Exclusive Interview: ରାଜଵୀର ପାଇଁ ଫଣ୍ଡ କଲେକ୍ସନ, ଷଡ଼ଯନ୍ତ୍ରକାରୀ ଓ ବିବାଦକୁ ନେଇ ମୁଁହ ଖୋଲିଲେ Rajveer ର ମା’, କଲେ ଏହି ଭୟଙ୍କର ଖୁଲାସା !

ବନ୍ଧୁଗଣ ଜଣେ ୩ ବର୍ଷର ବାଳକ ରାଜବୀର ରାଣା ଆପଣ ମାନେ ଏହି ଛୁଆ ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଏହି ଛୁଆ ପାଇଁ ଏବେ ବହୁତ ବଡ ଦ୍ଵନ୍ଦ ଦେଖା ଦେଇଛି । ଏହି ଦ୍ଵନ୍ଦକୁ ନେଇ ରାଜବୀରଙ୍କ ମା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ବନ୍ଧୁଗଣ ରାଜବୀର ଫଣ୍ଡ କଲେକ୍ସନ ପାଇଁ ଷଡଯନ୍ତ୍ରକାରୀ ମାନଙ୍କ ନାମ ସାମ୍ନାକୁ ଆସିଛି । ସେମାନଙ୍କ ନାମ ହେଉଛି ଦେବବ୍ରତ, ଅମିତ, ସୁଜାତା, ଅନୁ ଓ ଗୁପ୍ତା ।

ତେବେ ବନ୍ଧୁଗଣ କାହିଁକି ଏମାନେ ରାଜବୀରଙ୍କ ବିରୋଧରେ କହୁଛନ୍ତି ଏହା ହେଉଛି ଏକ ବଡ ପ୍ରଶ୍ନ । ଗତ କିଛି ସମୟ ପୂର୍ବରୁ ରାଜବୀରଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ଏହା ବିଷୟରେ ଆଲୋଚନା କରିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରାଜବୀରଙ୍କ ମା କହିଛନ୍ତି-‘ଦେବବ୍ରତ ପ୍ରଥମେ ଆମକୁ କହିଥିଲେ ସାହାର୍ଯ୍ୟ କରିବେ ବୋଲି ଆମେ ସେତେବେଳେ ବେଙ୍ଗାଲୋରରେ ଥିଲୁ’ ।

ଆଗକୁ ସେ କହିଛନ୍ତି-‘୧୬ କୋଟି ଟଙ୍କା ସେ ଆରେଞ୍ଜ କରି ଦେବେ ବୋଲି ଆମକୁ କହିଥିଲେ । ଯେହେତୁ ଆମର ଛୁଆ ଡେଞ୍ଜର ଜୋନରେ ସବୁବେଳେ ରହୁଛି ତାକୁ ଗୋଟେ ବିରଳ ରୋଗ ହେଇଛି ତେବେ ଆମ ପାଇଁ ଯିଏ ବି ଆସିଛୁ ସେ ହେଉଛନ୍ତି ଭଗବାନ । ଆମେ ବି ଦେବବ୍ରତଙ୍କୁ ଭାବିଥିଲି ସେ ଆମକୁ ସାହାର୍ଯ୍ୟ କରିବେ । କିନ୍ତୁ ସେ କଣ କଲେ ସେ ଆମକୁ ନବୀନ ନିବାସକୁ ନେଇକି ଗଲେ । ନବୀନ ନିବାସକୁ ଗଲା ପରେ ହାରାସ କଲେ’ ।

ଆଗକୁ ସେ କହିଛନ୍ତି-‘ରାଜ୍ୟ ସରକାରଙ୍କ ଗାଡିରେ ଡେଇଁ ପଡିବା, ଟାୟାର ଜଳାଇବା, ତମ ଦେହରେ ଜଗନ୍ନାଥଙ୍କ ଫଟୋ ଲଗାଇ ନିଆଁ ଜଳାଇବା କେହି କିଛି କରିବେ ନାହିଁ । ସେସବୁରେ ମୁ ଟିକେ ଜାଣି ପାରିଲି ସେ ଠିକ ଲୋକ ନୁହେଁ । ସେ ରାଜନୀତିରେ ପୂରେଇବା ପାଇଁ ଚାହୁଁଛି ହେଲେ ମୁ ମୋ ଛୁଆ ପାଇଁ ଆସିଛି । ମୁ ମୋ ଛୁଆକୁ ବଞ୍ଚାଇବାର ପ୍ରୟାସରେ ଥିଲି ହେଲେ ଯେତେବେଳେ ମୁ କଟକ ଗଲି ସେତେବେଳେ ସୁଜାତା ଆଉ ଅମିତ ମୋତେ କଟକ ହସ୍ପିଟାଲରେ ସାହାର୍ଯ୍ୟ କଲେ’ ।

ଆଗକୁ ସେ କହିଛନ୍ତି-‘୧୦ ହଜାର କ୍ୟାସ ଦେଇଥିଲେ ସେଇଟା ବି ସେମାନେ ନେଇଗଲେ । ଏହା ପରେ ସେ କହିଲେ ସେମାନେ ୪୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଆମକୁ ମାଗିଲେ ଓ ଆମେ ଦେଇ ବି ଦେଲୁ ଆମେ କୌଣସି ବିବାଦ କରି ନାହୁଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମସ୍ତ ଘଟଣା ବିଷୟରେ ରାଜବୀରଙ୍କ ମା କହିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *