Odisha Matric Board Exam କୁ ନେଇ ଆସିଲା ଏକ ବଡ ଖବର…ଉଠିଯିବ ମାଟ୍ରିକ ବୋର୍ଡ ପରୀକ୍ଷା କିନ୍ତୁ ଲାଗୁ ହେବ ଏହି ନିୟମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ଆଉ ନରହିପାରେ ମାଟ୍ରିକ ବୋର୍ଡ ପରୀକ୍ଷା ! ନୂଆ ଜାତୀୟ ଶିକ୍ଷା କରିକୁଳମ୍ ରେ ପ୍ରସ୍ତାବ ! ଜାତୀୟ ଶିକ୍ଷା ନୀତି ଅନୁଯାଇ ବଡ ଧରଣର ଶିକ୍ଷାନୀତିରେ ପରିବର୍ତ୍ତନ କରାଯିବା ପାଇଁ ଯାଉଅଛି । ନବମରୁ ଦ୍ଵାଦଶ ପର୍ଯ୍ୟନ୍ତ ଦେବାକୁ ପଡିବ ୮ ଟି ସେମିଷ୍ଟାର ! ଯାହା ନେଇ ବହୁତ ବଡ ଖବର ଏନସିଇଆରଟି ପକ୍ଷରୁ ଆସି ପହଞ୍ଚିଛି ।  ତେବେ ସୂଚନା ମୁତାବିକ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ଯେକ ଶ୍ରେଣୀରେ ଛାତ୍ରଛାତ୍ରୀ ମାନଙ୍କୁ ୨ ଟି ପରୀକ୍ଷା ଦେବାକୁ ପଡିବ ।

ଶ୍ରେଣୀରେ ହେବାକୁ ଯାଉଥିବା ୨ ଟି ବୋର୍ଡ ପରୀକ୍ଷା ବା ସେମିଷ୍ଟାର ମଧ୍ୟରୁ ଯଦି ଗୋଟିଏ ସେମିଷ୍ଟାରରେ ଖରାପ ହୋଇଯାଏ । ତେବେ ତାହାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟାରରେ ସୁଯୋଗ ପିଲା ମାନଙ୍କୁ ଦିଆଯିବ । ନବମଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମର ଢାଞ୍ଚାରେ ଅନେକ କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି ।

ପାଠ୍ୟକ୍ରମରେ ରହିଥିବା କଳା, ବାଣିଜ୍ୟ ଓ ବିଜ୍ଞାନ ଭଳି ପାଠ୍ୟକ୍ରମ ମଧ୍ୟରେ ବଡ ଧରଣର ଫରକ ନଜର ଆସିବ ନାହିଁ । ଏହାର ମାନେ ହେଉଛି । ଯେଉଁ ପିଲା ମାନେ କଳା ନେଇଛନ୍ତି । ସେମାନେ ବିଜ୍ଞାନ ଓ ବାଣିଜ୍ୟ ଭଳି ବିଷୟ ମଧ୍ୟ ପଢିପାରିବେ । ସେହିପରି ବିଜ୍ଞାନ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଣିଜ୍ୟ ଓ କଳା ବିଷୟବସ୍ତୁକୁ ପଢିପାରିବେ ।

ଏଥି ସହିତ ପିଲା ମାନେ ବିଦେଶୀ ଭାଷାରେ ମଧ୍ୟ ପାଠ ପଢିପାରିବେ । ଯାହା ଦ୍ଵାରା ଆଞ୍ଚଳିକ ଭାଷା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଦେଶୀ ଭାଷା ସହିତ ବହୁ ଜ୍ଞାନ ରହିପାରିବ । ତେବେ ବହୁ ଦୀର୍ଘ ବର୍ଷ କାଳରୁ  ମାଟ୍ରିକ ପାଠ୍ୟକ୍ରମରେ ଏପରି କିଛି ବଡ ପରିବର୍ତ୍ତନ କରାଯାଇନଥିଲା ।

ହେଲେ ଏନସିଆରଟି ପକ୍ଷରୁ ବର୍ତ୍ତମାନ ସମୟରେ ନବମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏପରି କିଛି ପାଠ୍ୟକ୍ରମଭିତ୍ତିକ ପରିବର୍ତ୍ତନ କରାଯିବ । ଯାହା କି ଚଳିତ ନୂଆ ବର୍ଷ ଠାରୁ ଲାଗୁ କରାଯିବାର ବ୍ୟବସ୍ଥା ମଧ୍ୟ ରଖାଯାଇଛି । ତେବେ ଏ ନେଇ ଛାତ୍ରଛାତ୍ରୀ ମଧ୍ୟ ନିଜ ପାଠ ପ୍ରତି ସେହିଭଳି ନିଜକୁ ପ୍ରସ୍ତୁତ କରି ରଖିବା ଉଚିତ ।

ଯେପରି ସେମାନଙ୍କର ଏହି ପାଠ ପଢା ସହିତ ପରୀକ୍ଷା ମଧ୍ୟ ଉତ୍ତମ ହୋଇପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ଲାଟେଷ୍ଟ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *