ପତ୍ନୀ ସାକ୍ଷୀଙ୍କୁ ବିଲକୁଲ ବି ପସନ୍ଦ ନୁହେଁ ବେଡ଼ରୁମରେ ଧୋନିଙ୍କର ଏହି ଅଭ୍ୟାସ, କହିଲେ ନିଦରେ କଣ କରନ୍ତି ମାହି ?

କରୋନା ଭାଇରସ ମହାମାରୀ କାରଣରୁ ଇଣ୍ଡିଆନ୍ ପ୍ରୀମିଅର୍ ଲିଗ୍ (ଆଇ ପି ଏଲ୍) ୨୦୨୦ ଅନିଶ୍ଚିତ କାଳ ପାଇଁ ସ୍ତଗିତ ହୋଇଯାଇଛି । କ୍ରିକେଟ୍ ଓ ଅନ୍ୟ ଟୁର୍ଣାମେନ୍ଟ ବି ବନ୍ଦ ଅଛି । ଏମିତି ରେ ସବୁ କ୍ରିକେଟର ଘରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି । କିନ୍ତୁ ଏହା ମଧ୍ୟରେ ଖେଳାଳିଙ୍କ ସହିତ ଆଇ ପି ଏଲ୍ ଟିମ୍ ସବୁ ନିଜ ଫ୍ୟାନସ୍ ମାନଙ୍କ ସହିତ ଯୋଡି ହେଇ ରହିବା ପାଇଁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଉଛନ୍ତି । ଲାଇଭ ଇନଷ୍ଟାଗ୍ରାମ୍ ଜରିଆରେ କ୍ରିକେଟର ମାନେ ନିଜ ଭିତରେ କଥା ବାର୍ତ୍ତା କରୁଛନ୍ତି । ଏହି ସମୟରେ ଚେନ୍ନାଇ ସୁପର୍ କିଙ୍ଗସ୍ ମହେନ୍ଦ୍ର ସିଂ ଧୋନିଙ୍କର ସ୍ତ୍ରୀ ସାକ୍ଷୀ ଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ର କ୍ୟାପଟେନ ଅଟନ୍ତି ।

କହିଲେ ଧୋନି ହେଉଛନ୍ତି ବହୁତ୍ ଇମୋସ୍ନାଲ୍

ଇନଷ୍ଟାଗ୍ରାମ୍ ଲାଇଭ ଚାଟ୍ ଜରିଆରେ ସାକ୍ଷୀ ଧୋନୀଙ୍କୁ ବହୁତ୍ ଇମୋସ୍ନାଲ୍ କହିଛନ୍ତି, ସେ କହିଛନ୍ତି କି ସିଏସକେ ୨୦୧୮ ରେ ତୃତୀୟ ଥର ଆଇ ପି ଏଲ୍ ଟ୍ରଫି ଜିତିବା ପରେ ଧୋନି ବହୁତ ଭାବୁକ୍ ହୋଇ ଯାଇଥିଲେ । ସାକ୍ଷୀ କହିଲେ କି କ୍ରିକେଟ୍ ଧୋନିଙ୍କର ପ୍ରଥମ ପ୍ରେମ ଏବଂ ତାକୁ ନେଇକରି ସେ ବହୁତ ଇମୋସ୍ନାଲ୍ ରୁହନ୍ତି ।

ପବଜି ଖେଳିବା ତାଙ୍କର ବହୁତ୍ ପସନ୍ଦ

ଟିମ୍ ଇଣ୍ଡିଆ ର ଏହି ଖେଳାଳି ପବଜୀ ବହୁତ ଖେଳନ୍ତି ଏବଂ ଏଥି ଉପରେ କଥାବାର୍ତ୍ତା ବି ହୁଅନ୍ତି । ସାକ୍ଷୀ କହିଲେ କି ଧୋନିଙ୍କୁ ବି ପବଜି ଖେଳିବା ବହୁତ ପସନ୍ଦ । ଧୋନି ପବଜି ଭିଡିଓ ଗେମ୍ ବହୁତ ଖେଳନ୍ତି । ସେ କହିଲେ କି ପ୍ରକୃତରେ ଏଥିରୁ ତାଙ୍କର ଚିନ୍ତା ଦୂର ହୋଇଥାଏ ଓ ତାଙ୍କର ମୁଣ୍ଡ ସବୁବେଳେ କାମ କରୁଥାଏ । ନିଦରେ ବି ପବଜି ର କଥା ବିଳି ବିଳାନ୍ତି ।

ସାକ୍ଷୀ କହିଲେ କି ଏବେ ବେଡ଼ରୁମ ରେ ବି ପବଜି ଗେମ୍ ଖେଳିବାକୁ ଲାଗିଲେଣି । କେତେଥର ସେ ଏହି ଗେମ୍ ଖେଳିବାରେ ଏତେ ହଜିଯାଆନ୍ତି କି ମୋ ସାଥିରେ କଥା କହୁଥିଲା ବେଳେ ବି ଅଚାନକ ହେଡଫୋନ ଲଗେଇକରି ଅନ୍ୟ ଲୋକଙ୍କ ସହିତ କଥା ହେବାରେ ଲଗିଯାଆନ୍ତି । ସାକ୍ଷୀ କହିଲେ କି ଏତିକି ନୁହଁ,ଏବେ ନିଦରେ ପବଜି ବିଷୟରେ କଥା ହେବାରେ ଲାଗିଛନ୍ତି ।

ବାଇକ୍ ଆସେମ୍ବଲ କରନ୍ତି

ସାକ୍ଷୀ ଧୋନିଙ୍କ ବିଷୟରେ ଆଉ ଗୋଟିଏ ଖାସ୍ କଥା କହିଲେ । ସେ କହିଲେ କି ଧୋନିଙ୍କ ପାଖରେ ୯ ଗୋଟି ବାଇକ୍ ଅଛି । ଖାଲି ରହିବା କାରଣରୁ ବହୁତ ଥର ସେ ତାର ପାର୍ଟସ୍ ଖୋଲିଦିଅନ୍ତି ଏବଂ ପୁଣି ଥରେ ଆସେମ୍ବଲ୍ କରନ୍ତି । ଏହି ପ୍ରକାରରେ ସେ ସମୟ ବିତାନ୍ତି ।

ସନ୍ନ୍ୟାସ କୁ ନେଇ ଚାଲୁଛି ଚର୍ଚ୍ଚା

ମହେନ୍ଦ୍ର ସିଂ ଧୋନି ଷ୍ଟାର୍ କ୍ରିକେଟର ଏବଂ ଦୁନିଆର ସଫଳତମ କ୍ରିକେଟରଙ୍କ ଭିତରେ ଗଣା ହୁଅନ୍ତି । କିନ୍ତୁ ୱାଲ୍ଡକପ୍ ର ସେମି ଫାଇନାଲ ରେ ନିଉଜିଲ୍ୟାଣ୍ଡ ଠାରୁ ହାରିବା ପରେ ଏବେ ଯାଏ ସେ ଟିମ୍ ଇଣ୍ଡିଆ ପାଇଁ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଏମିତିରେ ତାଙ୍କର ସନ୍ନ୍ୟାସ କୁ ନେଇ ଚର୍ଚ୍ଚା ଚାଲୁଛି । ଏବେ ନଗଦରେ ତାଙ୍କର ସନ୍ନ୍ୟାସ କୁ ନେଇ ଚର୍ଚ୍ଚା ଚାଲିଥିଲା, ଯାହାକୁ ତାଙ୍କ ସ୍ତ୍ରୀ ସାକ୍ଷୀ ତାର ଖଣ୍ଡନ କରିଥିଲେ । କହିଥିଲେ କି ଧୋନି ତାଙ୍କର ସନ୍ନ୍ୟାସ କୁ ନେଇ ଏବେ ଯାଏ କୌଣସି ବୟାନ ଦେଇନାହାନ୍ତି । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ କ୍ରିକେଟ ଦୁନିଆର ସବୁ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *