କରୋନାଭାଇରସରୁ ଏହ ବ୍ଲଡ ଗ୍ରୁପର ଲୋକ ସଂକ୍ରମିତ ହେବାର ସବୁଠୁ ଅଧିକ ସମ୍ଭାବନା, ଜାଣନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ

କରୋନା ଭାଇରସକୁ ନେଇ ଆପଣ ଏ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଖବର ଓ ପ୍ରତିଶ୍ରୁତି ଶୁଣିଥିବେ । ଯେଉଁଠି ଗୋଟିଏ ପକ୍ଷରେ ଏହି ଭାଇରସ ଦୁନିଆର ସବୁ ପ୍ରକାରର ଲୋକଙ୍କୁ ନିଜ ଶିକାର କରୁଛି ଓ ଯେଉଁ କାରଣରୁ ସାରା ଦୁନିଆରେ ଏ ପର୍ଯ୍ୟନ୍ତ 8000 ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେଇଠି ଆଉ ଗୋଟିଏ ପକ୍ଷରେ ଏକ ରିସର୍ଚରେ ଦାବି କରାଯାଉଛି କି ଗୋଟିଏ ବ୍ଲଡ ଗୃପ ଏମିତି ଅଛି ଯାହାକୁ କୋରୋନା ଭାଇରସ ସବୁଠୁ ଅଧିକ ଶିକାର ବନାଉଛି । ଏହି ରିସର୍ଚ ଏହା ମଧ୍ୟ ଦାବି କରିଛି କି ଗୋଟିଏ ଅନ୍ୟ ବ୍ଲଡ ଗୃପ ର ବ୍ୟକ୍ତି ଏହା ସହିତ ଲଢିବା ପାଇଁ ଅଧିକ ସକ୍ଷମ ଅଟନ୍ତି ।

ନ୍ୟୁୟର୍କ ପୋସ୍ଟରେ ଛପାଯାଇଥିବା ଏକ ରିପୋର୍ଟ ଅନୁସାରେ, ଚୀନରେ ହୋଇଥିବା ଏହି ରିସର୍ଚ medrxiv.orgରେ ଛପାଯାଇଛି ଓ ଏଥିରେ ଦାବି କରାଯାଇଛି କି ‘A’ ବ୍ଲଡ ଗୃପ ଲୋକ କରୋନା ଭାଇରସ ଦ୍ଵାରା ସବୁଠୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି ସେଇଠି ‘O’ ବ୍ଲଡ ଗୃପ ର ଲୋକ ଏହା ସହିତ ଲଢିବାକୁ ଅଧିକ ସକ୍ଷମ ଅଟନ୍ତି ।

ଏଥିରେ ଦାବି କରାଯାଇଛି କି ଏହି ରିସର୍ଚ କରୋନା ଭାଇରସ ସହ ସବୁଠୁ ଅଧିକ ଲଢୁଥିବା ଊହାନ ସହରରେ କରାଯାଇଛି ଓ ଯେଉଁଥିରୁ ମିଳିଛି କି ଏଠାରେ ସବୁଠୁ ଅଧିକ କରୋନା ଭାଇରସ ଦ୍ଵାରା ସଂକ୍ରମିତ ରୋଗୀ ‘A’ ବ୍ଲଡ ଗୃପର ଅଟନ୍ତି । ସେଇଠି ‘O’ ବ୍ଲଡ ଗୃପ ର ସଂକ୍ରମିତ ଲୋକଙ୍କ ସଂଖ୍ୟା କମ ଅଟେ ଓ ଏହା ସହିତ ସେମାନଙ୍କର ମୃତ୍ୟୁ ହାର ବି କମ ଅଟେ ।

ସେଣ୍ଟର ଫର ଏଭିଡେନ୍ସ ବେସ୍ଡ଼ ଆଣ୍ଡ ଟ୍ରାନ୍ସଲେଶନଲ ମେଡିସିନ ରେ କରାଯାଇଥିବା ଏହି ରିସର୍ଚରେ ରିସର୍ଚରମାନେ ଲେଖିଲେ କି A ବ୍ଲଡ ଗୃପର ଲୋକଙ୍କୁ ଏହି ଭାଇରସରୁ ବଞ୍ଚିବା ପାଇଁ ସବୁଠୁ ଅଧିକ ସତର୍କ ରହିବା ଉଚିତ । ଯେତେବେଳେ କି Wang Xinghuan ଙ୍କ ଟୀମ ଏହା ଉପରେ କହିଲେ କି ଏହା କେବଳ ବର୍ତ୍ତମାନର ସ୍ଟଡି ଅଟେ ଓ ଏହା ଉପରେ ଆହୁରି କାମ କରିବାର ଆବଶ୍ୟକତା ଅଛି । ଏହି ରିସର୍ଚରେ ଊହାନ ଓ ଶେନଝେନରେ 2,173 ସଂକ୍ରମିତ ଓ 3,694 ସୁସ୍ଥ ଲୋକଙ୍କର ବ୍ଲଡ ଗୃପ ର ତୁଳନା କରି ଏହା ଦାବି କରାଯାଇଛି ।

ଏହା ଅନୁସାରେ ଊହାନ ରେ 31.16% ଲୋକଙ୍କର ବ୍ଲଡ ଗୃପ ଟାଇପ ‘A’ ଥିଲା ସେଇଠି ଊହାନ ର ସ୍ଥାନୀୟ ଜିନୟତନ ହସ୍ପିଟାଲ ରେ ଚିକିତ୍ସା କରାଯାଉଥିବା 37.75% ଲୋକଙ୍କର ବି ଏହି ବ୍ଲଡ ଗୃପ ଥିଲା । ସେଇଠି ବ୍ଲଡ ଗୃପ ‘O’ ର 26 % ଲୋକ ହିଁ ଏହି ଭାଇରସ ଦ୍ଵାରା ସଂକ୍ରମିତ ଥିଲେ ।

ଯଦି ବି ଆପଣଙ୍କର ବ୍ଲଡ ଗୃପ ‘A’ ଅଟେ ତେବେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହା ପରେ ମଧ୍ୟ ଆପଣ ନିଜକୁ ଏହି ରୋଗ ଠାରୁ ଦୂରେଇ ରଖିପାରିବେ । ଏଥି ପାଇଁ ଆପଣଙ୍କୁ ଲଗାତାର ନିଜ ହାତକୁ ଧୋଇବାକୁ ପଡିବ ଓ ଏହିପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ପଡିବ ଯେଉଁମାନଙ୍କୁ ଥଣ୍ଡା ଜର ଭଳି ସମସ୍ଯା ଅଛି । ଅପଡେଟ ଖବର ଯେକୌଣସି ସମୟରେ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *