ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ସାପ ଏକ ଏଭଳି ପ୍ରାଣୀ ଯିଏକି କେଉଁଠି ବି ଏବଂ କେଉଁ ସମୟରେ ବି ଆସିପାରେ ଏହାର କାରଣ ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କୁ ନଷ୍ଟ କରି ଦେଉଛନ୍ତି ଏବଂ ନିଜର ଘର କିମ୍ବା କାରଖାନା ଆଦି ବନାଉଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି । କାରଣ ଜଂଗଲ ଗଛ ଆଦି କାଟିବା ଦ୍ୱାରା ସେମାନେ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି ।
କେତେ ବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମାରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଆପଣ ମାନେ ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ କି କାହା ଘରେ ସାପ ପଶିଯିବାର ।
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ସମ୍ପର୍କରେ ଆମେ କହିବୁ ସେ ସମ୍ପୂର୍ଣ୍ଣ ଭାବରେ ଅଲଗା । ତେବେ ଗୋଟିଏ ଉଡ଼ନ୍ତା ଏରୋପ୍ଲେନ ରେ ଗୋଟିଏ ବିଷଧର କୋବ୍ରା ସାପ ଦେଖିବାକୁ ମିଳିଲା । ତେବେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି ।
ତେବେ ସୂଚନାଯୋଗ୍ୟ ଯେ ଏୟାର ଏସିଆର ଫ୍ଲାଇଟ ନମ୍ବର ଏକେ ୫୭୪୮ ଯେତେବେଳେ ନିଜ ଯାତ୍ରା ପାଇଁ ପ୍ରସ୍ତୁତ ଥିଲା ସେତେବେଳେ ଲୋକମାନେ ଦେଖିଲେ କି ଜାହାଜ ର ଉପର କାଂଥ ରେ ଗୋଟିଏ କୋବ୍ରା ଲଟକି ରହିଛି । ତେବେ ସେଠାରେ ଥିବା ସବୁ ଯାତ୍ରୀ ମାନେ ଭୟବୀତ ମଧ୍ୟ ହୋଇ ଯାଇଥିଲେ । ତେବେ ଏହାର ସୂଚନା ପାଇଲଟ କୁ ଦିଆଗଲା ଏବଂ ପରେ ଏହି ଜାହାଜ କୁ ଏମରଜେନ୍ସି ରେ ଲ୍ୟାଣ୍ଡ କରେଇବାକୁ ପଡିଲା ।
ତେବେ କିଛି ଲୋକଙ୍କ କହିବା କଥା କି ସେହି ଯାତ୍ରୀ ମାନଙ୍କ ଭିତରୁ କାହାର ପାଲତୁ ସାପ ହୋଇପାରେ ଯିଏ କି ନିଜ ବ୍ୟାଗ ରୁ ବାହାରି ଆସିଛି । ତେବେ ସଠିକ କଣ ତାହା ଜଣା ପଡି ନାହିଁ । ତେବେ କିନ୍ତୁ କୌଣସି ଯାତ୍ରୀ ଙ୍କ ର କିଛି ବି କ୍ଷତି ହୋଇ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।