ଶତ୍ରୁ ଛାତିରେ ‘ୱାଲି’ ଆତଙ୍କ ! ୟୁକେନକୁ ଦେବେ ବିଜୟ, ଦିନକୁ ସଂହାର କରନ୍ତି 40 ଶତ୍ରୁ, ଯାହାଙ୍କ ନାଁ ଶୁଣିଲେ ବି ଡରନ୍ତି ସମସ୍ତ ଶକ୍ତିଶାଳୀ ଦେଶ

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୮ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ଦୁଇ ଦେଶ ମଧ୍ୟରେ ଆଲୋଚନା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଆଉ ଏହାରି ମଧ୍ୟରେ ୟୁକ୍ରେନ ପାଇଁ ଲଢୁଛନ୍ତି ଦେଶର ଶ୍ରେଷ୍ଠ ସ୍ନାଇପର ବା ଲୁଚିକରି ଗୁଳି ଚଳାଉ ଥିବା ବ୍ୟକ୍ତି ‘ୱାଲି’ । କୁହାଯାଏ ଆତଙ୍କର ଅନ୍ୟ ନାମ ହେଉଛି ୱାଲି । ସଇତାନ ଶତ୍ରୁଙ୍କ ଷଡଯନ୍ତ୍ରକୁ ସାମ୍ନା କରି ଗୋଟିଏ ଦିନରେ ୪୦ ଜଣ ଶତ୍ରୁଙ୍କୁ ହତ୍ୟା କରିବାର ଦକ୍ଷତା ରହିଛି ୱାଲିର ।

ୱାଲିର ନାମ ଶୁଣିଲେ ଭୟରେ ଥରି ଉଠେ ଶତ୍ରୁ ଶିବିର । ତେବେ ମାତ୍ର ଦୁଇ ଦିନରେ ସେ ୬ ଜଣ ଋଷ ସୈନ୍ୟଙ୍କୁ ହତ୍ୟା କରିଥିବା ନେଇ କୁହାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଋଷ ବିରୋଧରେ ଲଢେଇ କରିବା ପାଇଁ ବିଦେଶୀ ମାନଙ୍କୁ ଆହ୍ଵାନ କରିଥିବାରୁ ସେ ୟୁକ୍ରେନକୁ ଏହି ବିପଦ ସମୟରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ରୟାଲ କାନାଡିଆନ ୨୨ତମ ରେଜିମେଣ୍ଟର ଯୋଦ୍ଧା ୱାଲି ଜଣେ ଫାୟାର ଫାଇଟର ପରି ।ୱାଲି ସତର୍କ ଘଣ୍ଟି ଶୁଣିବା ମାତ୍ରେ କାର୍ଯ୍ୟ ଆରମ୍ଭ କରନ୍ତି । ୱାଲି ବିଶ୍ଵର ଅନ୍ଯତମ ଶ୍ରେଷ୍ଠ ସ୍ନାଇପର ଭାବେ ପରିଚିତ । ୱାଲି ଦିନକରେ ୪୦ ଜଣଙ୍କୁ ହତ୍ୟା କରିପାରନ୍ତି । ଜଣେ ଭଲ ସ୍ନାଇପର ଦିନକୁ ୫ ରୁ ୬ ଜଣ ଆଉ ଜଣେ ଗ୍ରେଟ ସ୍ନାଇପର ଦିନକୁ ୫ ରୁ ୧୦ ଜଣଙ୍କୁ ହତ୍ୟା କରିପାରନ୍ତି ।

୪୦ ବର୍ଷୀୟ ୱାଲି ହେଉଛନ୍ତି ଜଣେ କମ୍ପୁଟର ବୈଜ୍ଞାନିକ । ୨୦୦୯ ଏବଂ ୨୦୧୧ ମଧ୍ୟରେ ଦୁଇ ଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇଥିଲେ । ଆଫଗାନିସ୍ତାନରେ ଥିବା ସମୟରେ ତାଙ୍କ ନାମ ୱାଲି ଦିଆଯାଇଥିଲା ଆରବୀରେ ୱାଲିର ଅର୍ଥ ହେଉଛି ରକ୍ଷକ । ତେବେ ବିପଦରେ ଥିବା ୟୁକ୍ରେନ ପାଇଁ ରକ୍ଷକ ସାଜି ସାମ୍ନାକୁ ଆସିଛନ୍ତି ୱାଲି । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *