2 ଟଙ୍କା ଜମା କରନ୍ତୁ, ବର୍ଷକୁ ପାଇବେ 36 ହଜାର ଟଙ୍କା…ଜାଣନ୍ତୁ କିପରି ?

ବନ୍ଧୁଗଣ, ନିଜ ଭବିଷ୍ୟତ ନିମନ୍ତେ ଚିନ୍ତା କରୁଥିବା ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାରଙ୍କର ଏହି ଯୋଜନା ବେସ ଲାଭପ୍ରଦ । ତେବେ ଆସନ୍ତୁ ଜାଣିନେବା ସେହି ଯୋଜନା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ସାଧାରଣତଃ ଗରିବ ତଥା ମଧ୍ୟବିତ ଧରଣର ଲୋକମାନେ ସବୁବେଳେ ନିଜ ଭବିଷ୍ୟତ କୁ ନେଇ ଚିନ୍ତା ରେ ରହିଥାନ୍ତି । ଦିନରାତି କାମ କରି ସେମାନେ ଯାହା କିଛି ରୋଜଗାର କରିଥାନ୍ତି ସେଥିରେ କେବଳ ପରିବାର ପରିବାର ଚଳିଥାଏ ।

ଟଙ୍କାଟିଏ ସଞ୍ଚଯ କରିବା ସମ୍ଭବ ହେଉନଥିବାରୁ ଭବିଷ୍ୟତ ସ୍ଵପ୍ନ ଧୂଳିସାତ ହୋଇଯାଏ । ପ୍ରତୀଟି ପରିବାରରେ ଏହିଭଳି ଅନୁଭୂତି ରହିଅଛି । ଏହାକୁ ହୃଦୟାଙ୍ଗମ କରି କେନ୍ଦ୍ରସରକାର ଆଣିଛନ୍ତି ବଡ ଯୋଜନା । ଏହାର ନାମ ହେଉଛି ପିଏମ ଶ୍ରମ ଯୋଗୀ ମନଧନ ପେନସନ ଯୋଜନା । ତେବେ ପରିଶ୍ରମୀ ଲୋକଙ୍କ ଭବିଷ୍ୟତ କୁ ସୁଦୃଢ କରିବା ନିମନ୍ତେ ଏହା ହେଉଛି ବିରାଟ ପରିକଳ୍ପନା ।

ମୋଦୀ ସରକାର ଙ୍କର ପିଏମ ଏସୱାଇଏମ ଯୋଜନା ରେ ସାମିଲ ହେବାକୁ ହେଲେ, ଜନାକାର ବୟସ ୧୮ ବର୍ଷ ହୋଇଥିବା ଦରକାର । ଏହା ସହିତ ହିତାଧିକାରୀ ଙ୍କୁ ୪୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଯଦି ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣ ମଧ୍ୟ ଯୋଜନାରେ ସାମିଲ ହୋଇପାରିବେ ଏବଂ ମାସକୁ ମାତ୍ର ୫୫ ଟଙ୍କା ଜମା କରି ଯୋଜନାର ଲାଭ ଉଠାଇପାରିବେ । ମାସକୁ ୫୫ ଟଙ୍କା ହିସାବକୁ ନେଲେ ଏଥିପାଇଁ ଆପଣଙ୍କୁ କେବଳ ଦିନକୁ ୨ ଟଙ୍କାରୁ କମ ସଞ୍ଚୟ କରିବାକୁ ହେବ ।

ସେହିଭଳି ୨୯ ବର୍ଷ ବୟସର ବ୍ୟକ୍ତି ଯୋଜନାରେ ସାମିଲ ହେବାକୁ ଚାହିଁଲେ, ମାସିକ ୧୦୦ ଟଙ୍କା ଦେବାକୁ ହେବ । ଆଉ ୪୦ ବର୍ଷୀୟ ବ୍ୟକ୍ତି ଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ । ଏହି ଯୋଜନା ସମ୍ବନ୍ଧୀୟ କିଛି ସର୍ତ୍ତ ମଧ୍ୟ ରହିଅଛି । ତେବେ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତି ଙ୍କ ଆୟ ମାସିକ ୧୫ ହଜାରରୁ କମ ହେବା ଆବଶ୍ୟକ । ଏହା ସହିତ ୧୮ ରୁ ୪୦ ବର୍ଷ ବୟସର ଶ୍ରମିକ, ଡ୍ରାଇଭର, ଇଲେଟ୍ରିସିୟାନ, କିମ୍ବା ଝାଡୁଦାରା ଶ୍ରେଣୀର ବ୍ୟକ୍ତିମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ଏହି ଯୋଜନା ରେ ଦାଖଲ ହେଉଥିବା ଲୋକମାନେ ପ୍ରଥମେ କମନ ସର୍ଭିସ ସେଣ୍ଟରକୁ ଯିବାକୁ ହେବ । ସେଠାରେ ଆଧାରକାର୍ଡ ଏବଂ ଜନଧନ ଆକାଉଣ୍ଟ ରେ ଥିବା ଆଇଏଫ୍ସି କୋର୍ଡ ଦେବାକୁ ପଡିବ । ଏହାପରେ ଆପଣଙ୍କୁ ଶ୍ରମଯୋଗୀ କାର୍ଡ ମିଳିଯିବ । ଆଉ ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟ ରୁ ଟଙ୍କା କଟିବାକୁ ଲାଗିବ ଏବଂ ଯେତେବେଳେ ଆପଣଙ୍କୁ ୬୦ବର୍ଷ ହୋଇଯିବ ସେତେବେଳେ ଆପଣଙ୍କୁ ମାସିକ ୩ ହଜାର ଟଙ୍କା ଲେଖା ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ପେନସନ ଆକାରରେ ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *