ଜେଲ ରେ ଗୋଟିଏ ଦିନରେ ହିଁ ରିୟାଙ୍କର ଛାଡିଗଲା ସବୁ ନଖରା, ଅବସ୍ତା ହେଲା ଖରାପ, ହସ୍ପିଟାଲ ଯିବା ପାଇଁ କରି ବସିଲେ ଜିଦ୍ଦି

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁଖ୍ୟ ଆରୋପି ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ଆଇନ ଜାଲରେ ଫସିଯାଇଛନ୍ତି । ସିବିଆଇ ତଦନ୍ତ ପରେ ଏହି କେସର ତଦନ୍ତ ଏନସିବି କରିଥିଲା । ଏହା ଦ୍ଵାରା ସ୍ପର୍ଷ୍ଟ ଜଣା ପଡିଯାଇଥିଲା ଯେ, ରିୟା ଚକ୍ରବର୍ତୀ ଡ୍ରଗ୍ସ ରାକେଟ ଚଲାଉଥିଲେ । ବନ୍ଧୁଗଣ ଏଥିପାଇଁ ରିୟାଙ୍କୁ ଜେଲରେ ରଖାଯାଇଥିଲା । ହେଲେ ଗୋଟେ ଦିନ ମଧ୍ୟରେ ରିୟାଙ୍କର ଅବସ୍ତା ହେଲା ଖରାପ, କହିଲେ ହସ୍ପିଟାଲ ନେଇଯିବା ପାଇଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବୁଧବାର ସକାଳ ସମୟରେ ମୁମ୍ବାଇର ଭାଇକେଲା ଜେଲରେ ରିୟାଙ୍କୁ ସିଫ୍ଟ କରାଯାଇଥିଲା । ରିୟା ଚକ୍ରବର୍ତୀଙ୍କର ପ୍ରଥମେ ମେଡିକାଲ ଟେଷ୍ଟ କରାଯାଇଥିଲା ଓ ଏକ ନିର୍ଦ୍ଧିଷ୍ଟ ସେଲରେ ରିୟାଙ୍କୁ ରଖାଯାଇଥିଲା । ଯେଉଁଠି ରିୟାଙ୍କ ଛଡା ଅନ୍ୟ କୌଣସି ଦୋଷୀ ନଥିଲେ ।

ରିୟା ଚକ୍ରବର୍ତୀଙ୍କ ସେଲରେ କେବଳ ଗୋଟିଏ ଟଏଲେଟ ଅଛି ଯାହାକୁ ନିଜେ ରିୟା ସଫା କରିବେ । ରିୟାଙ୍କୁ କେବଳ ଗୋଟିଏ ମଗ ଦିଆଯାଇଛି, ଯେଉଁଥିରେ ସେ ନିଜର ସମସ୍ତ କାର୍ଯ୍ୟ କରିବେ । ସେହି ସେଲରେ ଏକ ଫ୍ୟାନ ଲାଗିଛି ଓ ରିୟାଙ୍କୁ ଗୋଟେ ତକିଆ, ଗୋଟେ ବିଛଣା, ଦୁଇଟି କମ୍ବଳ ଏବଂ ଗୋଟେ ଚାଦର ଦିଆଯାଇଛି । ରିୟା ନିଜେ ଭୁଇଁରେ ନିଜର ସେଜ ପକାଇ ଶୋଇବେ ।


ଜେଲ ଯିବା ପୂର୍ବରୁ ରିୟା ନିଜ ଘରୁ ଏକ ବ୍ୟାଗ ନେଇ ଆସିଥିଲେ । ହେଲେ ମେଡିକାଲ ପରେ ଯେବେ ରିୟା ଜେଲ ମଧ୍ୟକୁ ପ୍ରବେଶ କରୁଥିଲେ ସେତେବେଳେ ତାଙ୍କର ବ୍ୟାଗକୁ ଛଡାଇ ନିଆ ଯାଇଥିଲା ଓ ଏକ ଟୁଥ ବ୍ରସ, ପାନିଆ ଓ ଅନ୍ଯାନ୍ଯ ଜିନିଷ ଦିଆଯାଇଥିଲା । ଯେତେବେଳେ ରିୟାଙ୍କୁ ସେହି ଛୋଟ ସେଲ ମଧ୍ୟକୁ ନିଆଯାଇଥିଲା ସେତେବେଳେ ସେ ସେହି ସେଲକୁ ଦେଖି ଯିବା ପାଇଁ ମନା କରିଦେଇଥିଲେ ।

ହେଲେ ସେହି ସମୟରେ ଜେଲର ରିୟାଙ୍କୁ ଉତ୍ତର ଦେଇ କହିଥିଲେ, ଏହା ହେଉଛି ମୋ ନିଷ୍ପତ୍ତି ତମେ କେଉଁଠି ରହିବ ସେ କଥା ମୁ କହିବି । ଆଉ ହଁ ସେ ଫିଲ୍ମ ଡ୍ରାମା ଏଠି ଦେଖେଇବ ନାହିଁ । ଦିନ ସାରା ରିୟା ସେହି ସେଲ ମଧ୍ୟରେ ବସି ରହିଥିଲେ । ସନ୍ଧ୍ୟା ସମୟରେ ରିୟାଙ୍କୁ ଡିନର ଦିଆଯାଇଥିଲା । ଡିନରରେ ରିୟାଙ୍କୁ ଦୁଇଟି ରୁଟି, ସବଜି ଓ ଡାଲି ଦିଆଯାଇଥିଲା । ଜେଲ ର ଖାଦ୍ୟ ଖାଇବା ପରେ ରିୟାଙ୍କ ଅବସ୍ତା ଖରାପ ହୋଇଯାଇଥିଲା ।

ସୂତ୍ର ଅନୁସାରେ ରିୟା ବାରମ୍ବାର ହସ୍ପିଟାଲ ଯିବା ପାଇଁ କହୁଥିଲେ । ଏହା ପରେ ଜେଲକୁ ଡାକ୍ତର ଆସି ରିୟାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଦେଖିଥିଲେ, ସେହି ସମୟରେ ରିୟାଙ୍କର ରକ୍ତଚାପ ବହୁତ କମ ହୋଇଯାଇଥିଲା । ହେଲେ ଡାକ୍ତର ରିୟାଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ମେଡ଼ିସିନ ଦେଇ ଚାଲିଯାଇଥିଲେ । ରିୟା ବାରମ୍ବାର ଡାକ୍ତର ଖାନା ଯିବା ପାଇଁ ଜିଦି କରିଥିଲେ ମଧ୍ୟ ତାଙ୍କୁ ଡାକ୍ତର ଖାନା ନିଆ ଯାଇନଥିଲା ।

Leave a Reply

Your email address will not be published. Required fields are marked *