ବୁଦ୍ଧାଦିତ୍ୟ ପାଇଁ ଲୋକ ୱିସିଲ ମାରିଲେ ହେଲେ ମୋ ଆଖିରେ ଲୁହ ଥିଲା ! କାହିଁକି ନା ସେଥିରେ ଯେତେବେଳେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡେଲିଭରୀ ବୟ ଫିଲ୍ମରେ ପୁଅ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦେଖି ମା’ ଙ୍କ ଆଖିରେ ଲୁହ ! ତେବେ ଗତକାଲି ଓଡିଶାର ଅନେକ ଗୁଡିଏ ପ୍ରେକ୍ଷାଳୟରେ ଓଡିଆ ଚଳଚିତ୍ର ଡେଲିଭରୀ ବୟ ମୁକ୍ତିଲାଭ କରିଛି । ଯାହାକୁ ଦେଖବା ପାଇଁ ସିନେମା ହଲ୍ ମାନଙ୍କରେ ବହୁ ଲୋକଙ୍କ ଭିଡର ସମାଗମ ଲାଗିଛି । ତେବେ ଡେଲିଭରୀ ବୟ ଫିଲ୍ମଟି ସମସ୍ତ ଡେଲିଭରୀ ବୟ ପିଲାଙ୍କ କାହାଣୀକୁ ନେଇ ଏକ ଓଡିଆ ନିଛକ କାହାଣୀ ପ୍ରସ୍ତୁତ କରାଯାଇ ଚଳଚିତ୍ରଟି ନିର୍ମାଣ କରାଯାଇଛି ।

ଗତକାଲୀ ଏହି ଫିଲ୍ମଟି ରିଲିଜ ହେବା ପରେ ପ୍ରେକ୍ଷାଳୟକୁ ଫିଲ୍ମ ଡେଲିଭରି ବୟ ଦେଖିବା ପାଇଁ ବୁଦ୍ଧାଦିତ୍ୟଙ୍କ ବାପା ଓ  ମାଆ ମଧ୍ୟ ଯାଇଥିଲେ । ହଲ୍ ରେ ଫିଲ୍ମ ଡେଲିଭରୀ ଚାଲିଥିବା ସମୟରେ ବୁଦ୍ଧାଦିତ୍ୟଙ୍କର ସିନ୍ ଦେଖି ହଲ୍ ରେ ବସିଥିବା ଦର୍ଶକ ମଧ୍ୟ ବହୁତ ଖୁସି ହୋଇ ଵିସିଲ ମାରିବା ଆରମ୍ଭ କରିଦେଇଥିଲେ । ହେଲେ ନିଜ ପୁଅ ବୁଦ୍ଧାଦିତ୍ୟଙ୍କର ନିଖୁଣ ଅଭିନୟ ଦେଖି ତାଙ୍କ ମା’ ସଂପୂର୍ଣ୍ଣ ଭାବରେ ଭାବ ବିହ୍ଵଳ ହୋଇଯାଇଥିଲେ ।

ତେବେ ବୁଦ୍ଧାଦିତ୍ୟଙ୍କ ମା’ ଅର୍ଥାତ ମାଳବିକା ମ୍ଯାଡାମଙ୍କ ଗଣ ମାଧ୍ୟମ ସାମ୍ନାରେ ଏହି ଫିଲ୍ମ ଡେଲିଭରୀ ପାଇଁ ନିଜସ୍ୱ ମୁହଁରୁ ଏପରି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । ଯେଉଁଠାରେ କି ବୁଦ୍ଧାଦିତ୍ୟଙ୍କ ମା’ କହିଥିଲେ, ଯେ ଏହି ଡେଲିଭରୀ ବୟ ଫିଲ୍ମରେ ସମସ୍ତ କଳାକାର ନିଜ ନିଜ ହିସାବରେ ବହୁତ ଭଲ ଅଭିନୟ କରିଛନ୍ତି । ବୁଦ୍ଧାଦିତ୍ୟ ମଧ୍ୟ ତାକୁ ମିଳିଥିବା ଏହିଭଳି ଅଭିନୟ ବହୁତ ଦିନରୁ ଖୋଜୁଥିଲା ।

ତେଣୁ ବୁଦ୍ଧାଦିତ୍ୟ ଫିଲ୍ମ ଡେଲିଭରୀ ବୟରେ ନିଜର ସଂପୂର୍ଣ୍ଣ ଭାବରେ ବେଷ୍ଟ ଦେଇ ଅଭିନୟକୁ ପୁରା ଜୀବନ୍ତ କରିଦେଇଛି । ତେଣୁ ଯାହାକୁ ଦେଖି ଆମ ଆଖିରୁ ଲୁହ ଚାଲିଆସିଲା । ଏହା ସହିତ ଏହିଭଳି ଭଲ ଭଲ କଟେଣ୍ଟକୁ ନେଇ ଯଦି ଓଡିଆ ସିନେମା ପ୍ରସ୍ତୁତ କରାଯାଇଥାଏ। ତେବେ ନିହାତି ଭାବେ ଦର୍ଶକ ହଲ୍ କୁ ନିଶ୍ଚୟ ଭାବରେ ଆସିବେ । ଆଉ ଓଡିଆ ଚଳଚିତ୍ରକୁ ବହୁ ମାତ୍ରାରେ ମଧ୍ୟ ଭଲ ପାଇବା ଦେବେ ।

ତେବେ ଏହାରି ମଧ୍ୟରେ ଆମେ ମଧ୍ୟ କହି ରଖିବା ପାଇଁ ଚାହିଁବୁ । ଡେଲିଭରୀ ବୟ ଫିଲ୍ମକୁ ଦର୍ଶକଙ୍କର ବହୁ ମାତ୍ରାରେ ଭଲ ପାଇବା ମିଳୁ । ଓଡିଆ ସିନେମା ଆହୁରି ମଧ୍ୟ ଆଗକୁ ଯାଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *