ସବୁ ଦୁଖଃ ଦୂର କରିବ ଏହି ଚମତ୍କାରୀ ଉପାୟ, ଚାକିରି ଓ ପଇସା ସବୁକିଛି ମିଳିବ ସହଜରେ

ମଣିଷ ଜୀବନରେ ଆସୁଥିବା ସଙ୍କଟ ବିଷୟରେ ଜୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଏବଂ ସାମୁଦ୍ରିକ ଶାସ୍ତ୍ର ରୁ ଜଣା ପଡିଥାଏ । ଏହି ଶାସ୍ତ୍ର ଦ୍ଵାରା କୁହାଯାଇ ଥିବା ସମସ୍ତ ମାର୍ଗକୁ ଆପଣାଇବା ଦ୍ଵାରା ଆମ ଭବିଷ୍ୟତର ସମସ୍ତ କାର୍ଯ୍ୟ ସିଦ୍ଧି ପ୍ରାପ୍ତ ହୋଇଥାଏ । ଆସନ୍ତୁ ଆଜି ଏପରି କିଛି କଥା ବିଷୟରେ ଜାଣିବା ଯାହାକୁ କରିବା ଦ୍ଵାରା ଆମ ଜୀବନରେ କ୍ଷତି ହୋଇଥାଏ । ପୂଜା ପାଠ କରିବା ଦ୍ଵାରା ମଣିଷ ଜୀବନ ଏବଂ ନିଜ ପରିବାରରେ ଶାନ୍ତି ମିଳିବା ସହିତ ସବୁ ଅସୁବିଧା ଦୂର ହେବା ସହିତ ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ପୂଜା ପାଠର ନିୟମ ବଜାୟ ରହିଛି । ଏହି ପୂଜା ପାଠ କରିବାର ଅନେକ ନୀତି ନିୟମ ମାନିବାକୁ ପଡିଥାଏ ।

ଚାକିରି ରେ ଅଭିବୃଦ୍ଧି ପାଇବା ପାଇଁ

Google

ଗୁରୁବାର ଦିନ ସକାଳୁ ଗାଧୋଇବା ସମୟରେ ପାଣିରେ ଗଙ୍ଗାଜଳ ମିଶାଇ ଗାଧାନ୍ତୁ ଏବଂ ଏହାପରେ ନାଲି କିମ୍ବା ନୀଳ ରଙ୍ଗର ବସ୍ତ୍ର ପିନ୍ଧି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ । ପୂଜା କରିବା ସମୟରେ ଏକ ଦୀପକୁ ଗୋଟିଏ ଧାଗାରେ ଗୁଡାଇ ସେଥିରେ ଆଳତି କରନ୍ତୁ । ଆଳତି କରିବା ପରେ ସେହି ଧାଗାକୁ ନିଜ ହାତରେ ବାନ୍ଧନ୍ତୁ । ଏହି ଧାଗାକୁ ବାନ୍ଧି ଆପଣ କୌଣସି ବି ପରୀକ୍ଷା ବା ଇଣ୍ଟରଭିୟୁ ଦେବାକୁ ଯିବା ସହିତ ଯଦି ଆପଣ ଚାକିରି କରିଛନ୍ତି ତାହେଲେ ଏହି ଧାଗାକୁ ପ୍ରତିଦିନ ବାନ୍ଧି ଅଫିସ ଯାଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଚାକିରିରେ ନିହାତି ଅଭିବୃଦ୍ଧି ମିଳିବ ।

ବ୍ୟବସାୟରେ ଲାଭ ପାଇଁ

Google

ଯଦି ଆପଣ ଜଣେ ବ୍ୟବସାୟୀ ହୋଇଥାନ୍ତି ତାହେଲେ ଏହି ଉପାୟ କରନ୍ତୁ । ଗୁରୁବାର ଦିନ ସକାଳୁ ଉଠି ଗାଧୋଇ ପୂଜା ଘରକୁ ଯାଇ ଏକ ଟଙ୍କିଆ ର ୧୧ ଟି ମୁଦ୍ରାକୁ ଗୋଟିଏ ଲାଲ କପଡା ଉପରେ ରଖନ୍ତୁ ଏବଂ ପ୍ରତ୍ୟେକ ଟି ମୁଦ୍ରା ଉପରେ ଭଗବାନ ବିଷ୍ଣୁଙ୍କ ପାଇଁ ଦୀପ ଜାଳନ୍ତୁ । ଏହାପରେ ଆପଣ ଭାବାନ ବିଷ୍ଣୁଙ୍କର ଆଳତି କରିବା ସହିତ ତାଙ୍କର ଆଶୀର୍ବାଦ ନିଅନ୍ତୁ । ଏହାପରେ ଆପଣ ଦୀପ ଗୁଡିକ କାଢି ସେହି ମୁଦ୍ରାକୁ ବାନ୍ଧି ଆପଣଙ୍କ ଦୋକାନରେ ବା ଅଫିସର ଦକ୍ଷିଣ ଦିଗରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ବହୁତ ଲାଭ ହେବ । ଆଶା କରୁଛୁ ଆପଣଙ୍କୁ ଏହା ଭଲ ଲାଗିଥିବ, ଏହିପରି ଆଉ କିଛି ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ  କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *