‘ଦରକାର ପଡିଲେ ବିକ୍ରି ହୋଇଯିବି କିନ୍ତୁ ସୁକାନ୍ତ ଭାଇର ପରିବାରକୁ କେବେ ବି ଛାଡିବି ନାହିଁ…’ ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ Rani Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଯେ ତାଙ୍କର କିଛି ଭୁଲ ନାହିଁ ଓଡିଶାବାସୀ, ମିଥ୍ୟା ଅପପ୍ରଚାର ହେଉଛି ଅନେକ କଥା । ସେ ମଧ୍ୟ ଏହାକୁ ନେଇ ମର୍ମାହତ, ଦୋଷ ନ କରି ମଧ୍ୟ ସେ ଦୋଷୀ । ସେ ଗରିବ ଙ୍କ ସାଥି, ସେ ଗୋଟିଏ ଗରିବ ଲୋକକୁ କେବେ ମଧ୍ୟ ମାରିପାରିବି ନାହିଁ । ଏଣୁ ତାଙ୍କ ସୁଧୀକ୍ରିୟା ପାଇଁ ୫୦ ହଜାର ଟଙ୍କା ଦେଇଛନ୍ତି । ତାଙ୍କ ଛୁଆ ଙ୍କ ଭବିଷ୍ୟତ ମଧ୍ୟ ସେ ହିଁ ଗଢିବେ ।

ଏଥିପାଇଁ ଯାହା ମଧ୍ୟ ସାହାର୍ଯ୍ୟ ଦରକାର ସେ ସମସ୍ତ ପ୍ରକାରର ସାହାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହା ସହିତ ସେ କଥା ଦେଇ କହିଛନ୍ତି ଯେ ସେ କେବେ ମଧ୍ୟ ସୁକାନ୍ତ ଭାଇ ପରିବାରର ହାତ ଛାଡିବେ ନାହିଁ । ସେ ଆହୁରୀ ଅଧିକ ନଚିବେ ତଥା ରାତି ଅନିଦ୍ରା ହୋଇ ଯାତ୍ରା କରିବେ କିନ୍ତୁ ସୁକାନ୍ତ ଙ୍କ ପରିବାରର ସଂପୂର୍ଣ୍ଣ ଦାଇତ୍ଵ ନେବେ କାରଣ ତାଙ୍କ ଅଜାଣତରେ ଏଭଳି ଏକ ବଡ ଭୁଲ ହୋଇଯାଇଛି ।

ଏହି ଭୁଲର କ୍ଷମା କେବେ ମଧ୍ୟ ନାହିଁ । ଯେତେ ପ୍ରାୟଶ୍ଚିତ କରିଲେ ମଧ୍ୟ ଏହି ଭୁଲର କେବେ ମଧ୍ୟ କ୍ଷମା ନାହିଁ । କିନ୍ତୁ ସେ କ’ଣ କରିବେ ଚାଲି ଯାଇଥିବା ଜୀବନ ତ ଆଉ ଫେରିବ ନାହିଁ । ମାତ୍ର ରାଣୀ ପଣ୍ଡା ନିଜ କର୍ତ୍ତବ୍ୟରେ କେବେ ହେଲେ ଅବହେଳା କରିବେ ନାହିଁ । ସେ ଗରିବ ମାନଙ୍କର ଦୁଃଖର ସାଥି ଅଟନ୍ତି ଏଣୁ ସେ ଗୋଟିଏ ଗରିବ କୁ କେବେ ମଧ୍ୟ ମାରିପାରିବେ ନାହିଁ ।

ତାଙ୍କର ଭୁଲ କିଛି ନାହିଁ ମାଗତ୍ର ତାଙ୍କ ନାମରେ ମିଥ୍ୟା ଅପପ୍ରଚାର କରାଯାଉଛି ବୋଲି ରାନୀ ହାତଯୋଡି ଓଡିଶାବାସୀ ଙ୍କୁ ଅନୁରୋଧ କରି କହିଛନ୍ତି । ଏତେ ଲୋକ ଥାଉ ଥାଉ ସୁକାନ୍ତଙ୍କର ରାଣୀ ଙ୍କ ଗାଡିରେ ଜୀବନ ଯିବାର ଥିଲା ? ରାନୀ ପୂର୍ବରୁ ବହୁତ ଦୁଃଖ କଷ୍ଟରେ ଲୋକ ମାନଙ୍କ ସେବା କରି ମଧ୍ୟ ନାନା ପ୍ରକାରର ଅପବାଦ ଶୁଣିବାକୁ ପାଇଥିଲେ ବର୍ତ୍ତମାନ ଆହୁରୀ ଅଧିକ ତାହା ବଢିଗଲା ।

ଭଗବାନ ଏତେ ନିଷ୍ଠୁର କିଭଳି ବୋଲି ପ୍ରଶ୍ନ କରିଛନ୍ତି ରାଣୀ । ରାଣୀ କହିଛନ୍ତି ଯେ ତାଙ୍କୁ ଯେତେ ନିନ୍ଦା ଅପବାଦ ମିଳିଲେ ମଧ୍ୟ ସେ ସୁକାନ୍ତ ଙ୍କ ପରିବାର ସହିତ ରହିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *