‘ଅନୁଭବ ଓ ବର୍ଷା ଦୁହେଁ ମୋର ବହୁତ ଭଲ ବନ୍ଧୁ, କିନ୍ତୁ ସେମାନେ ଏତେ…’ Varsha-Anubhav ଙ୍କ ବିବାଦରେ ମୁହଁ ଖୋଲିଲେ Sabyasachi, କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କେନ୍ଦ୍ରାପଡା ସାଂସଦ ତଥା ଓଡିଆ ଅନୁଭବ ମହାନ୍ତିଙ୍କ ପାରିବାରିକ ପାରିବାରିକ ସମସ୍ୟାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା-ଆଲୋଚନା ଲାଗି ରହିଛି ।ଅଭିନେତା ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବେଶ କିଛି ଦିନ ହେବ ପାରିବାରିକ ସମସ୍ୟା ଲାଗିରହିଛି । ଏନେଇ କୋର୍ଟରେ ମଧ୍ୟ କେଶ ରହିଛି । ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦକୁ ନେଇ ବହୁବାର ଫ୍ୟାମିଲ କୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।

ତେବେ ଗତ ବୁଧବାର ଅନୁଭବ ମହାନ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ ଦୁଃଖକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଡକୁ ଇସାରା କରି ଅନୁଭବ କହିଥିଲେ ଯେ ଭଲ ପାଇ ସେ ଭୁଲ କରି ଦେଇଛନ୍ତି । ମୋ ଜୀବନରେ କେବେ ମୁଁ ଏ କୋର୍ଟ, କଚେରୀ, ଥାନା, ପୁଲିସ୍ କେବେ ଦେଖି ନଥିଲି ।

କେବେ ଭାବି ନଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ । ଆଉ ସିଏ ବି ଜଣଙ୍କୁ ଭଲ ପାଇକି । ପୁଣି ଏତେ ମାତ୍ରାରେ । ଭଲ ପାଇକି ମଣିଷ ଖୁସିରେ ରୁହେ କିନ୍ତୁ  ଭଲ ପାଇ ମଣିଷ ଥାନା ଦୌଡ଼ିବ ଏପରି କେବେ ଭାବି ନଥିଲି । ଏପରି ଆହୁରି ଅକୁହା କଥା ଅନୁଭବ ଗତ ବୁଧବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ସେୟାର କରି କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଇଛି ।

ତେବେ ଆଜି ଆଉ ଏକ ଭିଡିଓ ସେୟାର କରିଛନ୍ତି ଅନୁଭବ । ପ୍ରାୟ ଏକ ଘଣ୍ଟାର ଏହି ଭିଡିଓରେ ଅନୁଭବ ନିଜ ବୈବାହିକ ଜୀବନରେ ଉଠିଥିବା ଝଡ଼ ପରିପେକ୍ଷୀରେ ବିସ୍ତୃତ୍ତ ଭାବେ କହିଛନ୍ତି । ବର୍ଷାକୁ ଭଲ ପାଇବା ଦିନଠୁ ଆଜି ଯାଏଁ କଣ କଣ ସବୁ ହୋଇଛି ତାହାକୁ ସବୁ ବଖାଣିଛନ୍ତି ଅନୁଭବ । ତେବେ ଓଡ଼ିଆ ଚଳଚିତ୍ର ଜଗତର ସଫଳ ଯୋଡି ବର୍ଷା-ଅନୁଭବଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ସବ୍ୟସାଚି ମିଶ୍ର ।

ତେବେ ସବ୍ୟସାଚୀ ମିଡ଼ିଆ ଆଗରେ କହିଛନ୍ତି କି ବର୍ଷା ଏବଂ ଅନୁଭବ ତାଙ୍କର ବହୁତ ଭଲ ବନ୍ଧୁ । ସେ ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ ରେ ଦୁହିଙ୍କ ସହ ବହୁତ ଭଲ ସମ୍ପର୍କ ମଧ୍ୟ ରହିଛି । ତେବେ ଅନୁଭବ ଏବଂ ବର୍ଷା ଙ୍କ ଫ୍ୟାନ ହିସାବରେ ଏହି ସବୁ ଦେଖିକରି ବହୁତ ଦୁଃଖ ଲାଗୁଛି ଏବଂ ଏହାର ଯଥା ଶୀଘ୍ର ସମାଧାନ ମିଳୁ ବୋଲି ଆଶା ରଖିଛୁ । ତେବେ ଦୁହେଁ ଜୀବନରେ ଖୁସି ରେ ରୁହନ୍ତୁ ଏବଂ ଶୀଘ୍ର ଏକାଠି ହୋଇ ଯାଆନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *