ପୃଥିବୀର ସବୁଠୁ ଭୟାନକ ଜଙ୍ଗଲ, ଯାହାର ରହସ୍ୟ ଆପଣଙ୍କ ହୋସ ଉଡେଇଦେବ…

ବନ୍ଧୁଗଣ ଆମ ପୃଥିବୀ ଯେତିକି ସୁନ୍ଦର ସେତିକି ବିଚିତ୍ର ମଧ୍ୟ । ଏହା ଭିତରେ ଥିବା ରହସ୍ୟମୟ ସୃଷ୍ଟି ସବୁବେଳେ ମଣିଷକୁ ଆଶ୍ଚର୍ଯ୍ୟ କରିଦିଏ । ପୃଥିବୀର ସବୁ ଜାଗା ସମାନ ନୁହେଁ କେଉଁଠି ନଦୀ ତ କେଉଁଠି ବିଶାଳ ଝରଣା ପୁଣି କେଉଁଠି ପର୍ବତମାଳା ତ କେଉଁଠି ମରୁଭୁମି । ତେଣୁ କରି ପୃଥିବୀକୁ ବୁଝିବା ଏତେ ସହଜ କଥା ନୁହେଁ । ତେବେ ସେ ମଧ୍ୟରେ ଆଜି ଆମେ ପୃଥିବୀର ସବୁଠାରୁ ଖାସ ଓ ବଡ ଜଙ୍ଗଲ ବିଷୟରେ କଥା ହେବା ।

ଏହି ଜଙ୍ଗଲଟି ଏତେ ବିଚିତ୍ର ଯେ, ଏହା ବିଷୟରେ ଯେତେ କହିଲେ ବି ଆପଣ ମାନଙ୍କୁ ବିଶ୍ଵାସ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବିଚିତ୍ର ଜଙ୍ଗଲ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମାଜୋନ ରେଞ୍ଜ ଫରେଷ୍ଟର ନାଁ ନିଶ୍ଚୟ ଶୁଣିଥିବେ । ଏହି ଜଙ୍ଗଲକୁ ନେଇ ଏକ ଦୁର୍ଘଟଣା ଗତ ଦୁଇ ବର୍ଷ ତଳେ ଘଟିଥିଲା ।

ଆମାଜୋନ ଭଳି ବିଶାଳ କାୟ ଘଞ୍ଚ ଜଙ୍ଗଲରେ ଦୀର୍ଘ 4 ମାସ ଧରି ନିଆଁ ଜଳି ଥିଲା ଯେଉଁଥିରେ ଅନେକ ଜୀବ ଜନ୍ତୁ ଓ ମୂଲ୍ଯବାନ ଔଷଧୀୟ ଗଛ ଆଦି ପୋଡିକି ଛାରଖାର ହୋଇଗଲା । ଆଉ ଏଭଳି ପରିସ୍ଥିତିକୁ ମଣିଷ ଆୟତ କରିବା ସମ୍ଭବ ହୋଇ ନଥିଲା । ପ୍ରକୃତି ହିଁ ଏହି ଜଙ୍ଗଲକୁ ଉଧାର କରିପାରି ଥିଲା । ଆକସ୍ମିକ ବର୍ଷା ହେବା ଫଳରେ ଜଙ୍ଗଲର ନିଆଁ ଲିଭି ଗଲା ।

ବନ୍ଧୁଗଣ ଏହି ଜଙ୍ଗଲ ଯେତିକି ଘନ ଏହାର ରହସ୍ୟ ମଧ୍ୟ ସେତିକି ବିଚିତ୍ର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଜଙ୍ଗଲ ଯଦି ଗୋଟେ ଦେଶ ହୋଇଥାନ୍ତା ତା ହେଲେ ଆମ ପୃଥିବୀର ନବମ ବୃହତ୍ତମ ଦେଶ ଭିତରେ ଏହା ରହିଥାନ୍ତା । ଏଠାରେ ଏତେ ବଡ ବଡ ଗଛ ଅଛି ଯେ, ଯାହାକୁ ଛୁଇଁ ସୂର୍ଯ୍ୟ କିରଣ ମାଟିକୁ ସ୍ପର୍ଶ କରିପାରେ ନାହିଁ । ବିଗତ କିଛି ବର୍ଷରେ ବୈଜ୍ଞାନିକ ମାନେ ଏହି ଜଙ୍ଗଲରୁ ଅନେକ କିଛି ଅନୁସନ୍ଧାନ କରିଛନ୍ତି ।

ଆମାଜୋନ ଜଙ୍ଗଲରେ ଥିବା ଏହି ଦୃଶ୍ୟ ଦେଖନ୍ତୁ ଆପଣଙ୍କୁ ଏହା ଏକ ଗଛ ଡାଳ ଭଳି ଦେଖା ଯାଉଥିବ ହେଲେ ଏହା ଏକ ପକ୍ଷୀ । ଏହି ପକ୍ଷୀ ସାଧାରଣତଃ ରାତିରେ ବୁଲନ୍ତି । ଏମିତି ଅନେକ ବିଚିତ୍ର ଜୀବ ଜନ୍ତୁ କେବଳ ଆମାଜୋନ ଜଙ୍ଗଲରେ ଦେଖିବାକୁ ମିଳେ । ବନ୍ଧୁଗଣ ଆପଣ ମାନେ କେବ ଗଛ ଚାଲିବାର ଦୃଶ୍ୟ ଦେଖିଛନ୍ତି । ଏହି ଆମାଜୋନ ଜଙ୍ଗଲରେ କାସ୍ପୋନା ନାମକ ଏକ ଗଛ ରହିଛି ।

ଯାହା ସୂର୍ଯ୍ୟ କିରଣ ଅନୁସାରେ ନିଜ ଚେରକୁ ଆଗକୁ ବଢାଇ ଥାଏ ଓ ଧୀରେ ଧୀରେ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ବ୍ଯାପି ଯାଇଥାଏ । ଏହି ସବୁ କଥା ବୈଜ୍ଞାନିକ ମାନେ ନିଜ ରିସର୍ଚରୁ ଜଣାଇ ଛନ୍ତି । ଆମାଜୋନ ଜଙ୍ଗଲ ବିଷୟରେ ଯେତେ କହିଲେ ବି କମ ପଡିଯିବ । ଏମିତି ଅନେକ ରହସ୍ୟ ଏହି ଜଙ୍ଗଲରେ ଲୁଚି ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *