ଉଦ୍ଧବ ଓ କରଣଙ୍କୁ କଙ୍ଗନାଙ୍କ କଡା ଜବାବ, ମୁଁ ମରେ କିମ୍ବା ବଞ୍ଚେ କିନ୍ତୁ ଦୁନିଆ ସାମ୍ନାରେ ତୁମର…

ବଲିଉଡ ଅଭିନେତା କଙ୍ଗନା ରଣାବତ ଓ ଶିବ ସେନା ମଧ୍ୟରେ ବହୁତ ସମସ୍ୟା ଚାଲିଛି । ଏହି ଦୁଇ ଜଣଙ୍କ ମଧ୍ୟରେ ଥିବା ଲଢେଇ ବଢି ଚାଲିଛି । ବହୁତ ଦିନ ହେବ ଶିବ ସେନା ଓ କଙ୍ଗନାଙ୍କ ମଧ୍ୟରେ ବହୁତ ବାଦବିବାଦ ଦେଖିବାକୁ ମିଳୁଛି । ବର୍ତ୍ତମାନ କଙ୍ଗନା ନିଜର ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ମହାରାଷ୍ଟ୍ର ସରକାର ଉଧବ ଓ ଫିଲ୍ମ ନିର୍ମାତା କରନଙ୍କ ପୋଲ୍ ଖୋଲିବେ ବୋଲି କହିଛନ୍ତି । କଙ୍ଗନା ବହୁତ ଶୀଘ୍ର ଏହି ଦୁଇ ଜଣଙ୍କର ଅସଲି ଚେହେରା ଲୋକମାନଙ୍କ ସାମ୍ନାକୁ ଆଣିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କଙ୍ଗନା ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ଉଧବ ଠାକରେ ଓ କରନ ଜୋହର ମିଶି ମୋ ଅଫିସକୁ ଭାଙ୍ଗିଛନ୍ତି, ବର୍ତ୍ତମାନ ମୋ ଘରକୁ ଆସ ଓ ମୋ ଚେହେରାକୁ ମଧ୍ୟ ଭାଙ୍ଗିଦିଅ । ମୁ ବଞ୍ଚିଥାଏ କିମ୍ବା ମରିଯାଏ ହେଲେ ମୁ ସବୁ ଲୋକଙ୍କ ସାମ୍ନାରେ ତମ ମାନଙ୍କର ଅସଲ ଚେହେରାକୁ ନିଶ୍ଚୟ ଆଣିବି’ । ଅନ୍ୟ ପକ୍ଷରେ କଙ୍ଗନା ନିଜର ଦ୍ଵିତୀୟ ଟ୍ଵିଟ ରେ କହିଛନ୍ତି ଯେ, ତାଙ୍କୁ ଲଗାତାର ଧମକ ଦିଆ ହେଉଛି, ତାଙ୍କୁ କୁହାଯାଉଛି, ଶୀଘ୍ର ତାଙ୍କ ଘର ମଧ୍ୟ ଭାଙ୍ଗି ଦିଆଯିବ ।

ଏହାକୁ ନେଇ କଙ୍ଗନା ନିଜର ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘୨୪ ଘଣ୍ଟା ମଧ୍ୟରେ ସେମାନେ ମୋ ଅଫିସର ସମସ୍ତ ଲାଇଟ ଓ ଫର୍ନୀଚରକୁ ଭାଙ୍ଗି ଦେଇଥିଲେ, ବର୍ତ୍ତମାନ ମତେ ଫୋନରେ ଧମକ ମିଳୁଛି ଯେ, ମୋ ଘରକୁ ମଧ୍ୟ ସେମାନେ ଭାଙ୍ଗିଦେବେ । ମୁ ଖୁସି ଅଛି ଯେ ମୁ ଠିକ ନିଷ୍ପତ୍ତି ନେଇଛି’ ।

କଙ୍ଗନା ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଯେ, ‘ସାଧାରଣ ଲୋକ ଉଧବ ଠାକେରେଙ୍କ ବିରୋଧରେ ଆବାଜ ଉଠାନ୍ତୁ । ଆଜି ମୋ ସହିତ ଏହା ହୋଇଛି କାଲି ଆପଣ ମାନଙ୍କ ସହ ମଧ୍ୟ ଏହା ହୋଇପାରେ । ଯଦି ଏହି ପରି ସାଧାରଣ ଜନତାଙ୍କ ଆବାଜକୁ ବନ୍ଦ କରାଯାଏ, ତା ହେଲେ ଏହା ଏକ ନିୟମ ହୋଇଯିବ । କାଲି ବହୁତ ଲୋକ ଏହି ସମସ୍ଯାର ଶିକାର ହୋଇପାରନ୍ତି । ଆମକୁ ବର୍ତ୍ତମାନ ଏଥିପାଇଁ ଆବାଜ ଉଠାଇବା ନିହାତି ଆବଶ୍ୟକ’ ।

କଙ୍ଗନାଙ୍କ ସହ ବିଏମସି ଯାହା କରିଲା ସେଥିପାଇଁ କେତେକ ଫିଲ୍ମଷ୍ଟାର ଓ ମୁମ୍ବାଇରେ ରହୁଥିବା ନିବାସୀ ମାନେ ଦୁଃଖ ଅନୁଭବ କରିଛନ୍ତି । ଏହି କିଛି ମାସ ହେବ କଙ୍ଗନା ମୁମ୍ବାଇରେ ନିଜର ଅଫିସ ବନେଇ ଥିଲେ । କଙ୍ଗନା ନିଜ ଅଫିସର ଫଟୋକୁ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର ମଧ୍ୟ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ କଙ୍ଗନା ୪୮ କୋଟି ଟଙ୍କାରେ ନିଜର ଏହି ଅଫିସ ବନେଇ ଥିଲେ । ଯାହା ଉପରେ ବିଏମସି ବୁଲ୍ଦୋଜର ଚଲାଇ ଦେଲେ ।

Leave a Reply

Your email address will not be published. Required fields are marked *