ଆଖି ମାରି ଫସିଗଲେ ପ୍ରାର୍ଥୀ ! ପ୍ରଚାର ପାଇଁ ଯାଇ କରିଲେ ଏମିତି କାମ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ପ୍ରଚାର ପାଇଁ ଯାଉଛନ୍ତି ମହିଳାଙ୍କୁ ଆଖି ମାରି ଫେରୁଛନ୍ତି । ପ୍ରଚାର ବେଳେ ମହିଳାଙ୍କୁ ଆଖି ମାରିଲେ ବିଜେଡି ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ଆସିଛି ଏକ ସାଂଘାତିକ ଅଭିଯୋଗ । ପଞ୍ଚାୟତ ପ୍ରଚାର ପାଇଁ ଯାଇଥିବା ବେଳେ ଜଣେ ବିଜେଡି ପ୍ରାର୍ଥୀ ମହିଳାଙ୍କୁ ଆଖି ମାରିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିବା ବେଳେ ବିଜେଡି ନେତା ଓ କର୍ମୀ ତାଙ୍କୁ ଧମକ ଚମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।

ଭଦ୍ରକ ଜିଲ୍ଲା ଚୁଡାଖୁଣ୍ଟି ପଞ୍ଚାୟତ ବାଙ୍ଖାଡିଆ ଗାଁରେ ବିଜେଡି ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଥିଲେ । ସେହି ସମୟରେ ଜଣେ ମହିଳାଙ୍କ ଘରକୁ ଯାଇ ଭୋଟ ଭିକ୍ଷା କରିବା ସମୟରେ ମହିଳାଙ୍କୁ ଆଖି ମାରିଥିଲେ ବିଜେଡି ପ୍ରାର୍ଥୀ । ଏହାକୁ ନେଇ ଯୁବତୀ ଜଣକ ପଚାରିବାରୁ ତାଙ୍କୁ ନାନା ପ୍ରକାରର ଗାଳି ଦେବା ସହ ପରିବାର ଲୋକଙ୍କୁ କ୍ଷତି କରିବା ଭଳି ଧମକ ଦେଇଥିଲେ ପ୍ରାର୍ଥୀ ।

ଏହି ଘଟଣାକୁ କେନ୍ଦ୍ର କରି ଧାମନଗର ଥାନାରେ ବିଜେଡି ପ୍ରାର୍ଥୀଙ୍କ ନାମରେ ଏତଲା ଦେଇଛନ୍ତି ମାଙ୍ଖାଡିଆ ଗ୍ରାମର ଯୁବତୀ । ଯୁବତୀ ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ସେ ଏଠି ପ୍ରଚାର କରିବା ପାଇଁ ଆସିଥିଲେ । ବାରି ପଟରେ ସ୍ତ୍ରୀ ଲୋକ ଛିଡା ହୋଇଥିଲେ ଏ ଆମ ଘର ପାଖରେ ଛିଡା ହୋଇଥିଲେ । ମୁ ଘରୁ ବାହାରକୁ ଆସିଲି ଦେଖିବା ପାଇଁ କିଏ ଆସିଛି ସେ ସେଇଠି ଛିଡା ହୋଇ ମତେ ଦେଖି ଆଖି ମାରିଲେ ।

ଆଗକୁ ସେ କହିଛନ୍ତି-‘ତା ପରେ ମୁ ତାଙ୍କୁ ପଚାରିଲି ଆଖି କଣ ପାଇଁ ମାରିଲ । ସେ ମୋତେ ଦୁନିଆ ଗାଳି ଗୁଳଜ କଲେ ଧମକ ଦେଲେ । ମୁ କହିଲି ପୋଲିସ ପାଖକୁ ଯିବି । ସେ କହିଲେ ମୋ ଭାଇ ଅଛି ପୋଲିସରେ କିଏ କଣ ମୋର କରିବ ମୁ ଦେଖିବି । ସେ କହିଲେ ମୋ ପରିବାରର କାହାକୁ ବି ସେ ଛାଡିବେ ନାହିଁ । ତା ପରେ ସେ ଗଲା ପରେ ତାଙ୍କର ବିଜେଡି ଲୋକ ମୋତେ ଘର ଭିତରେ ପୁରାଇ କହିଲେ ତମେ ଆଉ ବାହାରକୁ ଆସିବ ନାହିଁ’ ।

ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ଏହି କାର୍ଣ୍ଣମାକୁ ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *