ଭୋଟ ପୂର୍ବରୁ ଭାଇରାଲ ହେଲା ପ୍ରାର୍ଥୀଙ୍କ ହଟ ଡ୍ୟାନ୍ସ,ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଉତ୍ତର ପ୍ରଦେଶର ରାଠ ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ମହିଳା ପ୍ରାର୍ଥୀ ଚନ୍ଦ୍ରାବତୀ ବର୍ମା ଏବେ ଚର୍ଚ୍ଚାରେ ଅଛନ୍ତି । ଚନ୍ଦ୍ରବତୀଙ୍କ ଦୁଇଟି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ଚନ୍ଦ୍ରାବତୀ ତାଙ୍କ ଦୁଇ ବାନ୍ଧବୀଙ୍କ ସହ ଫିଲ୍ମ ଗୀତରେ ନାଚୁ ଛନ୍ତି । ଦ୍ଵିତୀୟ ଭିଡିଓରେ ସେ ଏକ ସ୍ଵୀମିଙ୍ଗ ପୁଲରେ ସ୍ଵୀମିଙ୍ଗ କଷ୍ଟୟୁମରେ ନଜର ଆସିଛନ୍ତି ।

ଉତ୍ତର ପ୍ରଦେଶର ଗୋହାନ୍ଦ ବ୍ଲକର ଇଟୁରା ଗ୍ରାମ ନିବାସୀ ଧନିରାମ ବର୍ମାଙ୍କ ଝିଅ ଚନ୍ଦ୍ରାବତୀ ବର୍ମା ହାଇଦ୍ରାବାଦରେ ଜିମ ପ୍ରଶିକ୍ଷିକ ଭାବେ କାର୍ଯ୍ୟ କରିଛନ୍ତି । ସେ ଗୋହାନ୍ଦ ଇଣ୍ଟର କଲେଜରୁ ଯୁକ୍ତ ୨ ଶେଷ କରିବା ପରେ ଓରହାଇରୁ ସ୍ନାତକ ହାସଲ କରିଥିଲେ । କ୍ରିଡା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ଜଣେ ଫିଟନେସ ଟ୍ରେନର ହୋଇଥିଲେ । କିଛି ସମୟ ଜିମରେ କାମ କରିବା ପରେ ସେ ନିଜର ଏକ କମ୍ପାନୀ ଖୋଲିଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଚନ୍ଦ୍ରବତୀ ଏହି କ୍ଷେତ୍ରରେ ସକ୍ରିୟ ହୋଇଥିଲେ । ଏବେ ଚନ୍ଦ୍ରବତୀ ବର୍ମା ରାଠ ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ବିଧାୟୀକା ଆଶାୟୀ ଅଛନ୍ତି । ରାଠ ବିଧାନସଭା ଆସନରୁ ପୂର୍ବତ୍ତମ ବିଧାୟକ ଗୟାଦିନ ଅନୁରାଗୀଙ୍କୁ ସମାଜବାଦୀ ପାର୍ଟି ଟିକେଟ ଦେଇଥିଲା ମାତ୍ର ୨୪ ଘଣ୍ଟା ମଧ୍ୟରେ ଟିକେଟ କଟିବା ପରେ ଚନ୍ଦ୍ରବତୀ ବର୍ମାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।

ଚନ୍ଦ୍ରବତୀ ବର୍ମା ଅନୁସୂଚିତ ଜାତିର ହୋଇଥିବା ବେଳେ ସେ ଜଲାଉନ ଜିଲ୍ଲାର ଗୋରାନ ଗାଁର ବାସିନ୍ଧା ହେମନ୍ଦ୍ର ସିଂହ ରାଜପୁତଙ୍କୁ ପ୍ରେମ ବିବାହ କରିଛନ୍ତି । ହାଇ ସ୍କୁଲରେ ପଢିବା ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ ପାଠ ପଢା ସାରିବା ପରେ ହାଇଦ୍ରାବାଦର ଏକ ଜିମରେ ହେମନ୍ଦ୍ର ଓ ଚନ୍ଦ୍ରବତୀ ପ୍ରଶିକ୍ଷିକ ଭାବେ କାର୍ଯ୍ୟ କରିଥିଲେ । ୨୮ ଡିସେମ୍ବର ୨୦୨୦ରେ ଉଭୟଙ୍କ ବିବାହ ପରିବାର ଲୋକଙ୍କ ସହମତି କ୍ରମେ ଧୁମଧାମରେ ହୋଇଥିଲା ।

ତେବେ ଲୋକପ୍ରତିନିଧି ତଥା ବିଧାୟିକାଙ୍କ ଭିଡିଓ ଭାଇରାଲ ହେବା ଏହା ପ୍ରଥମ ଘଟଣା ନୁହେଁ । ଚନ୍ଦ୍ରବତୀଙ୍କ ପୂର୍ବରୁ କଂଗ୍ରେସର ହସ୍ତିନାପୁରର ପ୍ରାର୍ଥୀ ତଥା ଅର୍ଚ୍ଚନା ଗୌତମ ତାଙ୍କ ଗ୍ଲେମରସ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥିଲେ । କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅର୍ଚ୍ଚନା ଗୌତମ ମିସ ବିକିନୀ ଇଣ୍ଡିଆ ହୋଇଥିଲେ । ତେବେ ତାଙ୍କ ପୋଷାକକୁ ନେଇ ଖରାପ କମେଣ୍ଟ ମଧ୍ୟ ଦିଆ ଯାଇଥିଲା । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଚନ୍ଦ୍ରବତୀ ବର୍ମା ବହୁତ ଚର୍ଚ୍ଚାରେ ଅଛନ୍ତି ଓ ଭୋଟ ପୂର୍ବରୁ ତାଙ୍କର ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *