Pushpa ଫିଲ୍ମ ର srivalli ଗୀତ ଗାଇ ଏହି ପିଲାଟି ହେଇଗଲା ଭାଇରାଲ ! ଦେଖନ୍ତୁ Video

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବହୁତ ଚର୍ଚିତ ଫିଲ୍ମ ପୁଷ୍ପା ବର୍ତ୍ତମାନ ସମସ୍ୟାରେ ସୋସିଆଲ ମିଡିଆରେ ସେନସନ ହୋଇ ଯାଇଛି । ଯାହାକୁ ଦେଖନ୍ତୁ ସେ ଏହି ଫିଲ୍ମର ଡାଇଲାଗ ଓ ଗୀତରେ ଭିଡିଓ କରି ପୋସ୍ଟ କରୁଛନ୍ତି । ଏତିକି ନୁହେଁ ଯିଏବି ଏହି ଫିଲ୍ମ ଉପରେ ଭିଡିଓ କରୁଛି ତାହା ଦେଖୁ ଦେଖୁ ଭାଇରାଲ ବି ହୋଇ ଯାଉଛି । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମର ଡାଇଲାଗ ଓ ଗୀତ ସବୁ ବର୍ତ୍ତମାନ ଟ୍ରେଣ୍ଡ ହୋଇ ଯାଇଛି ।

ବଲୀଉଡ ଷ୍ଟାରମାନଙ୍କ ଠାରୁ ନେଇ, କ୍ରିକେଟର କିଛି ଅନ୍ତର୍ଜାତୀୟ ଖେଳାଳି ବି ଅଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରି ଭିଡିଓ କରୁଥିବାର ନଜର ଆସୁଛନ୍ତି । କେବଳ ବଡ ଲୋକମାନେ ନୁହନ୍ତି ଛୋଟ ଛୋଟ ପିଲାମାନେ ଯେଉଁମାନେ ବର୍ତ୍ତମାନ ଠିକସେ ଚାଲିବା ଶିଖି ନାହାନ୍ତି ସେମାନେ ବି ଏହି ଫିଲ୍ମର ଗୀତରେ ଭିଡିଓ କରୁଛନ୍ତି ।

ଆପଣ ଦେଖିବେ ପ୍ରାୟତଃ ୟୁଟ୍ୟୁବର ବି ଏହି ଫିଲ୍ମର ଗୀତରେ ଡାନ୍ସ ଭିଡିଓ କରି ଶେୟାର କରୁଛନ୍ତି । ଯାହାକୁ ଦର୍ଶକମାନେ ବି ବହୁତ ପସନ୍ଦ କରୁଛନ୍ତି । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମରେ ଗୋଟିଏ ଗୀତରେ କାନ୍ଧ ଟେକି ଗୋଡକୁ ଘଷି ଘଷି ନାଚୁଛନ୍ତି । ଏହି ଷ୍ଟାଇଲକୁ ସମସ୍ତେ କପି କରୁଛନ୍ତି ଓ ଭିଡିଓ ବି କରୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ଫିଲ୍ମକୁ ରିଲିଜ ହେବାର ପାଖାପାଖି ୨ ମାସ ହୋଇଯିବ ତଥାପି ଲୋକମାନଙ୍କ ମଧ୍ୟରେ ଏହାର କ୍ରେଜ ଦେଖିବାକୁ ମିଳୁଛି ।

ଅନ୍ୟ ପଟେ କିଳି ପଲ ଯିଏକି ଜଣେ ତାଞ୍ଜାନିଆ ଦେଶର ଆଦିବାସୀ ଅଟନ୍ତି ସେ ବି ଅଲୁ ଅର୍ଜୁନଙ୍କ ଏହି ଫିଲ୍ମର ଡାଇଲାଗ ଓ ଭିଡିଓରେ ନାଚୁଥିବାର ନଜର ଆସିଛନ୍ତି । ଏହା ଛଡା ବର୍ତ୍ତମାନ ଗୋଟିଏ ଛୋଟ ପିଲାର ଭିଡିଓ ଭାଇରାଲ ହେଉଛି । ଯିଏକି ପୁଷ୍ପା ଫିଲ୍ମର ଶ୍ରୀବଳି ଗୀତ ଗାଇଛି ।

ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି ଓ ସବୁଠୁ ବଡ କଥା ହେଉଛି କି ଅଲୁ ଅର୍ଜୁନ ବି ଏହି ପିଲାର ପ୍ରଶଂସା କରୁଛନ୍ତି । ଫିଲ୍ମର ଗୀତ ସହ ପିଲାର ଏହି ଗୀତ ପୂରାପୂରି ମିଶି ଯାଉଛି । ଯାହାକୁ କେବଳ ଦର୍ଶକମାନେ ନୁହନ୍ତି, ଫିଲ୍ମର ମୁଖ୍ୟ ଅଭିନେତା ଅଲୁ ଅର୍ଜୁନ ବି ପସନ୍ଦ କରୁଛନ୍ତି । ସେ ବି ଏହି ପିଲାର ପ୍ରଶଂସା କରୁଥିବାର ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *