କରୋନାର ପ୍ରଭାବ- ଦୁବାଇରୁ ଭାରତ ଆସି ପାରିଲା ନାହିଁ ବର, ଭିଡିଓ କଲରେ ହେଲା ବିବାହ

ସାରା ଦୁନିଆରେ ବ୍ୟାପି ଥିବା କୋରୋନା ଭାଇରସର ପ୍ରକୋପ କାରଣରୁ ଲୋକମାନଙ୍କ ବିବାହର ତାରିଖ ବି ଚେଞ୍ଜ ହୋଇ ଯାଉଛି । ଅନ୍ୟ ପଟେ ଯେଉଁ ବିବାହର ତାରିଖ ବଦଳାଇ ହେବ ନାହିଁ ସେମାନେ ଅନଲାଇନ ଭିଡିଓ କଲିଙ୍ଗ ଜରିଆରେ ବିବାହ କରୁଛନ୍ତି । ଏହିଭଳି ଏକ ତାଜା ମାମଲା ତେଲଂଗାନାରୁ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ମୋହମ୍ମଦ ଅଦନାନ ଖାନ ଗତ ୫ ବର୍ଷ ହେବ ଦୁବାଇରେ କାମ କରୁଛନ୍ତି ।

ଏହା ମଧ୍ୟରେ ତାଙ୍କର ବିବାହ ହାଇଦ୍ରାବାଦରେ ଏକ ଯୁବତୀ ସହ ଠିକ ହୋଇଥିଲା । ଏହା ପରେ ବରର ପ୍ଲାନିଙ୍ଗ ଅନୁସାରେ ସେ ନିଜର ପରିଜନଙ୍କ ସହିତ ଶୁକ୍ରବାର ଦିନ ହାଇଦ୍ରାବାଦ ପହଞ୍ଚିଥାନ୍ତା କିନ୍ତୁ ଏହିଭଳି ହୋଇ ପାରିଲା ନାହିଁ । କହିବାକୁ ଗଲେ ବର୍ତ୍ତମାନ ସମୟରେ ମଧ୍ୟପୂର୍ବ ଦେଶ ଗୁଡିକରେ କଟକଣା କାରଣରୁ ବର ନିଜର ବିବାହ ପାଇଁ ଭାରତ ଆସି ପାରିଲା ନାହିଁ । ଖମ୍ମମ ସହରରେ ରବିବାର ଦିନ ବିବାହ ଥିଲା । କିନ୍ତୁ ବର ନ ଆସିବା କାରଣରୁ ଅନଲାଇନ ଭିଡିଓ କଲ ଜରିଆରେ ବର ଓ କନ୍ୟା ନିକାହ କରିଲେ ଏବଂ ନିକାହନାମାରେ ଦସ୍ତଖତ ବି କରିଲେ ।

କୋରୋନା ଭାଇରସ ଦ୍ଵାରା ସଂକ୍ରମିତ ମୁମ୍ବାଇର ୬୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମଙ୍ଗଳବାର ଦିନ ନିଧନ ହୋଇ ଯାଇଛି । ଯିଏ ଦୁବାଇ ଯାଇଥିଲେ । ମହାରାଷ୍ଟ୍ରରେ କୋବିଡ – ୧୯ର ଏହା ପ୍ରଥମ ମାମଲା ଅଟେ । ଯେତେବେଳେ କି ଭାରତରେ ସଂକ୍ରମଣ ଦ୍ଵାରା ନିଧନର ଏହା ତୃତୀୟ ମାମଲା ଅଟେ । BMC ଅଫିସର ପ୍ରବୀଣ ପରଦେଶୀ କହିଲେ କି  ସେ ମୁମ୍ବାଇ ସରକାରୀ କସ୍ତୂରବା ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । କୋରୋନା ଭାଇରସରେ ସଂକ୍ରମିତ ହେବା ଛଡା ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନ୍ୟ ସମସ୍ୟା ବି ଥିଲା ।

ମହାରାଷ୍ଟ୍ରରେ କୋବିଡ – ୧୯ର ସବୁଠୁ ଅଧିକ ୪୨ଟି ମାମଲା

ପ୍ରବୀଣ ପରଦେଶୀ କହିଲେ କି, ରୋଗୀକୁ ଉଚ୍ଚ ରକ୍ତଚାପ ଓ ଗମ୍ଭୀର ନିମୋନିୟା ଥିଲା । ଏହା ସହିତ ତାଙ୍କର ଜୀବନ ଯିବା ପୂର୍ବରୁ ଅଚାନକ ତାଙ୍କର ହୃଦୟର ଗତି ବି ବଢିଗଲା । ଏଥିପାଇଁ ତାଙ୍କର ନିଧନର କାରଣ କେବଳ କୋବିଡ – ୧୯କୁ କହିବା ଭୁଲ ହେବ । ନିଧନ ହୋଇଥିବା ବ୍ୟକ୍ତି ଜଣକ ଉପନଗରୀୟ ଘାଟକୋପର ର ନିବାସୀ ଥିଲା ଓ ଦୁବାଇ ଯାତ୍ରାରେ ଯାଇଥିଲା ।

କହିବାକୁ ଗଲେ ମହାରାଷ୍ଟ୍ରରେ କୋବିଡ – ୧୯ର ସବୁଠୁ ଅଧିକ ୪୨ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟ ପଟେ ପୁରା ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୭ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୧୪ ଜଣ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *