‘ଟିକିର ମୁଁ ସ୍ଵାମୀ ନୁହେଁ ମୁଁ ତା’ ର ପୁଅ, ସେ ଯେତେବେଳେ ମତେ…’ Tiki ଙ୍କୁ ନେଇ ଏମିତି କାହିଁକି କହିଲେ ଟିକିଙ୍କ ସ୍ଵାମୀ ତଥା ଖଳନାୟକ Kanha Swain

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶିବାନୀ ଗଣନାଟ୍ୟର ଚର୍ଚିତ ଖଳନାୟକ ହେଉଛନ୍ତି କାହ୍ନା ସ୍ଵାଇଁ । ତାଙ୍କର ସ୍ତ୍ରୀ ମଧ୍ୟ ଏହି ଶିବାନୀ ଗଣନାଟ୍ୟର ପ୍ରସିଦ୍ଧ ନାରୀ କଳାକାର ଟିକି ସ୍ଵାଇଁ । ଶିବାନୀ ଗଣନାଟ୍ୟର ଯାତ୍ରା ରାତି ଲାଗେ ମିଛି ସାଥି ଲାଗେ ମିଛ । ଏହି ନାଟକରେ କାହ୍ନା ସ୍ଵାଇଁ ଇନ୍ସପେକ୍ଟର ଦୁଶମନ ପାଇକରାୟ ଖଳନାୟକ ଚରିତ୍ରରେ ଅଭିନୟ କରିବାର ସମୟରେ ତାଙ୍କର ଏକ ଇଣ୍ଟର ଭିୟୁରେ କାହ୍ନାଙ୍କ ମୁହଁରୁ ତାଙ୍କର ଯାତ୍ରା ଜର୍ଣ୍ଣୀ ବିଷୟରେ ଶୁଣିବାକୁ ମିଳିଛି ।

ପ୍ରଥମେ ଜଲିଉଡ୍ ରେ ଅଭିନୟ କରିବା ସମୟରେ ନାୟକ ଭୂମିକାରେ ଅଭିନୟ କରିବାର ଦର୍ଶକ ଦେଖିବାକୁ ପାଇଥିଲେ । ତାପରେ କାହ୍ନାଙ୍କର ଯାତ୍ରାରେ ନେଗେଟିଭ ଚରିତ୍ର କରିବାର ଇଛା ଶକ୍ତି ଓ ଆଗ୍ରହ ତାଙ୍କୁ ଆଜି ଏକ ପ୍ରସିଦ୍ଧ ନେଗେଟିଭ କଳାକାର ରୂପେ ଦର୍ଶକକୁ ଦେଖିବାର ସୁଯୋଗ ଦେଇଛି । ପ୍ରଥମେ ଖଳ ଭୂମିକା କରିବା ପାଇଁ କାହ୍ନା ସ୍ଵାଇଁଙ୍କୁ ସୁଯୋଗ ମିଳିନଥିଲା କାରଣ ଖଳ ଭୂମିକାରେ ଆସିବା ପାଇଁ ଯେଉଁ ଖଳ ଚେହେରା ଲୋକଙ୍କୁ ଦେଖିବାକୁ ଭଲ ଲାଗିଥାଏ ।

ସେପରି ଚେହେରା କାହ୍ନାଙ୍କର ନଥିଲା କିନ୍ତୁ ଧୀରେ ଧୀରେ କରି କାହ୍ନା ନିଜ ଖଳ ଚରିତ୍ରକୁ ଯାତ୍ରା ଦୁନିଆରେ ସଫଳ କରିବା ପାଇଁ ତାଙ୍କ ଚେହେରାକୁ ଖଳ ଚେହେରା କରିଦେଇଥିଲେ । କାହ୍ନାଙ୍କ ଅଭିନୟକୁ ଅନୁସରଣ କରି ବହୁ ନୂତନ ଯାତ୍ରା କଳାକାର ସେହିପରି କରିବାକୁ ଚାହୁଁଛନ୍ତି । ଏହି କଥାରେ କାହ୍ନା ନିଜକୁ ବହୁତ ଗର୍ବ ହୁଏ ବୋଲି କହିଛନ୍ତି ।

କାରଣ ସେ ଏହି ସମୟକୁ ବହୁ ଚାତକର ସହ ଚାହିଁ ବସିଥିଲେ କି କେତେବେଳେ ସେ ଯାତ୍ରା ଦୁନିଆର ଆଗ ଧାଡିର ଏକ କଳାକାର ହେବା ସହ ଅନ୍ୟ ଲୋକ ତାଙ୍କୁ ଅନୁସରଣ କରିବେ । ଯାତ୍ରା ଧାଡିର ପ୍ରସିଦ୍ଧ କଳାକାର କାହ୍ନା କହିଛନ୍ତି । ତାଙ୍କ ଯାତ୍ରା ଜୀବନର ସଫଳତାର ଚାବି କାଠି ହେଉଛନ୍ତି ତାଙ୍କ ଧର୍ମପତ୍ନୀ ଟିକି ।

ଜଣେ ସୁପ୍ରସିଦ୍ଧ ଯାତ୍ରାର ମୁଖ୍ୟ ନାୟିକାଙ୍କ ଦ୍ଵାରା ପ୍ରେରିତ ହୋଇ ଆଜି ଏକ ସଫଳ ଯାତ୍ରା କଳାକାର ହୋଇଥିବାର କାହ୍ନା ସ୍ଵାଇଁ କହିଛନ୍ତି । କାହ୍ନା ସ୍ଵାଇଁ ନିଜର ଅଭିନୟକୁ ଅଭିନୟ ପରି ନକରି ନିଜକୁ ସେହି ଚରିତ୍ରରେ ଭର୍ତ୍ତି କରି ଉପଭୋଗ କରି ନିଜର ଭୂମିକାକୁ ନିଭାଇ ଥାନ୍ତି । କାହ୍ନାଙ୍କର ପସନ୍ଦର ଯାତ୍ରା ଖଳନାୟକ ହେଉଛନ୍ତି । ଯାତ୍ରା ଆଗ ଧାଡିର ଖଳନାୟକ ଦୈତାରୀ ପଣ୍ଡା, ଲକ୍ଷ୍ମୀଧର ଓ ଦାମ ନନା ।

ଫିଲ୍ମ ଦୁନିଆର ପ୍ରସିଦ୍ଧ ଖଳନାୟକ ପ୍ରକାଶ ରାଜଙ୍କୁ ଦେଖି ବହୁ ମାତ୍ରାରେ କାହ୍ନା ସ୍ଵାଇଁ ପ୍ରେରିତ ବୋଲି କହିଛନ୍ତି । କାହ୍ନା ତାଙ୍କ ସ୍ତ୍ରୀ ଯାତ୍ରା ନାୟିକା ଟିକିଙ୍କୁ ବହୁତ ଅଧିକ ଭଲ ପାଇବା ସହ ଟିକିଙ୍କର ବିଶାଳ ହୃଦୟ ବିଷୟରେ ସମସ୍ତ ଲୋକଙ୍କୁ ଜଣାଇଛନ୍ତି । କାହ୍ନା ସ୍ଵାଇଁଙ୍କ ମତରେ ଟିକି କାହ୍ନାଙ୍କୁ ତାଙ୍କ ସ୍ଵାମୀ ନୁହେଁ ବଂର ପୁଅ ଭଳି ଭଲ ପାଇଥାନ୍ତି । ଟିକି ଭଳି ସ୍ତ୍ରୀ’ ଙ୍କୁ ପାଇଁ କାହ୍ନା ସ୍ଵାଇଁ ବହୁତ ଗର୍ବ ଅନୁଭବ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *