‘ବର୍ଷା ତୁମକୁ ମାନିବାକୁ ପଡିବ, ଘର ଛାଡିଲ କିନ୍ତୁ ଚାବି ରଖିଲ…’ Varsha ଙ୍କୁ କୋର୍ଟର ନୋଟିସ, ଦେଖନ୍ତୁ କଣ କହିଲେ…

ବନ୍ଧୁଗଣ, ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବ ଙ୍କ ବିବାଦ ମାମଲାରେ ବର୍ତ୍ତମାନ ଆସିଛି ଆଉ ଏକ ନୂଆ ମୋଡ । ବର୍ଷା ଙ୍କୁ ଏକ ବଡ ଝଟକା ଲାଗିଛି ଏହା ସହିତ ଅନୁଭବ ନିଜ ପୈତୃକ ଘରକୁ ଫେରିବାର ବାଟ ଫିଟିଛି । ତେବେ କୁହାଯାଉଥିଲା ଯେ ବର୍ଷା ତ ଶାଶୁ ଘର ଛାଡିଲେ ମାତ୍ର ଅନୁଭବ କାହିଁକି ନିଜ ଘରକୁ ଫେରୁ ନଥିଲେ ? ତେବେ କୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ବର୍ଷା ସିନା ଘର ଛାଡିଦେଇଥିଲେ ମାତ୍ର ଘର ଚାବି ପକାଇ ନିଜ ସହିତ ଚାବି ନେଇଯାଇଥିଲେ ।

ଆଉ ଅନୁଭବ ଙ୍କ ସମର୍ଥକ ଙ୍କ କହିବ କଥା ଯେ ଯଦି ଅନୁଭବ ତାଲା ଭାଙ୍ଗି ଘରକୁ ପସିଥାନ୍ତେ ତେବେ ବର୍ଷା ଆଉ ଏକ ମାମଲାରେ ଅନୁଭବ ଙ୍କୁ ଛନ୍ଦି ଦେଇଥାନ୍ତେ । ଏଣୁ ଅନୁଭବ ସେଭଳି କିଛି ଭୁଲ କାମ ନକରି ଏ ସମ୍ବନ୍ଧରେ କୋର୍ଟ କୁ ଜଣାଇଥିଲେ । ଏବଂ କୋର୍ଟ ଆଜି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨ ତାରିଖ ସୁଦ୍ଧା ଅନୁଭବ ଙ୍କୁ ଶାଶୁଘର ଚାବି ଫେରାଇବା ପାଇଁ ବର୍ଷା ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଏଚଡିଏମ କୋର୍ଟ ।

ଯଦି ଅନୁଭବ ଘର ଚାବି ଗ୍ରହଣ ନକରନ୍ତି, ତେବେ କୋର୍ଟ ରେ ସେହି ଚାବି ଦାଖଲ କରିବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଅଛି । ଆଉ ଏହାପରେ ଅନୁଭବ କୋର୍ଟରୁ ଚାବି ନେବେ । ଅପର ପାର୍ଶ୍ଵରେ ବର୍ଷା ଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନ ଙ୍କୁ ମଧ୍ୟ ଖାରଚ କରିଦେଇଛନ୍ତି କୋର୍ଟ । ସାମାଜିକ ଗଣମାଧ୍ୟମରେ ବର୍ଷା ଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ପିଟିସନ କରିଥିଲେ ବର୍ଷା ।

ଏହାକୁ ନେଇ କୋର୍ଟ ରେ ଆବେଦନ ମଧ୍ୟ କରିଥିଲେ । ଆଉ ଏହି ପିଟିସନ ଙ୍କୁ ଖାରଚ କରିଦେଇଛନ୍ତି କୋର୍ଟ । ଏ ସମ୍ବନ୍ଧୀୟ ମାମଲା ହାଇକୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଥିବାରୁ ଏହିଭଳି ଅନ୍ୟ ଏକ ପିଟିସନ ଗ୍ରହଣୀୟ ହେବନାହିଁ ବୋଲି ଏଚଡିଏମ ଅଦାଲତ କହିଛନ୍ତି ।

ଆଉ ଏକ ପିଟିସନ ରେ ବର୍ଷା ଦର୍ଶାଇଥିଲେ ଯେ ତାଙ୍କ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ଅନୁମତି ଦିଆଯାଊ, ମାତ୍ର କୋର୍ଟ ପକ୍ରିୟାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ କୋର୍ଟ ବର୍ଷା ଙ୍କର ଏହି ଆବେଦନକୁ ମଧ୍ୟ ଖାରଚ କରିଦେଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏହି ପରିବାର ମଧ୍ୟରେ ଉଠିଥିବା ଝଡ କେବେ ଶୀତଳ ପଡୁଛି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *