ଭୋଟ୍ ଦେଲାନି ଭାରତ ! କରିଲା ଏମିତି କାମ କି ଆପଣ କରିବେ ପ୍ରଶଂସା !

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ରହିଥିଲେ ୟୁରୋପର ଅନେକ ଦେଶ ଏବଂ ଆମେରିକା ହେଲେ ବର୍ତ୍ତମାନ ୟୁକ୍ରେନର ହାତ ଛାଡି ଦେଇଛନ୍ତି ପୁରା ବିଶ୍ଵ ।

ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ବିରୋଧ କରି ମିଳିତ ଜାତି ସଂଘ ସୁରକ୍ଷା ପରିଷଦରେ ଆସିଥିବା ସଙ୍କଳ୍ପ ଉପରେ ଭୋଟ ପ୍ରୟୋଗ କରିଛି ମସ୍କୋ ।

ଋଷର ପଦକ୍ଷେପକୁ ନିନ୍ଦା ଓ ତୁରନ୍ତ ୟୁକ୍ରେନରୁ ସୈନ ପ୍ରତ୍ୟାହାର ଆଦି ବିଷୟରେ ଏହି ସଙ୍କଳ୍ପରେ ଉଲ୍ଲେଖ ରହିଥିଲା । ଋଷ ଏହି ସଙ୍କଳ୍ପ ବିରୋଧରେ ଭିଡିକ ପ୍ରୟୋଗ କରିଥିବା ବେଳେ ଭାରତ ଏହି ଭୋଟ ଦାନରୁ ବିରତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକା ଓ ଆଲ୍ବେନିଆ ପକ୍ଷରୁ ଏହି ସଙ୍କଳ୍ପପତ୍ର ମିଳିତ ଜାତି ସଂଘରେ ଆଗତ କରାଯାଇଥିଲା । ସମସ୍ତେ ଜାଣିଥିଲେ ଯେ, ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ବିଟ ପ୍ରୟୋଗ କରିବ ।

କିନ୍ତୁ ଭାରତ ଉତ୍ତେଜନା ମୂଳକ ପଦକ୍ଷେପ ବିରୋଧୀ ପ୍ରସ୍ତାବ ବିରୋଧରେ ଭୋଟ ଦେଇ ନାହିଁ । ଭାରତ ସମେତ ଚୀନ ଓ ୟୁଆଇ ମଧ୍ୟ ଭୋଟ ଦାନରୁ ଦୂରେଇ ରହିଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ରାଷ୍ଟ୍ର ମଧ୍ୟରେ ବାକି ୧୧ ରାଷ୍ଟ୍ର ଏହା ସପକ୍ଷରେ ଭୋଟ ଦେଇଛନ୍ତି । ଏବେ ମିଳିତ ଜାତି ସଂଘର ୧୯୩ ବିଶିଷ୍ଠ ସାଧାରଣ ପରିଷଦରେ ଏହି ଡ୍ରାଫ ଆଗତ ସଙ୍କଳ୍ପ କରାଯିବ ବୋଲି କୁହାଯାଇଛି । ସେଠାରେ ମଧ୍ୟ ଏହା ଉପରେ ଆଲୋଚନା ହେବ ।

ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ର ମାନେ ନିନ୍ଦା କରି ନିଜ ନିଜର ପକ୍ଷ ରଖିଛନ୍ତି । ଋଷ ବର୍ତ୍ତମାନ ରୋଟେସନ ନୀତି ଅନୁଯାଇ ମିଳିତ ଜାତି ସଂଘର ସଭାପତି ରହିଛି ।ୟୁକ୍ରେନରେ ବର୍ତ୍ତମାନ ଘଟୁଥିବା ଘଟଣାରେ ଭାରତ ବ୍ୟଥିତ ବୋଲି ଭାରତ ସ୍ଥାୟୀ ସଦସ୍ୟ ଟି.ଏସ ତିରୁମୁର୍ତ୍ତି କହିଛନ୍ତି । ଲୋକଙ୍କ ଜୀବନକୁ ବଳିଦାନ ଦେଇ କେବେ ହେଲେ କୌଣସି ସଙ୍କଳ୍ପ ଆସି ପାରିବ ନାହିଁ । ସମସ୍ତ ପକ୍ଷ ନୀତି ନିୟମ ଅନୁସାରେ ଆଗକୁ ଗଠନ ମୂଳକ ପଦକ୍ଷେପ ନେବା ଦରକାର ବୋଲି ସେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *