ଘାଇରେ ପଡିଯାଇଥିଲା ହାତୀ ଛୁଆ, ଏମିତି ବଞ୍ଚାଇଥିଲେ ଫରେଷ୍ଟଗାର୍ଡ, IFS ଅଫିସର ସେଆର କରିଥିବା ଫଟୋ ହେଉଛି ଭାଇରାଲ

ବର୍ତ୍ତମାନ ଇଣ୍ଟର୍ନେଟରେ ଜାଙ୍ଗଲର ଏକ ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଏକ ଫରେଷ୍ଟ ଗାର୍ଡ ନିଜ କାନ୍ଧରେ ହାତୀର ପିଲାକୁ ଧରି ନେଇ ଯାଉଛନ୍ତି । ଏହି ଘଟଣା ଡିସେମ୍ବର 2017 ର ଅଟେ । କିନ୍ତୁ ଏବେ ଏହି ଫଟୋ ବହୁତ ଭାଇରାଲ ହେବାକୁ ଲାଗିଛି । ଏହାକୁ ଇଣ୍ଡିଆନ ସର୍ଭିସ ଅଫିସର ଦୀପିକା ବାଜପେୟୀ ନିଜ ଟ୍ଵିଟର ଆକାଉଣ୍ଟ ରେ ଶେୟାର କରିଚାନ୍ତି । ପ୍ରକୃତରେ ୨୦୧୭ ମସିହା ଡିସେମ୍ବର ମାସରେ ତାମିଲନାଡୁ ର ଜଙ୍ଗଲରେ ଗୋଟିଏ ହାତୀ ଛୁଆ ଘାଇରେ ପଡିଯାଇଥିଲା ।

ଏହା ଦେଖିବା ପରେ ଫରେସ୍ଟ ଗାର୍ଡ ପଲାନିଚାମି ଶରଦକୁମାର ସେହି ହାତୀ ଛୁଆକୁ ନିଜ କାନ୍ଧରେ ଉଠାଇ ସେ ଘାଇରୁ ବାହାର କରିଥିଲେ । ଏହି ଘଟଣା ଦୁଇ ବର୍ଷ ପୂର୍ବର ହୋଇଥିଲେ ମଧ୍ୟ ତାହା ଆଜି ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଇଏଫଏସ ଅଧିକାରୀ ଦୀପିକା ବର୍ତମାନ ଏହି ଫଟୋକୁ ନିଜର ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି ଏବଂ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋକୁ ଦେଖିବା ପରେ ଅନେକ ଲୋକ ସେହି ଫରେଷ୍ଟ ଗାର୍ଡଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ଶରଦକୁମାର ତାମିଲନାଡୁର ମେଟୁପଲାୟମରେ ଚାକିରି କରୁଥିଲେ । ତାଙ୍କ ଫରେଷ୍ଟ ଟିମ କୁ ୨୦୧୭ ମସିହା ଡିସେମ୍ବର ୧୨ ତାରିଖରେ ଖବର ମିଳିଲା କି ଗୋଟିଏ ଜାଗାରେ ଗୋଟିଏ ବଡ ହାତୀ ରାସ୍ତାରେ ଠିଆ ହୋଇ ରାସ୍ତାକୁ ଜାମ କରିଛି । ଏହି ଖବର ପାଇବା ପରେ ଶରଦକୁମାର ଏବଂ ତାଙ୍କ ଟିମ ସେଠାରେ ପହଞ୍ଚି ସେଠାରୁ ହାତୀକୁ ହଟାଇବା ପାଇଁ ବାଣ ଫୁଟାଇ ଥିଲେ ଯାହା ଫଳରେ ସେହି ହାତୀଟି ସେଠାରୁ ଚାଲିଯାଇ ଥିଲା ।

ସେମାନେ ସେହିଠାରେ ଆଉ ଅନ୍ୟ ହାତୀ ଅଛନ୍ତି କି ନାହିଁ ଜାଣିବା ପାଇଁ ସେଠାରେ ଖୋଜା ଖୋଜି କରିବା ସମୟରେ ଗୋଟିଏ ଛୋଟ ହାତୀ ଘାଇରେ ପଡି ଯାଇଥିବାର ଶରଦକୁମାର ଦେଖିଲେ ।

Google

ଶରଦକୁମାର କହିଥିଲେ ଆମେ ଚାରି ଜଣ ହାତୀ ଛୁଆକୁ ବଞ୍ଚାଇବା ପାଇଁ ଯୋଜନା କରିଥିଲୁ କିନ୍ତୁ ଅଧିକ ସଂଖ୍ୟା ହେବା କାରଣରୁ ଆମ ଉପରେ ଆକ୍ରମଣ ହେବାର ଆଶଙ୍କା ଥିଲା । ସେହି ହାତୀ ଛୁଆର ମାଆ ବି ତା ଆଖ ପାଖରେ ନଥିଲା । ଏହାପରେ ଶରଦ କୁମାର ଏକା ହିଁ ସେହି ହାତୀ ଛୁଆ କୁ ସେହି ଘାଇରୁ ନିଜ କାନ୍ଧରେ ଉଠାଇ ପାଖାପାଖି ୫୦ ମିଟର ଯାଇଥିଲେ ଏବଂ ତାପରେ ତାକୁ ତା ମାଆ ପାଖରେ ଛାଡି ଦେଇଥିଲେ । ସେହି ହାତୀର ଛୁଆର ଓଜନ ୧୦୦ କିଲୋରୁ ଅଧିକ ଥିଲା । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *