ଚତୁର୍ଥୀ ରାତିରେ ବହୁତ ଖୁସି ଥିଲା ବର, ଦୁଇ ଦିନ ପରେ ଆସିଲା ଏମିତି ଖବର କି ବୋହୁକୁ ହାତ ବି ଲଗାଇବା ପାଇଁ ଚାହେଁନି

କରୋନା ଭାଇରସର ପ୍ରକୋପ ଥମିବାର ନାମ ନେଉ ନାହିଁ । ଦିନକୁ ଦିନ ଏହାର ମାମଲା ବଢ଼ିବାରେ ଲାଗିଛି । କୋଭିଡ୍ ୧୯ ଭାଇରସ ଗୋଟେ ମଣିଷରୁ ଆଉ ଗୋଟେ ମଣିଷକୁ ବହୁତ ଶୀଘ୍ର ବ୍ୟାପି ଥାଏ । ଏହି କାରଣ ଯୋଗୁ ସରକାର ଗତ ଦୁଇ ମାସରୁ ଦେଶରେ ତାଲା ବନ୍ଦ ରଖିଛନ୍ତି । ଏହି ସମୟରେ ଲୋକଙ୍କୁ ସାମାଜିକ ଦୂରତାକୁ ପାଳନ କରିବାକୁ କହିଛନ୍ତି । ଏହି ତାଲା ବନ୍ଦ ରହିଥିବାରୁ ବହୁତ ଲୋକଙ୍କ ବାହାଘରକୁ ବାତିଲ କରାଯାଇଛି। ସେଇଠି ପୁଣି ତାଲା ବନ୍ଦ ରେ କିଛି ଲୋକ ଏମିତି ଅଛନ୍ତି ଯିଏ କମ ଲୋକଙ୍କୁ ନେଇ ବାହାଘର କରୁଛନ୍ତି ।

ଏହି ସମୟରେ ମଧ୍ୟପ୍ରଦେଶରେ ଗୋଟିଏ ଯୋଡ଼ିକୁ ତାଲା ବନ୍ଦରେ ବିବାହ କରିବା ପଡିଲା ମହଙ୍ଗା । ବାହାଘରର ତୃତୀୟ ଦିନରେ କନ୍ୟା କରୋନା ପଜିଟିଭ୍ ବାହାରିଲା । ଏବେ ଏହି ଘଟଣା ପରେ ପୁରା ପରିବାରରେ ଭୟ ଖେଳି ଯାଇଛି । କାଲି ଯେଉଁ ବର ପ୍ରେମର ସହିତ ଓଢଣା ଟେକୁଥିଲା ସେ ଆଜି କରୋନା ପଜିଟିଭ୍ ରିପୋର୍ଟ ଆସିଲା ପରେ ନୂଆ ବୋହୂ ଠାରୁ ୧୦ ଫୁଟ ଦୂରତାରେ ଠିଆ ହେଉଛି ।

କଣ ଅଟେ ମାମଲା

ଏହି ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଟଖଡିର ଅଟେ । ଏଠାରେ ଏକ ଝିଅର ବାହାଘର ରାୟସେନ ଜିଲ୍ଲାର ସୁଲତାନପୁର ରେ ରହୁଥିବା ଜଣେ ଯୁବକଙ୍କ ସାଙ୍ଗରେ ହୋଇଥିଲା । ଏହି ବାହାଘରର ଗୋଟେ ସପ୍ତାହ ପୂର୍ବରୁ ଝିଅକୁ ବହୁତ ଜୋରରେ ଜର ହୋଇଥିଲା, ଏହି ସମୟରେ ସେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥିଲେ, ଏଥିରେ ତାଙ୍କୁ ଆରାମ ମିଳି ଯାଇଥିଲା ଆଉ ସେ ବାହାଘରର ଯୋଗାଡ଼ରେ ଲାଗି ଯାଇଥିଲେ । ପରିବାର ଲୋକ କନ୍ୟାର ସାମ୍ପଲ୍ ଟେଷ୍ଟ ପାଇଁ ପଠାଇ ଦେଇଥିଲେ । ପୁଣି ବାହାଘରର ତୃତୀୟ ଦିନରେ ଯେବେ ରିପୋର୍ଟ ଆସିଲା କରୋନା ପଜିଟିଭ୍ ବୋଲି ଜଣା ପଡିଥିଲା ଓ ତାହାକୁ ଭୋପାଳର ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବର ଓ କନ୍ୟା ଘରଲୋକ ସମସ୍ତେ ହେଇଛନ୍ତି କ୍ଵାରେନ୍ଟାଇନ

କରୋନା ସମୟରେ ହୋଇଥିଲା ଏହି ବାହାଘର ଏଥିରେ ପ୍ରାୟ ସାମିଲ୍ ହୋଇଥିଲେ ୩୨ ଜଣ ଲୋକ । ବାହାଘରର ରୀତି ନୀତି ମଣ୍ଡପରେ ହୋଇଥିଲା, ବରଯାତ୍ରୀ ସୁଲୁତାନପୁର ରୁ ଆସିଥିଲା, ଯେମିତି କନ୍ୟାର କରୋନା ପଜିଟିଭ୍ ଜଣା ପଡ଼ିଲା ପ୍ରଶାସନ ବର ସହିତ ୩୨ ଜଣ ଲୋକଙ୍କୁ କ୍ଵାରେନ୍ଟାଇନ କରିଦେଲେ, ଏଥିରେ ବାହାଘର କରାଇଥିବା ପଣ୍ଡିତ ସାମିଲ୍ ଥିଲେ । ଅବ୍ଦୁଲାଗଜ୍ ବିଏମଓ ଡାକ୍ତର ଅରବିନ୍ଦ ସିଂହ ଚୌହାନଙ୍କ ଅନୁସାରେ ଆମେ ମାନେ ତାଙ୍କ ପରିବାର ଲୋକଙ୍କ ସାମ୍ପୁଲ୍ ନେଇ ଯାଇଛୁ କେବଳ ରିପୋର୍ଟ ଆସିବା ବାକିଅଛି ।

ପ୍ରଶାସନ ହେଲେ ସତର୍କ

ଏହି ଘଟଣା ପରେ ସ୍ଵାସ୍ଥ୍ୟ ବିଭାଗ ପ୍ରଶାସନ ସତର୍କ ହୋଇଗଲେ । ଯେଉଁ ଲୋକମାନଙ୍କୁ କ୍ଵାରେନ୍ଟାଇନ କରାଯାଇଛି ସେମାନଙ୍କୁ ପଚରା ଉଚରା କରାଯାଉଛି କି ବାହାଘରରେ ଆଉ କେଉଁ ମାନେ ସାମିଲ ହୋଇଥିଲେ । ଏହା ପରେ ବି ସୂଚନା ମିଳିଛି କି ସାମିଲ ହୋଇଥିବା ଲୋକ କେଉଁ ମାନଙ୍କ ସମ୍ପର୍କରେ ଆସିଛନ୍ତି । ଯାହା ଦ୍ଵାରା କରୋନାରେ ସଂକ୍ରମିତ ହୋଇଥିବା ମଣିଷଙ୍କ ଚେନକୁ ରୋକା ଯାଇ ପାରିବ । ଦେଶରେ ଘଟୁଥିବା ସମସ୍ତ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *