Untalented Guy ଉଦିତ, ଗାଳି କରିଲେ କାନରୁ ବାହାରେ ଧୂଆଁ ! ଶୁଣନ୍ତୁ କିପରି ଥିଲା ତାଙ୍କ ୟୁଟ୍ଯୁବ ଜର୍ଣ୍ଣି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୟୁଟ୍ଯୂବ ର ଆଗ ଧାଡିର ସଫଳ ୟୁଟବର ହେଉଛନ୍ତି ଉଦିତ ନାୟକ । ୟୁଟୁବରେ ନିଜ କ୍ଯାରିଅର କିପରି ଭାବେ ଆରମ୍ଭ କରିଥିଲେ ? ଏହା ସହିତ ସେ କାହା ସହିତ କାମ କରିବାକୁ ଅଧିକ ଭଲ ପାଇଥାନ୍ତି । ଏହି ସବୁ କଥାକୁ ସେ ଗୋଟେ ଇଣ୍ଟରଭିୟୁରେ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି । ଉଦିତ ଜଣେ ଖୁବ୍ ହସମଜାକ ମିଜାରର ବ୍ୟକ୍ତିତ୍ବ । ସେ ତାଙ୍କର କାମକୁ ନେଇ ବହୁତ ଖୁସି ଅଛନ୍ତି ବୋଲି ଉଦିତ ନିଜେ କହିଛନ୍ତି ।

ଆଗାମୀ ସମୟରେ ସେ ତାଙ୍କର ଏହି ସୋସିଆଲ ମିଡିଆ ଯାତ୍ରାରେ ବହୁତ ଆଗକୁ ଯାଇ ନାମ କରିବା ସହିତ ଲୋକଙ୍କ ଠାରୁ ପ୍ରଶଂସା ସାଉନ୍ଟିବାର ଆଶା ରଖିଛନ୍ତି । ଉଦିତ ତାଙ୍କ ନିଜ ନେଗେଟିଭିଟି ଗାଳି ବା ସ୍ଲାଙ୍ଗକୁ ସୋସିଆଲ ମିଡିଆରେ ଫନି ମୋମେଣ୍ଟ କରି ଲୋକଙ୍କୁ ହସେଇବା ପାଇଁ ପ୍ରୟାସ କରନ୍ତି ।

ଉଦିତ ନିଜ କ୍ଯାରିଅରରେ ସୋସିଆଲ ମିଡିଆରେ ବହୁତ ଭାଇରଲ୍ ହେବା ପରେ ତାଙ୍କୁ ଏବେ ଏକ ନୂଆ ମୁଜିକ ଭିଡିଓର ଅଫର ମିଳିଛି ।ଯାହା ପାଇଁ ସେ ବାଲେଶ୍ଵରରୁ ଭୁବନେଶ୍ବର ଆସିଛନ୍ତି । ଭୁବନେଶ୍ବର ଆସି ଉଦିତ ଭୁବନେଶ୍ବର ସହର ବିଷୟରେ ତାଙ୍କ ମତରେ କହିଛନ୍ତି । ଭୁବନେଶ୍ବର ଆସି ସେ ବହୁତ ଖୁସି ଅଛନ୍ତି । ବହୁତ କିଛି ନୂଆ ନୂଆ ଜିନିଷ ଦେଖିବାକୁ ପାଉଛନ୍ତି ।

ଉଦିତଙ୍କର ଯୁଟୁବ ଚାନେଲର ନାମ ହେଉଛି ଅନଟ୍ଯାଲେନ୍ଟେଡ ଗାଏ ! ଏହି ଚାନେଲର ନା ଦେବା ପୂର୍ବରୁ ଉଦିତଙ୍କ ମତରେ ସେ ବେଶି କିଛି ଜାଣିନଥିଲେ ।ତାଙ୍କ ଭିତରେ ଥିବା ଟ୍ଯାଲେନ୍ଟ ବିଷୟରେ ତାଙ୍କୁ ବେଶି କିଛି ଜ୍ଞାନ ନଥିଲା । ତେଣୁ ସେ ଏଭଳି ଏକ ଯୁଟୁବ ଚାନେଲ ଖୋଲି ତା’ ଏପରି ଦେଇଥିଲେ । ଉଦିତଙ୍କ ମତରେ ତାଙ୍କ ଭିଡିଓରେ ବହୁତ ସମୟରେ ଅପଶବ୍ଦ ବା ସ୍ଲାଙ୍ଗର ବ୍ୟବହାର ହୋଇଥାଏ ।

କାରଣ ତାଙ୍କ କହିବା ଅନୁସାରେ ଦୁନିଆରେ ଏପରି କେହି ଲୋକ ନାହାନ୍ତି । ଯେ ଖରାପ ଶବ୍ଦର ବ୍ୟବହାର କରୁନାହାନ୍ତି । ଉଦିତଙ୍କ ମତରେ ଯଦି ନିଜ ସ୍ଲାଙ୍ଗ ମାଧ୍ୟମରେ ଅନ୍ୟ ଲୋକଙ୍କୁ ଖୁସି କରି ପାରୁଛନ୍ତି । ତେବେ ସେଥିରେ କିଛି ଖରାପ ନାହିଁ ବୋଲି ଉଦିତ କହିଛନ୍ତି । ଉଦିତଙ୍କ କହିବା ଅନୁସାରେ ଯେତେବେଳେ ସେ ପ୍ରଥମେ କରି ସୋସିଆଲ ପ୍ଲାଟଫର୍ମରେ ତାଙ୍କ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ ।

ସେତେବେଳେ ତାଙ୍କ ପରିବାର ସପର୍ଟ ମିଳିନଥିଲା କିନ୍ତୁ ଧୀରେ ଧୀରେ ଏହି ପ୍ଲାଟଫର୍ମରେ ସେ ଆଗକୁ ବଢି ଉନ୍ନତି କରିବା ସହ ତାଙ୍କ ପରିବାର ଏବେ ତାଙ୍କ ସପକ୍ଷରେ ଅଛନ୍ତି । ବାବୁ ଭାଇ ପ୍ରଡ଼କସନରେ ପ୍ରଥମ ଥର ମୁଜ୍ୟିକ ଆଲବମ୍ କରିବା ପାଇଁ ଉଦିତ ଯାଉଛନ୍ତି । ବାବୁ ଭାଇଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ବୋଲି ଉଦିତ କହିଛନ୍ତି । ତେଣୁ ସେ ମୁଜ୍ୟିକ ଯାତ୍ରାରେ ନିଜକୁ ସାମିଲ କରିପାରିଥିବାରୁ ବହୁତ ଖୁସି ହେବା ସହ ଆଗକୁ ଯାଇ ବହୁତ କିଛି କରିବେ ବୋଲି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ କରନ୍ତୁ ।    

Leave a Reply

Your email address will not be published. Required fields are marked *