ରାନୀ ପଣ୍ଡା ଙ୍କ କାର ବ୍ରେକ ମାରୁମାରୁ ଉଡିଯାଇଥିଲା ପଲସର ବାଇକ…ଆଉ ତା’ପରେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହଠାତ ରାତିରେ ଶବ୍ଦ ହେଲା ସମସ୍ତେ ଦୌଡି ଆସିଲେ, ଆଉ ଦେଖିଲା ବେଳକୁ ରାଣୀ ପଣ୍ଡା ଙ୍କ କାର ଛିଡା ହୋଇଛି । ଏବଂ କାର ଟି ଆଗପଟରୁ ସଂପୂର୍ଣ୍ଣ ଚୁର୍ମାର ହୋଇଯାଇଛି । ଅପର ପାର୍ଶ୍ଵରେ ବାଇକ ରୁ ଛିଟିକି ଯୁବକ ଜଣକ ପଡିଛି । ଯୁବକ ଜଣକ ର-କ୍ତ ଜୁଡୁବୁଡୁ ହୋଇ ସେଠାରେ ଛଟପଟ ହେଉଥିଲେ । ସେଠାରେ ସ୍ଥାନୀୟ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ସେଠାରୁ ଯୁବକଙ୍କୁ ନେଇ ସଙ୍ଗେ ସଙ୍ଗେ ଆଠଗଡ ମେଡିକାଲ ଚାଲିଗଲେ । ରାଣୀପଣ୍ଡା ଙ୍କ କାର ଆକ୍ସିଡେଣ୍ଟ କୁ ନେଇ ଅନେକ କଥା ବର୍ତ୍ତମାନ ସାମ୍ନା କୁ ଆସୁଛି । ସ୍ଥାନୀୟ ଅଞ୍ଚଳରେ ଦେଖିଥିବା କିଛି ଲୋକ ଏହିଭଳି କହୁଛନ୍ତି ଛାତି ଥରାଇ ଦେଲାଭଳି ଦୃଶ୍ୟ ଥିଲା ସେହି ସମୟରେ । ପଲସର ଗାଡି ଟି ଯେତେବେଳେ ରାନୀ ପଣ୍ଡା ଙ୍କ କାର ରେ ଆସି ପିଟିହେଲା ସେତେବେଳେ ଗୋଟିଏ ବମ ଫାଟିଲା ଭଳି ଶବ୍ଦ ହୋଇଥିଲା ।

ରାଣୀ ଙ୍କ ଡ୍ରାଇଭର କହିଛନ୍ତି ଯେ ସେ ସାମ୍ନା ପଟରୁ ଯେତେବେଳେ ବାଇକ ଆରୋହୀ କୁ ଦେଖିଥିଲେ ସେତେବେଳେ ସାମ୍ନା ପଟରୁ ବ୍ରେକ ଲଗାଇଥିଲେ । ମାତ୍ର ତାଙ୍କୁ ସମୟ ହିଁ ମିଳିନଥିଲା । ତଥାପି ଜୋରରେ ବ୍ରେକ ଲଗାଯାଇଥିଲା ଏହାପରେ ଜବରଦସ୍ତ ମୁହାଁମୁହିଁ ହୋଇଥିଲା । ଏହାପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ବାଇକ ଆରୋହୀ ଛିଟିକି ପଡିଥିଲେ ବାଇକ ରୁ ।

ଏହାପରେ ମେଡିକାଲ କୁ ନିଆଯାଇଥିଲା ଯୁବକ ଜଣଙ୍କୁ । ପରେ ଚିକିତ୍ସ୍ୟା ଚାଲିଥିବା ସମୟରେ ତାଙ୍କର ଜୀବନ ଚାଲିଯାଇଥିଲା । ଯେଉଁ ଯୁବକ ଙ୍କ ଜୀବନ ଚାଲି ଯାଇଛି ସେ ହେଉଛନ୍ତି ରାଜନଗର ଗାଁ ର ସୁକାନ୍ତ ବେହେରା । ଘଟଣା ସ୍ଥଳରେ ରାଣୀ ପଣ୍ଡା ଙ୍କୁ ଛାଡିବାକୁ ନାରାଜ ଥିଲେ ସ୍ଥାନୀୟ ଲୋକେ ।

ପରେ ପୋଲିସ ସେଠାରେ ପହଞ୍ଚି ସବୁ ବୁଝା ସୁଝା କରିଥିଲା । ଏହି ଦୁର୍ଘଟଣା ଟି ଆଠଗଡ ମେଘା ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ଘଟିଥିଲା । ସ୍ଥାନୀୟ ଲୋକେ କିଛି କୁହନ୍ତି ଯେ ଏହି ସ୍ଥାନରେ ଆଗରୁ ଏହିଭଳି ଅନେକ ଦୁର୍ଘଟଣା ଘଟିଛି । ଆଶା କରାଯାଇଥିଲା ଯେ ସୁକାନ୍ତ ବେହେରା ବଞ୍ଚିଯିବେ ବୋଲି ମାତ୍ର ଜୀବନ ଚାଲିଗଲା ତାଙ୍କର । ସୁକାନ୍ତ ଙ୍କ ମା’ ସ୍ତ୍ରୀ ଏବଂ ପରିବାର ଲୋକେ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *