ପିଏମ ମୋଦୀ ୩୦ ଏପ୍ରିଲ ଜାଗାରେ ୩ ମେ ପର୍ଯ୍ୟନ୍ତ କାହିଁକି ବଢାଇଲେ ଲକଡାଉନ ? ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

କୋରୋନା ଭାଇରସ ର ପ୍ରକୋପ ବର୍ତ୍ତମାନ ବହୁତ କ୍ଷିପ୍ର ଗତିରେ ବଢିବାରେ ଲାଗିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନର ଅବଧିକୁ ପୁଣି ଥରେ ବଢାଇବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ନିଷ୍ପତ୍ତି ଦ୍ଵାରା ନିର୍ଧାରିତ ହୋଇଥିବା ସମୟ ସୀମା ୧୯ ଦିନ ବଢି ୩ମେ ପର୍ଯ୍ୟନ୍ତ ହୋଇଛି । ଯେଉଁଠାରେ ଅନ୍ୟ ସମସ୍ତ ରାଜ୍ୟ ଗୁଡିକରେ ଏହି ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢା ଯାଇଛି । ମୋଦୀ ବଢାଇ ଥିବା ଲକଡାଉନ ର ଅବଧି ୩ ମେ ପର୍ଯ୍ୟନ୍ତ ବଢିବାକୁ ନେଇ ଅନେକ ପ୍ରଶ୍ନ ପଚାରିଛନ୍ତି ।

Google

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ମିଳିତ ବୈଠକ ବସିବା ପରେ କେନ୍ଦ୍ର ସରକାର ଏହି ଲକଡାଉନର ସମୟକୁ ସିମାକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢାଇବା ପାଇଁ ନିଷ୍ପତ୍ତି ନେଇଥିବା ସମୟରେ ସମସ୍ତ ରାଜ୍ୟ ସରକାର ମାନଙ୍କର ମତ କିଛି ଭିନ୍ନ ଥିଲା । ଏହି ମତକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମୟ ସିମାକୁ ୩ ମେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ରାଜ୍ୟ ସରକାର ମାନଙ୍କ ଅନୁସାରେ ୧ ମେ ଶ୍ରମିକ ଦିବସ, ୨ ମେ ଦିନ ଶନିବାର ଏବଂ ୩ ମେ ରବିବାର ହୋଇ ଥିବାରୁ ଏହି ତିନି ଦିନ ସରକାରୀ ଛୁଟି ପଡୁଛି । ସେଥିପାଇଁ ସେମାନେ ଲକଡାଉନ ସମୟ ସିମାକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଆବେଦନ କରିଥିଲେ ।

Google

ଓଡିଶା, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମ ବଙ୍ଗଳା ଲକଡାଉନକୁ ୩୦ ଏପ୍ରିଲ ବଢାଇବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଆଠଟି ରାଜ୍ୟ ଏହାର ପ୍ରସ୍ତୁତି ଚଳାଇ ଥିଲେ । କିନ୍ତୁ ବର୍ତ୍ତମାନ ଜେତାବେଳେ କେନ୍ଦ୍ର ସରକାର ଏହି ଲକଡାଉନ ସମୟ ସିମାକୁ ୩ ମେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ଏଥିପାଇଁ ଯେଉଁ ରାଜ୍ୟ ଗୁଡିକ ୩୦ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ ବଢାଇଛନ୍ତି ସେମାନଙ୍କୁ ୩ ମେ ପର୍ଯ୍ୟନ୍ତ ଏହାକୁ ପାଳନ କରିବା ପାଇଁ ପଡିବ । ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *