ପଖାଳ ପୋଜ୍ ନେଇ ଚର୍ଚ୍ଚାରେ CM Naveen Patnaik, ମାଛ-ଆଳୁ ଖାଇଲେ, ପଖାଳ ଜମା ଛୁଇଁଲେନି, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତ ନିଶ୍ଚୟ ଜାଣିଥିବେ । ନବୀନ ସରକାର ଦୀର୍ଘ ବର୍ଷ ଧରି ଓଡିଶାରେ ରାଜୁତି କରୁଛନ୍ତି । ସେ ଜନତାଙ୍କ ମନ ଜିତି ପାରିଛନ୍ତି । ସେ ଅଧିକାଂଶ ସମୟରେ ନୀରବ ରହିଥାନ୍ତି ହେଲେ ତାଙ୍କ ନୀରବତା ହିଁ ରାଜ୍ୟ ରାଜନୀତିରେ କୋଳାହାଳ ସୃଷ୍ଟି କରେ । ସେ କିଛି କହିଲେ ଚର୍ଚ୍ଚା ହୁଏ ଆଉ କିଛି ନକହିଲେ ଅଧିକ ଚର୍ଚ୍ଚା ହୁଏ ।

ରାଜଧାନୀର ଓଲ୍ଡ ଟାଉନ ସ୍ଥିତ ତାଙ୍କ ନବୀନ ନିବାସରୁ ଅନେକ ଭିଡିଓ ଛଡା ଯାଏ । ଯେଉଁ ଭିଡିଓରେ ସେ ବାୟାମ କରୁଥିବା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଥିବା ଭଳି ଦୃଶ୍ୟ ରହିଥାଏ । ତେବେ ବନ୍ଧୁଗଣ ଗତ କାଲି ନବୀନ ନିବାସରୁ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କାଲି ପଖାଳ ଦିବସ ଥିଲା । ଆମ ଓଡିଶାର ସମସ୍ତ ଲୋକ ପଖାଳ ଖାଇବାକୁ ବେସ ଭଲ ପାନ୍ତି । ଧନୀ ହେଉ ବା ଗରିବ ସମସ୍ତେ ପଖାଳ ଖାନ୍ତି । ଗତ କାଲି ନବୀନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଖାଳ କଂସା ବଢା ହୋଇଛି ।

ପଖାଳ କଂସା ସହ ୬ ଭଜା ଖାଦ୍ୟ ଥୁଆ ହୋଇଛି । ଚୂନା ମାଛ ଭଜା, ସଜନା ଛୁଇଁ ଭଜା, ଆଳୁ ଭଜା, ଶାଗ ଭଜା, କଲରା ଚିପ୍ସ ଆଉ ବଢି ଚୂରା ବି ଅଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ସମୁଦାୟ ଦୁଇ ଥର ଖାଉଛନ୍ତି ଥରେ ମାଛ ଓ ଆଉ ଥରେ ଆଳୁ ଭଜା । ହେଲେ ବନ୍ଧୁଗଣ ପଖାଳ କଂସାରେ ହାତ ବୁଡାଇ ନାହାନ୍ତି । ସେଥିରେ ନବୀନ କହୁଛନ୍ତି ‘ପଖାଳ ମୋର ପସନ୍ଦ’ ।

ଏହି ଭିଡିଓଟି ଭାଇରାଲ ହେବା ପରେ ଅନେକ ଦର୍ଶକ ନିଜ ମତାମତ ରଖିଛନ୍ତି । ଏହି ଭିଡିଓରେ ୫୦୦ କମେଣ୍ଟ ହୋଇଥିବା ବେଳେ ଅଧିକାଂଶ କମେଣ୍ଟରେ ଲୋକେ ପଚାରି ଛନ୍ତି ମୁଖ୍ୟମନ୍ତ୍ରୀ ପଖାଳ ଖାଇଲେ ନାହିଁ କାହିଁକି । ଏହି ଭିଡିଓରେ ଅଧିକାଂଶ ଲୋକ ପସନ୍ଦ କରିଥିବା ବେଳେ ନବୀନ ପଖାଳ ନଖାଇଥିବାରୁ ଅନେକ ଲୋକ ନାପସନ୍ଦ ବି କରିଛନ୍ତି ।

Leave a Reply

Your email address will not be published. Required fields are marked *