ବର୍ଷା ଯାହା ଚାହୁଁଥିଲେ ଠିକ ତାହା ହିଁ ହେଲା, ଏବେ କଣ କରିବେ ଚିନ୍ତାରେ Anubhav Mohanty 

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।

ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି ।

ବନ୍ଧୁଗଣ ଏବେ ଅନୁଭବଙ୍କ ଭିଡିଓ ଉପରେ ରୋକ ଲଗାଇଛନ୍ତି କୋର୍ଟ । ବର୍ଷାଙ୍କ ବିରୋଧରେ ଏବେ କିଛି କହିପାରିବେନି ଅନୁଭବ । ଏବେ ଲାଗୁଛି ଅନୁଭବଙ୍କ ଭିଡିଓ ପରେ ଡରିଯାଇଥିଲେ ବର୍ଷା । ଶେଷରେ ବର୍ଷାଙ୍କୁ ଶୁଆଇଲା ଭଳି ରାୟ ଶୁଣାଇ ଛନ୍ତି କୋର୍ଟ । ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ଭିଡିଓ ହଜେଇ ଦେଇଥିଲା ବର୍ଷାଙ୍କ ନିଦ ।

କେତେବେଳେ ପୁରିଘାଟ ଥାନା ତ ଆଉ କେତେବେଳେ ସାଇବର ଥାନା ଆଉ ଆଜି ହାଇକୋର୍ଟରେ । ଏପରି ଲାଗୁଛି ଅନୁଭବଙ୍କ ଭିଡିଓ ବର୍ଷାଙ୍କ ପାଇଁ ଭାରି ପଡିଥିଲା । ଧୀରେ ଧୀରେ ଫ୍ୟାନ୍ସଙ୍କ ନଜର ବର୍ଷାଙ୍କ ଉପରୁ ଉଠି ଅନୁଭବଙ୍କ ଉପରେ ଢଳି ଯାଇଥିଲା । ଜଷ୍ଟିସ ଫର ଅନୁଭବ ଲେଖି ବର୍ଷାଙ୍କ ଉପରେ ବର୍ଷୁ ଥିଲେ ପ୍ରଶଂସକ । ସୋସିଆଲ ମିଡିଆରେ ୟୁଜର୍ସଙ୍କ କମେଣ୍ଟ ଥିଲା ବର୍ଷାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ।

ଏ ସବୁକୁ ବନ୍ଦ କରିବା ତାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଥିଲା । ଆଉ ଏଥିପାଇଁ ଥାନା ଠାରୁ ନେଇ କୋର୍ଟ ପର୍ଯ୍ୟନ୍ତ ଦଉଡି ଥିଲେ ବର୍ଷା । ଶେଷରେ କୋର୍ଟ ବର୍ଷାଙ୍କୁ ଆଶ୍ଵସ୍ତି କଲା ଭଳି ରାୟ ଶୁଣାଇଛି । ହାଇକୋର୍ଟଙ୍କ ରାୟ ଅନୁସାରେ ସୋସିଆଲ ମିଡିଆରେ ବର୍ଷାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେନି ଅନୁଭବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *