ମାଡି ଆସିବ ମହା ପ୍ରଳୟ ! Super Cyclone ର ପେଣ୍ଠସ୍ଥଳୀ ହେବ ଭାରତ, ପାଣିପାଗ ବିଶେଷଜ୍ଞଙ୍କର ଭୟଙ୍କର ଆକଳନ…ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ସୁପର ସାଇକ୍ଳୋନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୁପର ସାଇକ୍ଳୋନର ଘର ହେବାକୁ ଯାଉଛି ଭାରତ । ବନ୍ଧୁଗଣ ଆଗକୁ ଆସିପାରେ ଅଧିକରୁ ଅଧିକ ସୁପର ସାଇକ୍ଳୋନ । ଅମଫାନ ଭଳି ବଡ ବଡ ସୁପର ସାଇକ୍ଳୋନର ଶିକାର ହେବ ଭାରତ ।

ବିଶ୍ଵ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ଗରଭିର ପ୍ରଭାବର ସମ୍ମୁଖୀନ ହେବ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । 2020ରେ ଆସିଥିବା ସୁପର ସାଇକ୍ଳୋନ ଅମଫାନକୁ ଗବେଷଣା କରି ଏହି ତଥ୍ୟା ଜାରି କରିଛନ୍ତି ବ୍ରିଟେନର ବିଷ୍ଟର ବିଶ୍ଵ ବିଦ୍ୟାଳୟର ଗବେଷକ ।

ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଠିବା ଅମଫନ ସବୁଠାରୁ ଅଧିକ କ୍ଷତି ଘଟାଇ ଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତନ ବଢିବ ବୋଲି ସେମାନେ ସତର୍କ କରେଇଛନ୍ତି । ଜଳବାୟୁ ସ୍ତିରନ୍ତା ଏବଂ ନିରନ୍ତରତା ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଦର୍ଶାଇଛି ଯେ, ଯଦି ବର୍ତ୍ତମାନ ସମୟରେ ସବୁଜ ଗ୍ୟାସର ନିର୍ଗତ ଜାରି ରୁହେ ତେବେ ଭାରତ ଜନସଂଖ୍ୟାର ଅଢେଇ ଗୁଣ ଅର୍ଥାତ ବିଶ୍ଵର ପ୍ରାୟ 300 କୋଟି ଲୋକ ବନ୍ୟାର ଶିକାର ହେବେ ।

ବିଷ୍ଟର ବିଶ୍ଵ ବିଦ୍ୟାଳୟର ଜଳବାୟୁ ବିଭାଗର ପ୍ରଫେସର ରନ୍ ମିଶେଲ କହିଛନ୍ତି ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠାରୁ ସ୍ପର୍ଶ କାତର ଇଲାକା । ଯେଉଁଠାରେ ସୁପର ସାଇକ୍ଳୋନ ବାରମ୍ବାର ପରିଲକ୍ଷିତ ହୋଇ ଆସିଛି । ଇତିହାସ କୁହେ ଏଠାରେ ସୁପର ସାଇକ୍ଳୋନ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ବିଶ୍ଵ ତାପାୟନ 2 ଡିଗ୍ରୀରୁ 1.5 ଡିଗ୍ରୀକୁ ହ୍ରାସ କରିବା ଲାଗି ଘୋଷଣା ନାମା ଜାରି ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନ ଯଥେଷ୍ଟ ପଡିବ ଏବଂ 3 ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡି ଆସିପାରେ ବୋଲି ସେମାନେ ତର୍କ କରିଛନ୍ତି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *