ୟୁକ୍ରେନ ସହିତ କଥା ହେବାକୁ ପ୍ରସ୍ତୁତ ଅଛନ୍ତି Putin ! ଉଠାଉ ନଥିଲେ ଫୋନ ! କଣ ମାନିଗଲେ କି ପୂତିନ ?

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ବନ୍ଧୁଗଣ ଋଷିଆ ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ।

ହେଲେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମିଡିଆ ରିପୋର୍ଟସ ଅନୁସାରେ ଋଷିଆ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ କାଥାବାର୍ତ୍ତା ପ୍ରସ୍ତାବ ପାଇଁ ରାଜି ହୋଇଛନ୍ତି । ତେବେ ହାଇ ଲେବୁଲ ପ୍ରତିନିଧି ମାନଙ୍କ ସହ ଏହି ବୈଠକ ସମ୍ଭବ ଅଛି । ୟୁକ୍ରେନ ରାଷ୍ଟ୍ରପତି ଆଲୋଚନା କରିବା ପାଇଁ ଯେଉଁ ପ୍ରସ୍ତାବ ପୁଟିନଙ୍କୁ ଦେଇଥିଲେ ସେଥିରେ ମାନି ଯାଇଛନ୍ତି ପୁଟିନ ।

ଆଜି ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ତୃତୀୟ ଦିନ ହେଉଛି ଓ ଋଷ ସେନା ଯେଉଁ ଭଳି ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି ତାହା ଅତ୍ୟନ୍ତ ଭୟାବହ । ଗତ ପହଡଦିନ ରାତିରେ ମୋଦି ଓ ପୁଟିନ ଅଧରାତ୍ରିରେ ଫୋନରେ କଥା ହୋଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ପୁଟିନ ଓ ମୋଦି ୨୫ ମିନିଟ ପର୍ଯ୍ୟନ୍ତ ଫୋନରେ କଥା ହୋଇଥିଲେ । ମୋଦି ପୁଟିନଙ୍କୁ ଯୁଦ୍ଧ ରୋକିବା ପାଇଁ ଓ କୂଟନୈତିକ ଉପାୟରେ ଏହି ମାମଲାକୁ ସମାଧାନ କରିବା ପାଇଁ କହିଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ଆଲୋଚନା କରିବା ପାଇଁ ରାଜି ହୋଇଯାଇଛନ୍ତି ଓ ଏହା ହେଉଛି ସବୁଠାରୁ ବଡ ଖବର । ବନ୍ଧୁଗଣ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ବୁଝାବଣା କରିବାକୁ ପଡିବ କାରଣ ଋଷ ଯଦି ଏଭଳି ଭାବରେ ଆକ୍ରମଣ କରିଚାଲିବ ତା ହେଲେ ଆଉ କିଛି ଘଣ୍ଟା ମଧ୍ୟରେ ୟୁକ୍ରେନ ଛାରଖାର ହୋଇପାରେ । ତେଣୁ ଯାହା ଜଣା ପଡୁଛି ଯୁଦ୍ଧ ସମାପ୍ତ ହେବାର ସମୟ ଆସିଯାଇଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *