ୱାର୍ଡ ମେମ୍ବର ଠୁ ସମିତିସଭ୍ୟ ସବୁ ନେତାଙ୍କ ଦରମା କେତେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପୌର ନିର୍ବାଚନ ଚାଲିଛି । ଓଡିଶାର ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ମାନଙ୍କୁ ଛିଡା କରାଇ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ନେତା ମାନଙ୍କ ଦରମା ଓ ସେମାନଙ୍କ ପେନସନ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ୱାର୍ଡ ମେମ୍ବର ଠୁ ସମିତିସଭ୍ୟ ସବୁ ନେତାଙ୍କ ଦରମା ଓ ସେମାନଙ୍କ ପେନସନ ବିଷୟରେ କହିବାକୁ ଯାଉଛୁ ।

ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଜଣେ ୱାର୍ଡ ମେମ୍ବରର କୌଣସି ଦରମା ନାହିଁ ତାକୁ ଦୈନିକ ୪୦ ଟଙ୍କା ଭତ୍ତା ମିଳିଥାଏ ଏହା ସହ ତାକୁ ପ୍ରତ୍ୟକ ମିଟିଙ୍ଗ ପାଇଁ ୨୦୦ ଟଙ୍କା ମିଳିଥାଏ । ସରପଞ୍ଚକୁ ମାସକୁ ୨୩୫୦ ଟଙ୍କା ମିଳିଥାଏ । ଏହା ସହ ଦୈନିକ ଭତ୍ତା ୪୦ ଟଙ୍କା ମିଳେ ଆଉ ପ୍ରତ୍ୟକ ମିଟିଙ୍ଗ ପାଇଁ ୨୦୦ ଟଙ୍କା ମିଳେ ।

ନାଏବ ସରପଞ୍ଚକୁ ୯୪୦ ଟଙ୍କା ଦରମା ମିଳେ । ଦୈନିକ ୪୦ ଟଙ୍କା ଓ ପ୍ରତ୍ୟକ ମିଟିଙ୍ଗରେ ୨୦୦ ଟଙ୍କା ମିଳେ । ସମିତି ସଭ୍ୟକୁ ମାସକୁ ୨୩୫୦ ଟଙ୍କା ଦରମା ମିଳେ । ଏହା ସହ ଦୈନିକ ଭତ୍ତା ୪୦ ଓ ପ୍ରତି ମିଟିଙ୍ଗ ପାଇଁ ୨୦୦ ଟଙ୍କା ମିଳେ । ପଞ୍ଚାୟତ ସମିତିର ଅଦକ୍ଷକୁ ୩୫୩୦ ଟଙ୍କା ଦରମା ମିଳେ ଏହା ସହ ଦୈନିକ ୪୦ ଟଙ୍କା ଭତ୍ତା ଓ ପ୍ରତି ମିଟିଙ୍ଗରେ ୨୦୦ ଟଙ୍କା ମିଳେ ।

ପଞ୍ଚାୟତ ସମିତିର ଉପାଧାକ୍ଷଙ୍କୁ ୨୩୫୦ ଟଙ୍କା ଦରମା ସହ ଦୈନିକ ଭତ୍ତା ୪୦ ଟଙ୍କା ମିଳେ । ଏହା ସହିତ ପ୍ରତି ମିଟିଙ୍ଗରେ ୨୦୦ ଟଙ୍କା ମିଳେ । ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମାସକୁ ୩୫୪୦ ଟଙ୍କା ମିଳେ । ଦୈନିକ ଭତ୍ତା ୮୦ ଓ ପ୍ରତି ମିଟିଙ୍ଗ ପାଇଁ ୨୨୦ ଟଙ୍କା ମିଳେ । ଜିଲ୍ଲା ପରିଷଦ ସଭାପତିଙ୍କୁ ମାସିକ ୯୩୮୦ ଟଙ୍କା ଓ ଉପସଭାପତିଙ୍କୁ ମାସିକ ୭୦୪୦ ଟଙ୍କା ମିଳେ । ଏହା ସହ ଉଭୟଙ୍କୁ ଦୈନିକ ୮୦ ଟଙ୍କା ଭତ୍ତା ଓ ପ୍ରତି ମିଟିଙ୍ଗ ପାଇଁ ୨୨୦ ଟଙ୍କା ମିଳେ ।

ଆପଣ ମାନେ କଣ ଜାଣିଛନ୍ତି ୧୯୮୩ ମସିହାରେ ଇଂରେଜ ଶାସନ ସମୟରେ ଓଡିଶାର ଏମଏଲଏଙ୍କ ଦରମା ୭୫ ଟଙ୍କା ଥିଲା । ମାତ୍ର ସ୍ଵାଧୀନତାର କିଛି ବର୍ଷ ପରେ ୧୯୫୪ ମସିହାରେ ଏହି ଦରମା ୨୦୦ ଟଙ୍କା ହୋଇଥିଲା । ଏମଏଲଏଙ୍କୁ ମାସିକ ଦରମା ୩୫ ହଜାର ଟଙ୍କା ମିଳେ । ପରିବହନ ଖର୍ଚ୍ଚ ପାଇଁ ୧୫ ହଜାର ଟଙ୍କା, ଇଲେକ୍ଟ୍ରି ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ଓ ଟେଲିଫୋନ ବିଲ ୮ ହଜାର ଟଙ୍କା ମିଳିଥାଏ ।

Leave a Reply

Your email address will not be published. Required fields are marked *