‘ବର୍ଷା କେବେ ବି ମୋତେ ତାଙ୍କ ପାଖକୁ ଆସିବାକୁ କି ଟଚ କରିବାକୁ ଦେଲେନି, ସେଦିନ ମୁଁ…’ ନିଜ ଦାମ୍ପତ୍ୟ ଜୀବନର ଦୁଃଖ ବଖାଣିଲେ Anubhav Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି । ନିଜର ୟୁଟ୍ୟୁବ୍‌ ଚାନେଲରେ ‘ଅନ୍‌ଟୋଲ୍ଡ ଟ୍ରୁଥ୍‌’ ଶୀର୍ଷକ ଭିଡିଓର ୨ୟ ଭାଗ ସେୟାର କରିଛନ୍ତି । ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି ।

ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି । ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମ ମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରି ଦେଇଛନ୍ତି । ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ସତ କଣ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି ।

ତେବେ ଶନିବାର ଜାରି ହୋଇଥିବା ଭିଡିଓରେ ଅନୁଭବ କହିଛନ୍ତି ଯେ, ବିବାହର ୮ ବର୍ଷ ପରେ ମଧ୍ୟ ବର୍ଷା ତାଙ୍କୁ ‘ସ୍ବାମୀର ଅଧିକାର’ ଦେଇ ନଥିଲେ । ତେଣୁ ସେ ବାଧ୍ୟ ହୋଇ ଛାଡ଼ପତ୍ର ଆବେଦନ କରିଥିଲେ । ଏହି ଭିଡିଓ ଜରିଆରେ ଅନୁଭବ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ‌କି ବିବାହ ପରେ ବର୍ଷା ତାଙ୍କ ସହ ‘ଶାରୀରିକ ସଂପର୍କ’ ସ୍ଥାପନ ଲାଗି ଅନୁମତି ଦେଇ ନଥିଲେ, ଯାହାକୁ ଅନୁଭବ ସମ୍ମାନ ଦେଇଛନ୍ତି ।

ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର । ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରି ନାହାନ୍ତି । ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି ଏବଂ ବର୍ଷା ତାଙ୍କୁ ଟଚ କରିବାକୁ ଅନୁମତି ଦେଇ ନାହାନ୍ତି ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ରାତି ରାତି କାନ୍ଦିକି ମଧ୍ୟ କଟାଇଛନ୍ତି ।

ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି । ସେ ନିଜକୁ ମ୍ୟାରେଡ ବ୍ୟଚେଲର ବୋଲି କହିଛନ୍ତି । ତେବେ ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ ।

ଯେହେତୁ ତାଙ୍କ କଥା କେହି ଶୁଣୁନାହାନ୍ତି, ଗଣମାଧ୍ୟମ ଗୁରୁତ୍ବ ଦେଉ ନାହାନ୍ତି ତେଣୁ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜଣାଇବାକୁ ଚାହିଁଛନ୍ତି । ଭିଡିଓରେ ଅନୁଭବ ‘ସତ’ କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟାୟ ମିଳୁ, ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *