ନମସ୍କାର ବନ୍ଧୁଗଣ ତେବେ କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁଙ୍କ ନୂଆ ପରିଚୟ କଏଦୀ ନମ୍ବର ୨୪୧୩୮୩ ଜେଲ୍ରେ ବିତିଲା ପ୍ରଥମ ରାତି ଖାଇଲେନି କି ପିଇଲେନି ଜେଲ୍ରେ ବିରୋଧୀ ହେଲେ ପଡ଼ୋଶୀ । ତେବେ ସିଦ୍ଧୁଙ୍କୁ ମିଳିଛି ଜେଲ୍ ସଜା । ୩୪ ବର୍ଷ ତଳର ରୋଡରେଜ୍ ମାମଲାରେ ବର୍ଷେ ପାଇଁ ସଶ୍ରମ କାରଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ସଜା ପରେ ଜେଲରେ ବଡ଼ ମୁସ୍କିଲ୍ରେ କିଟିଛି ପ୍ରଥମ ରାତି ।

ବିଶାଦରେ ଥିବା ସିଦ୍ଧୁ ଖାଇ ନାହାଁନ୍ତି ରାତ୍ରୀ ଭୋଜନ । ଏବେ ତାଙ୍କୁ ଜେଲ୍ରେ କାମ କରିବାକୁ ପଡ଼ିବ । ଆଉ ଏଥିପାଇଁ ଦୈନିକ ପାରିଶ୍ରମିକ ମିଳିବ ୩୦ ରୁ ୯୦ ଟଙ୍କା । ପଟିଆଲା ସେଣ୍ଟ୍ରାଲ୍ ଜେଲ୍ରେ ସିଦ୍ଧୁଙ୍କୁ ୧୦ /୧୫ କୋଠରୀରେ ଆଲର୍ଟ କରା ଯାଇଛି । ଯେଉଁଥିରେ ତାଙ୍କ ସହିତ ଜେଲ୍ରେ ଅଛନ୍ତି ଦୁଇ ପୁଲିସ କର୍ମୀ ଓ ଦୁଇ ଜଣ ସାଧାରଣ ନାଗରିକ । ଯେଉଁ ମାନେ ନିଜ ଅପରାଧ ପାଇଁ କାଟୁଛନ୍ତି କାଳ କୋଠରୀ ସଜା ।
ସବୁଠାରୁ ବଡ଼ କଥା ହେଲା, ରାଜନୀତିରେ ସିଦ୍ଧୁଙ୍କ ଚରମ ବିରୋଧୀ କୁହା ଯାଉଥିବା ସିରୋମଣୀ ଅକାଳୀ ଦଳର ନେତା ବିକ୍ରମ ସିଂହ ମଜିଠିଆ ଏବେ ଜେଲ୍ରେ ସିଦ୍ଧୁଙ୍କ ପଡ଼ୋସୀ । ସିଦ୍ଧୁଙ୍କୁ ଯେଉଁ କୋଠରୀ ମଳିଛି ସେଇ ପାଖରେ ରହୁଛନ୍ତି ବିକ୍ରମ । କ୍ରିକେଟର ପରେ ନେତା ଓ ମନ୍ତ୍ରୀ ହୋଇଥିବା ସିଦ୍ଧୁଙ୍କୁ ଜେଲ୍ରେ କିନ୍ତୁ ମିଳୁଛି ସାଧାରଣ କଏଦୀଙ୍କ ପରି ସେବା । ତାଙ୍କୁ ଦିଆ ଯାଇଛି ପଗଡ଼ି, କମ୍ବଳ ସହ ତିନି ସେଟ୍ ଅଣ୍ଡରୱେୟାର, ଜୋତା, ତଉଲିଆ, ମସାରୀ ଓ ଚାଦର, ।

ତା ସାଙ୍ଗକୁ ୪ ଟି କୁର୍ତ୍ତା ଓ ପାଇଜାମା ସହ ଦୁଇଟି ତକିଆ କଭର ବି ଦିଆଯାଇଛି । ତେବେ ବାସ୍ତବରେ ଜେଲ ନିୟମ ଅନୁଯାୟୀ କଠୋର କାରାବସ ସଜା ପାଇଥିବା ସିଦ୍ଧୁଙ୍କୁ ଅକୁଶଳ ଭାବରେ ଗଣନା କରାଯାଉଛି । ତେଣୁ ଆରମ୍ଭ ତିନି ମାସରେ ସେ ପ୍ରଶିକ୍ଷଣ ନେବେ ଏବଂ କାମ ପାଇଁ କୌଣସି ପାରିଶ୍ରମିକ ପାଇବେ । ସେହିପରି ଜେଲରେ ସିଦ୍ଦୁଙ୍କ ଲାଇଫଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆସିବ ।
ନିଜର ରଙ୍ଗିନ ପୋଷାକ ଛାଡ଼ି ସିଦ୍ଦୁ ଏବେ ଧଲା ପୋଷକ ପିନ୍ଧିବାକୁ ପଡ଼ିବ । ତେବେ ସିଦ୍ଧୁ ପାଠପଢ଼ିଥିବାରୁ ତାଙ୍କୁ ଫ୍ୟାକ୍ଟ୍ରିରେ କାମ ଦିଆଯାଇପାରେ । ଯେଉଁଠାରେ ଫର୍ଣ୍ଣିଚର ତିଆରି ହୋଇଥାଏ । ଏହାବାଦ୍ ତାଙ୍କୁ ଜେଲର ଲାଇବ୍ରୋରୀ କିମ୍ବା ଅଫିସରେ କୌଣସି କାମ ମିଳିପାରେ । ପ୍ରଥମ ତିନି ମାସ ସିଦ୍ଧୁଙ୍କୁ ଅର୍ଦ୍ଧକୁଶଳୀ କଏଦୀ ଭାବରେ ଭାବରେ ଧରାଯିବ । ଏହି ସମୟରେ ତାଙ୍କୁ ୩୦ ଟଙ୍କା ପାରିଶ୍ରମିକ ମିଳିବ । ଏହା ପରେ କୁଶଳୀ କଏଦୀ ହେବା ପରେ ତାଙ୍କୁ ୯୦ ଟଙ୍କା ପାରିଶ୍ରମିକ ମିଳିବ ।

ତେବେ ୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ସିଦ୍ଧୁଙ୍କର ଝଗଡ଼ା ହୋଇଥିଲା । ଏଥିରେ ସିଦ୍ଧୁ ରାଗିଯାଇ ତାଙ୍କୁ ପିଟାମରା କରିଥିଲେ । ପରେ ଡାକ୍ତର ଖାନାରେ ଗୁରନାମଙ୍କର ମୃତ୍ୟୁ ହେବା ପରେ ଘଟଣାରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ । ୩୪ ବର୍ଷ ତଳର ଏହି ଘଟଣା ପାଇଁ ଏବେ ସିଦ୍ଧୁଙ୍କ ସଜା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

