ଉଡାଜାହାଜ ବାଥରୁମରୁ ମଇଳା ଯାଏ କୁଆଡେ, ସର୍ତ୍ତ ଲାଗିଲା ଆପଣଙ୍କୁ ଜଣା ହିଁ ନ ଥିବ…

ସାଧାରଣ ବ୍ୟକ୍ତି ଉଡାଜାହାଜରେ ଯାତ୍ରା କରିବାର ଆଶା ରଖିଥାଏ କାହିଁକି ନା ଉଡାଜାହାଜରେ ଯାତ୍ରା ଗୋଟେ ସାଧାରଣ ଲୋକ ପାଇଁ ଟିକେ ଖର୍ଚ୍ଚ ଅଧିକ ଲାଗିଥାଏ । ସବୁବେଳେ ସାଧାରଣ ବ୍ୟକ୍ତି ବସ ବା ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ଏମିତିକି ସମସ୍ତେ ଟ୍ରେନ ର ଟଏଲେଟ ବିଷୟରେ ଅବଗତ ଅଛନ୍ତି ଯେଉଁଥିରେ ଟଏଲେଟ ର ଆବର୍ଜନା ଟ୍ରେନ ଟ୍ରାକରେ ପଡିଥାଏ । କିନ୍ତୁ ସବୁ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଆସେ ଯେ ଉଡାଜାହାଜ ଟଏଲେଟ ର ଆବର୍ଜନା କୁଆଡେ ଯାଏ କାହିଁକି ନା ଉଡୁଥିବା ସମୟରେ ପ୍ଲେନ ର ଟଏଲେଟରେ ଆବର୍ଜନା ତଳେ ପଡିନଥାଏ କିନ୍ତୁ ଏହାର ଆବର୍ଜନା କୁଆଡେ ଯାଇଥାଏ ।

ଆମେ ଆପଣଙ୍କୁ କହି ରଖୁଛୁ କି ଉଡାଜାହାଜ ରେ 200 ଗ୍ୟାଲେନ ର ଏକ ବଡ ଟାଙ୍କି ଥାଏ ଓ ଯାତ୍ରୀମାନଙ୍କ ମଳ ଓ ମୂତ୍ର ଏହି ଟାଙ୍କି ରେ ରହିଥାଏ । ବିଗତ 30 ବର୍ଷ ହେଲା ଉଡାଜାହାଜରେ ଭ୍ୟାକ୍ୟୁମ ଟଏଲେଟ ର ବ୍ୟବହାର କରା ଯାଉଛି । ଏହି ଭାକ୍ୟୁମ ଟଏଲେଟ ର ଏଭଳି ବ୍ୟବସ୍ଥା କରାଯାଇଛି କି ଏହା ପାଣି ଗୋଟେ ପଟରେ ଓ ମଳ ଆଉ ଗୋଟେ ପଟରେ ଅଲଗା କରିଦେଇଥାଏ ଯାହାଦ୍ୱାରା ମଳ ଓ ମୂତ୍ର କୁ ଅଲଗା କରି ମଳକୁ ଟାଙ୍କିର ତଳକୁ ଠେଲି ଦେଇଥାଏ ।

ପ୍ରକୃତରେ ଏହାକୁ ବହୁତ କମ ଲୋକ ଜାଣିଛନ୍ତି କି 200 ଲିଟର ଟାଙ୍କିକୁ ପ୍ରତ୍ୟେକ ଏୟାର ପୋର୍ଟରେ ଏହାକୁ ଖାଲି କରିଦିଆଯାଏ । ଏହି ଟାଙ୍କିକୁ ବାହାର ପଟକୁ ଖୋଲା ଯାଇଥାଏ ଓ ଏୟାର ପୋର୍ଟରେ ଥିବା କମ୍ପାନୀ ର କର୍ମଚାରୀ ମାନେ ତୁରନ୍ତ ସଫା କରିଥାନ୍ତି । ଯେତେବେଳେ ଏୟାର ପୋର୍ଟରେ ଉଡାଜାହାଜ ଉଡାଣ ଭରିଥାଏ ଏହା ପୂର୍ବରୁ ଉଡାଜାହାଜକୁ ଭଲ ଭାବରେ ଚେକ୍ କରା ଯାଇଥାଏ । ଯାହାଦ୍ୱାରା ଭବିଷ୍ୟତରେ ପ୍ଲେନ ଖରାପ ହେବାର ସମ୍ଭାବନା ରହିବ ନାହିଁ ।

ଏୟାର ପୋର୍ଟରେ କର୍ମଚାରୀ ମାନେ ଚେକ୍ କରି ସାରିଲା ପରେ ଯାହା ଅସୁବିଧା ଜଣାପଡ଼େ, ଉଡାଣ ଆରମ୍ଭ ପୂର୍ବରୁ ଏହାକୁ ସର୍ଭିସିଙ୍ଗ କରାଯାଏ ଓ ଏହି ସମୟରେ ଉଡାଜାହାଜର ଟଏଲେଟ ତୁରନ୍ତ ସଫା କରାଯାଇଥାଏ । ଉଡାଣ ଭରିବା ପୂର୍ବରୁ ବହୁ ଜିନିଷକୁ ଧ୍ୟାନର ସହିତ ନଜର ଦେବାକୁ ହୋଇଥାଏ କାହିଁକିନା ଉଡାଜାହାଜ ଥରେ ଉଡାଣ ନେଲା ପରେ ଯଦି ଆକାଶମାର୍ଗରେ କୌଣସି ସମସ୍ୟା ଆସେ ତାହେଲେ ସମସ୍ତଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥାଏ । ଉଡ଼ାଜାହାଜ ଉଡୁଥିବା ସମୟରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ଏଥିପାଇଁ ଏହାର ଟଏଲେଟକୁ ସବୁବେଳେ ସଫା କରି ଓ ସଠିକ ଭାବରେ ଚେକ୍ କରି ଛଡା ଯାଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏମିତି ହିଁ କିଛି ରୋମାଞ୍ଚକର ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *