ପଲିଥିନ ଗୋଟାଇ ଦିନ କାଟନ୍ତି, ଏବେ ରାସ୍ତା କଡରେ ଗର୍ଭବତୀ ମହିଳା କରିଲେ ଶିଶୁ ପ୍ରସବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣି ଆପଣଙ୍କ ହୃଦୟ ଭାଙ୍ଗି ପଡିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏକ ଗରିବ ପରିବାରଙ୍କର ରାସ୍ତା କଡରେ ହିଁ ବିତିଥାଏ ଜୀବନ, ମୋଟ ଉପରେ କହିବାକୁ ଗଲେ ଏହି ରାସ୍ତାକଡ ହିଁ ତାଙ୍କର ବ୍ୟବସାୟର ପନ୍ଥା । ସେମାନେ ପ୍ରତିଦିନ ବାହାରି ଥାନ୍ତି ପଲିଥିନ ଗୋଟାଇବାକୁ । ଏବଂ ସେଥିରୁ ଯାହା ଦୁଇ ପଇସା ମିଳିଥାଏ ସେଥିରେ ପରିବାର ଚଳିଥାଏ ।

ତେବେ କହିବାକୁ ଗଲେ ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନେକ ଯୋଜନା ମାନ ରହିଛି । କିନ୍ତୁ ସମ୍ବଲପୁରରେ ଏହିଭଳି ଏକ ବିକଳ ଯନ୍ତ୍ରଣା ସାମ୍ନା କୁ ଆସିଛି । ତେବେ ସମ୍ବଲପୁରର ଏହି ଘଟଣା ରାଜ୍ୟରେ ଥିବା ଶିଶୁ ଏବଂ ମା’ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ଜଣେ ଗର୍ଭବତୀ ମା’ ରାସ୍ତା କଡରେ ଆଜି ଶିଶୁ ପ୍ରସବ କରିଥିବାର ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ ରାଉରକେଲାର ସରସ୍ଵତୀ ନାୟକ ନାମକ ଜଣେ ଗରିବ ମହିଳା ତାଙ୍କ ସ୍ଵାମୀ ରବି ନାୟକ ଙ୍କ ସହିତ କିଛି ଦିନ ହେବ ସମ୍ବଲପୁରରେ ଆସି ରହୁଥିଲେ । ତେବେ ସେମାନେ ମୁଖ୍ୟତଃ ଜରି ଅଥବା ପଲିଥିନ ଗୋଟାଇ ଚଳିଥାନ୍ତି । ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ବୁଧବାର ଭୋର ୩ ଟା ସମୟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ।

ମାତ୍ର ଅସଚେତନତା ଯୋଗୁଁ ମହିଳା ଜଣଙ୍କ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ନ ହୋଇଥିବା ବେଳେ ବୁଧବାର ଭୋର ୪ ଟା ସମୟରେ ଏକ ଶିଶୁପୁତ୍ର କୁ ଜନ୍ମ ଦେଇଥିଲେ । ଏ ନେଇ ଜିଲ୍ଲା ପ୍ରଶାସନ ଙ୍କୁ ସୂଚନା ଦେବାପରେ ଯୋଶ୍ନା ତ୍ରିପାଠୀ ସକ୍ଷୀ ସେଣ୍ଟର ର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ହସ୍ପିଟାଲ କୁ ନେଇଥିଲେ ।

ବର୍ତ୍ତମାନ ମହିଳା ଏବଂ ଶିଶୁ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ଥିବା ଜଣା ପଡିଛି । ଏହା ପୂର୍ବରୁ ମହିଳା ଙ୍କର ୩ ଟି ଶିଶୁ ରହିଛନ୍ତି । ବର୍ତ୍ତମାନ ମହିଳା ଙ୍କ ର ସମୁଦାୟ ୨ ଟି ଝିଅ ଏବଂ ୨ ଟି ପୁଅ ଅଛନ୍ତି । ତେବେ ବର୍ତମାନ ମା’ ଛୁଆ ଭଲ ଥିବାର ସୂଚନା ମିଳିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *