‘ରାଣୀ ମ୍ୟାମ ଓ ମୋର ଆଖି ଆଗରେ ପିଟିଦେଲା ପଲସର ,ହଠାତ ସବୁ ଅନ୍ଧାର ହେଇଗଲା, ମୁଁ ଦେଖିଲା ବେଳକୁ…’: Rani ଙ୍କ ଡ୍ରାଇଭର

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର କାର ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃ-ତ୍ୟୁ ଘଟିଛି । ମୃତକଙ୍କ ନାମ ହେଉଛି ସୁକାନ୍ତ ବେହେରା । ତେବେ ସେଦିନର ଘଟଣା ସମ୍ବନ୍ଧରେ ରାଣୀ ପଣ୍ଡା ଙ୍କ ଡ୍ରାଇଭର କିଛି ଏଭଳି କହିଛନ୍ତି, ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାଣୀ ପଣ୍ଡା ଙ୍କ ଡ୍ରାଇଭର କହିଛନ୍ତି ଯେ ନିଜ ଆଖି ଆଗରେ ପଲସର ବାଇକ ଟି ଆସି ପିଟି ହୋଇଗଲା କାରରେ ।

ଆଉ କ୍ଷଣକ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା । ର-କ୍ତ ଜୁଡୁବୁଡୁ ହୋଇ ବାଇକ ଆରୋହି ଜଣଙ୍କ ତଳେ ପଡିଛନ୍ତି । ଯୁବକ ଜଣକ ଛିଟିକି ଯାଇ ଅନ୍ୟ ଜାଗାରେ ପଡିଥିଲେ । ବାଇକ ସଂପୂର୍ଣ୍ଣ ଭାବରେ ଚୁରମାର ହୋଇଯାଇଥିଲା ଏବଂ କାରର ସାମ୍ନା ପାଟ ସଂପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା । ରାଣୀ ପଣ୍ଡା ଙ୍କ ଡ୍ରାଇଭର କହିଛନ୍ତି ଯେ କାର ଟି ବିଶେଷ ସ୍ପିଡ ନଥିଲା ୫୦ ରୁ ୬୦ ସ୍ପିଡରେ ଯାଉଥିଲା କାର ଟି ।

ମାତ୍ର ସାମ୍ନା ପଟରୁ ସୁକାନ୍ତ ବେହେରା ବହୁତ ସ୍ପିଡ ରେ କାରଟିକୁ ପିଟି ଦେଇଥିଲେ । ଏହା ପୂର୍ବରୁ ଡ୍ରାଇଭର ବ୍ରେକ ମଧ୍ୟ ମାରିଥିଲେ ଏବଂ କାର କୁ ନିୟନ୍ତ୍ରଣରେ ମଧ୍ୟ ଆଣିଥିଲେ କିନ୍ତୁ ବାଇକ ଟି ଆସି ପିଟି ହୋଇସାରିଥିଲା । ଏହା ଫଳରେ ବୋମା ଫୁଟିଲା ଭଳି ଶବ୍ଦ ହୋଇଥିଲା । କାରରେ ଲାଗିଥିବା ଦୁଇଟି ଏୟାର ବେଲୁନ ମଧ୍ୟ ଖୋଲିଯାଇଥିଲା । ସେଥିରେ ସୁରକ୍ଷିତ ଭାବରେ ଜୀବନ ବଞ୍ଚି ଯାଇଥିଲା ରାନୀପଣ୍ଡା ଙ୍କର ଆଉ ତାଙ୍କ ଡ୍ରାଇଭର ଙ୍କର ।

ଡ୍ରାଇଭର ଙ୍କ କହିବା ଅନୁସାରେ ରାଣୀ ପଣ୍ଡା ଙ୍କ ଛାତିରେ ଆଘାତ ଲାଗିବା ସହିତ ଡ୍ରାଇଭରଙ୍କର ମଧ୍ୟ ଛାତିରେ ଆଘାତ ଲାଗିଛି । ମାତ୍ର ଅପର ପାର୍ଶ୍ଵରେ ପଲସର ବାଇକ ଚଲାଉଥିବା ସୁକାନ୍ତ ବେହେରା ଙ୍କ ଜୀବନ ଚାଲିଗଲା । ଘଟଣା ସ୍ଥଳରେ ର-କ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ଏବଂ ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଆଠଗଡ ର ଏକ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଜୀବନ ବଞ୍ଚିପାରିଲା ନାହିଁ, ଚାଲିଗଲା ତାଙ୍କର ଜୀବନ । ପରିବାର ଲୋକେ ମର୍ମାହାତ ହୋଇ କାନ୍ଦୁଛନ୍ତି । ଏହିଭଳି ଭାବରେ ରାଣୀ ପଣ୍ଡା ଙ୍କ ଡ୍ରାଇଭର କହିଛନ୍ତି ଦୁର୍ଘଟଣାର ଗୋଟି ଗୋଟି କାହାଣୀ । ସେ ଏହା ମଧ୍ୟ କହିଛନ୍ତି ସେ ଭୋଜି ଖାଇ ଫେରୁଥିଲେ ମାତ୍ର କେହି ମଧ୍ୟ ଜାଣି ନଥିଲେ ଏଭଳି ଅଘଟଣ ଘଟିଯିବ ଆଉ ଗୋଟିଏ ଜୀବନ ଚାଲିଯିବ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *