କାହିଁକି ଅତି ସ୍ନେହରେ PM Narendra Modi ଓ ରାଷ୍ଟ୍ରପତି Ram Nath Kovind ଏହି ଘୋଡ଼ାର ଗାଲକୁ ଆଉଁସୀ ଦେଉଛନ୍ତି, ଆପଣଙ୍କୁ ଭାବବିହ୍ଵଳ କରିଦେବ ଏହି ଦୃଶ୍ଯ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗଣତନ୍ତ୍ର ଦିବସ ପରେଡ଼ ପରେପରେ ଯେଉଁ ଦୃଶ୍ୟ ସାମ୍ନା କୁ ଆସିଥିଲା ତାହା ସମସ୍ତଙ୍କୁ ଭାବ ବିହ୍ଵଳ କରି ଦେଇଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ, କାହିଁକି ଏତେ ସ୍ନେହ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଡ଼ା ର ଗାଲ କୁ ଆଉଁସି ଦେଉଛନ୍ତି । ପ୍ରଧାନମନ୍ତ୍ରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଘୋଡ଼ା ଟି କୁ ଆଉଁସି ଗେଲ କରିଥିଲେ । ଏହି ଘୋଡ଼ା ଟି ର ନାଁ ହେଉଛି ବିରାଟ ।

୨୦୦୩ ମସିହା ରୁ ରାଷ୍ଟ୍ରପତି ଙ୍କ ବଡିଗାର୍ଡ ଅଥବା ଅଙ୍ଗରକ୍ଷୀ ର ଭୂମିକା ତୁଲାଇ ଆସୁଥିଲେ । ଗଣତନ୍ତ୍ର ଦିବସ ପାଳନ ଉତ୍ସବ ରେ ରାଷ୍ଟ୍ରପତି ଙ୍କୁ ଏସ୍କଟ କରି ଆଣିବା ହେଉଛି ବିରାଟ ର କାମ । ବିରାଟ କୁ ଶେଷ ଥର ପାଇଁ ୭୩ ତମ ଗଣତନ୍ତ୍ର ଦିବସ ରେ ଦେଖିବାକୁ ମିଳିଛି । କାରଣ ବିରାଟ ର ଅବସର ନେବାର ସମୟ ଆସି ଯାଇଛି । ଗଣତନ୍ତ୍ର ଦିବସ ପାଳନ ଉତ୍ସବ ରେ ୧୩ ଥର ବିରାଟ କୁ ରାଷ୍ଟ୍ରପତି ଙ୍କ ଏସ୍କଟ କରି ଆଣିବାର ଦେଖିବାକୁ ମିଳିଛି ।

ଏମିତିକି ଶେଷ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କୁ ବି ଏସ୍କଟ କରିଛି ବିରାଟ । ରାଷ୍ଟ୍ରପତି ଙ୍କ ବଡିଗାର୍ଡ ଭୂମିକା ତୁଲାଉ ଥିବା ଏହି ଘୋଡ଼ା ବିରାଟ କୁ ଚାର୍ଜର ବୋଲି ମଧ୍ୟ କୁହାଯାଏ । ଜାନୁଆରୀ ମାସ ୧୫ ତାରିଖ ସେନା ଦିବସ ରେ ବିରାଟ କୁ ତା’ର ସେବା ପାଇଁ ସମ୍ମାନିତ ମଧ୍ୟ କରାଯାଇଥିଲା ।

ତେବେ ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ, କିପରି ଭାବରେ ଘୋଡ଼ା ବିରାଟ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତା’ର ଗାଲ କୁ ଆଉଁସି ଗେଲ୍ହା କରୁଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକମାନେ ଭାବୁକ ହୋଇ ପଡ଼ିଛନ୍ତି ଏବଂ ଘୋଡ଼ା ବିରାଟ ର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କମେଣ୍ଟ ମାଧ୍ୟମରେ ନିଜର ଭଲ ପାଇବା ପ୍ରକାଶ କରିଛନ୍ତି ।


ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣ ମାନେ ମଧ୍ୟ ଏହି ଭାଇରାଲ ହୋଇଥିବା ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ଭିଡିଓ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *