Ukrane କୁ ନେଇ ଭାରତ ଚଲେଇଲା ଏମିତି ଚାଲ ! ଗୋଟିଏ ତୀରରେ କଲା 2 ଟି ଶିକାର ! ଶୁଣିଲେ କରିବେ ପ୍ରଶଂସା !

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ବନ୍ଧୁଗଣ ଋଷିଆ ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ।

ହେଲେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ନଜରରେ ରଖି ମିଳିତ ଜାତି ସଂଘ ସୁରକ୍ଷା ପରିଷଦ ତରଫରୁ ଋଷ ବିରୋଧରେ ଏକ ପ୍ରସ୍ତାବ ଦିଆଯାଇଥିଲା । ବନ୍ଧୁଗଣ ଏହି ପରିଷଦରେ ଭାରତ ବହୁତ ଚାଲାକ କାମ କରିଛି ।

ଭାରତ ଅତି ଚତୁରତାର ସହ ଋଷ ଆକ୍ରମଣର ନିନ୍ଦା କରିଲା ହେଲେ ଭୋଟିଙ୍ଗରୁ ଦୂରେଇ ଗଲା । କାରଣ ଗୋଟେ ତରଫରେ ରଣନୀତି ପକ୍ଷ ବନ୍ଧୁ ଆମେରିକା ଅଛି ତ ଦ୍ଵିତୀୟ ପଟରେ ଘନିଷ୍ଠ ବନ୍ଧୁ ଋଷ । ସମ୍ପୃକ୍ତ ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତିରୁମୁର୍ତ୍ତି ଭାରତ ତରଫରୁ ପକ୍ଷ ରଖିଲେ । ସେ କହିଥିଲେ, ମତଭେଦ ଆଉ ବିବାଦରୁ ମୁକୁଳିବା ପାଇଁ କଥାବାର୍ତ୍ତା ହିଁ ଏକ ମାତ୍ର ସମାଧାନ ଅଟେ ।

ଭାରତ କହିଛି, ଏହା ଏକ ଦୁଃଖର କଥା ଯେ, କୂଟନୈତିକ ରାସ୍ତାକୁ ଗୁରୁତ୍ଵ ଦିଆଯାଇ ନାହିଁ । ଭୋଟିଙ୍ଗରେ ଅନୁପସ୍ଥିତ ରହି ଭାରତ ଉଭୟ ଋଷ ଓ ଆମେରିକାକୁ ଏକ ମେସେଜ ଦେଇଛି । ୧୯୬୨ ଯୁଦ୍ଧ ସମୟରେ ଋଷ ନ୍ୟୁଟ୍ରଲ ଥିଲା ଓ ଆମେରିକା ଚୀନ ବିରୋଧରେ ଭାରତକୁ ସମସ୍ତ ସହାୟତା ପ୍ରଦାନ କରିଥିଲା । ଅନ୍ୟ ପଟରେ ୧୯୭୧ର ଯୁଦ୍ଧରେ ଆମେରିକା ଖୋଲିକି ପାକିସ୍ତାନର ସହାୟତା କରିଲା ତ ପାକିସ୍ତାନକୁ ରୋକିବା ପାଇଁ ଋଷ ସାମ୍ନାକୁ ଆସିଥିଲା ।

ଏହି ପରିଷଦରେ ଏତିକି ତ ଜଣା ପଡିଗଲା ଭାରତର ରଣନୀତି କେଉଁ ଭଳି ରହିଛି । ଭାରତ ନା ଆମେରିକାର ସପୋର୍ଟ କରିବ ନା ଋଷର । ହେଲେ ଭାରତ ଋଷ ସହ ଭଲ ସମ୍ପର୍କ ରଖିବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *