଟି କଥା ଚର୍ଚ୍ଚାକୁ ଆସୁଛି ପ୍ରଶାନ୍ତ ମହାସାଗର କଥା ଯଦି ଦେଖିବା ଆପଣଙ୍କର ମନେ ଥିବ ଯେଉଁ ଭଳି ଭାବରେ ବାରମ୍ବାର ପ୍ରଶାନ୍ତ ମହାସାଗରରେ ଯେଉଁ ରିଙ୍ଗ ଅଫ ଫାୟାର ରହିଛି ସେହିଠାରୁ କିଭଳି ଭାବରେ ଭୂକମ୍ପର ଝଟକା ଅନୁଭୃତ ବହୁତ ସମୟରେ ହୋଇଥାଏ । ଏହା ଦ୍ଵାରା ମଧ୍ୟ ଶକ୍ତିଶାଳୀ ସୁନାମୀ ଆସିବାର ସମ୍ଭାବନା ଥାଏ । ସେହି ପ୍ରକାରର ସ୍ଥିତି ଗତ କାଲି ଉତ୍ପନ୍ନ ହୋଇଥିଲା ଯେତେବେଳେ ଜାପାନର ଫୁକୁସୀମା 7.4 ରିକ୍ଟର ସ୍କେଲରେ ଭୂକମ୍ପର ସାମ୍ନା କରିଥିଲା ।
ଏହାର ପ୍ରଶାନ୍ତ ମହାସାଗର ସହ କିଭଳି ସମ୍ପର୍କ ରହିଛି ତାକୁ ଯଦି ଆଲୋଚନା ଭିତରକୁ ଆଣିବା ଡାହାଣ ପଟରେ ଯେଉଁ ଚିତ୍ରଟି ଆପଣ ଦେଖୁଛନ୍ତି ଜାପାନରେ ଯେତେବେଳେ ଭୂମିକମ୍ପ ହୋଇଥିଲା ସେହି ସମୟର ଏହି ଚିତ୍ର । ଅର୍ଥାତ ପୁଣି ଠାରେ ଜାପାନର ଫୁକୁସିମା ରିଙ୍ଗ ଅଫ ଫାୟାର ତଥା ପ୍ରଶାନ୍ତ ମହାସାଗର ଅନ୍ତର୍ଭୁକ୍ତ ଏହି ଅଞ୍ଚଳ ପାଖାପାଖି ଆସୁଛି ସେଥିପାଇଁ ଏଠି ସୁନାମୀ ଆଲର୍ଟ ମଧ୍ୟ ଜାରି କର ଯାଇଥିଲା ।
ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଓଡିଶାକୁ ଏକ ବାତ୍ୟା ଆସିବାକୁ ଯାଉଛି ସେହି ବାତ୍ୟାର ନାମ ହେଉଛି ‘ଅସାନି’ । ବନ୍ଧୁଗଣ ବାରମ୍ବାର ପ୍ରଶାନ୍ତ ମହାସାଗରରେ ଡିପ୍ରେସନ ଘଟୁଛି ଯାହା ଭାରତ ମହାସାଗରକୁ ଆସି ଘୂର୍ଣ୍ଣୀ ବଳୟରେ ପରିଣତ ହେଉଛି ।
ଏହା ପରେ ଏହା ବାତ୍ୟାର ରୂପ ନେଉଛି । ବନ୍ଧୁଗଣ ଏହି ସବୁ କଥା ଗୁଡିକ ସାଧାରଣତଃ ପ୍ରଶାନ୍ତ ମହାସାଗର ଅଶାନ୍ତ ରହିବା କାରଣରୁ ହେଉଛି । ପ୍ରଶାନ୍ତ ମହାସାଗରରେ ରିଙ୍ଗ ଅଫ ଫାୟାର ହେବା କାରଣରୁ ଅନେକ ଥର ସୁନାମୀ ହୋଇଛି । ଏହି ରିଙ୍ଗ ଅଫ ଫାୟାର ଜୋନରେ ଜାପାନ ରହୁଛି । ତେବେ ବନ୍ଧୁଗଣ ଏବେ ସାରା ଓଡିଶାରେ ବାତ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଆସନ୍ତା ୨୨ ତାରିଖରେ ଘୂର୍ଣ୍ଣୀ ବଳୟ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି । ହେଲେ ଆଶ୍ବସ୍ତିକର କଥା ଏହା କି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ଏହା ଗତିପଥ ପରିବର୍ତ୍ତନ କରିବ । ହେଲେ କେଉଁଠି ଗତିପଥ ପରିବର୍ତ୍ତନ କରିବ ସେନେଇ କୌଣସି ସୂଚନା ଆସି ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।