ଚୀନ କହିଲା – କରୋନା ଭାଇରସ ରୋଗୀଙ୍କ ଚିକିତ୍ସାରେ ପ୍ରଭାବୀ ଅଟେ ଏହି ଔଷଧ

ଗତ ତିନି ମାସ ହେବ ନୋବଲ କରୋନା ଭାଇରସ ଦ୍ଵାରା ପ୍ରଭାବିତ ଚୀନ ଫ୍ୟାବିପିରାବୀର ର କ୍ଲୀନିକଲ ରିସର୍ଚକୁ ପୁରା କରି ନେଇଛି । ଏହା ଏକ ଆନ୍ଟିଭାଇରାଲ ଔଷଧ ଅଟେ । ଯେଉଁଥିରେ COVID-୧୯ ବିରୁଦ୍ଧରେ ଭଲ କ୍ଲୀନିକଲ ସଂକେତ ମିଳିଥିଲା । ଏହି ସୂଚନା ମଙ୍ଗଳବାର ଦିନ ଚୀନର ଏକ ଉଚ୍ଚ ଅଧିକାରୀ ଦେଇଛନ୍ତି । ଚୀନର National Center for Biotechnology Developmentର ନିର୍ଦେଶକ ଝାଂଗ ଶିନମିନ ମିଡିଆକୁ କହିଲେ କି ଫ୍ୟାବିପିରାବୀର ଏଂଫ୍ଲୁଏଂଜାର ଔଷଧ ଅଟେ । ଯାହାକୁ ଜାପାନ ୨୦୧୪ରେ କ୍ଲୀନିକଲ ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଥିଲା । ଏହାର କ୍ଲୀନିକଲ ପରୀକ୍ଷଣ ସମୟରେ ବିପରୀତ ପ୍ରତିକ୍ରିୟା ଦେଖାଦେଲା ନାହିଁ

କେତେକ ଦେଶ ବ୍ୟବହାର କରୁଛନ୍ତି ଇବୋଲା ଓ ଏଚଆଈଭିର ଔଷଧ

ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ ମନ୍ତ୍ରାଳୟ ଦ୍ଵାରା ଜଡିତ କେନ୍ଦ୍ରର ନିର୍ଦେଶକ ଝାଂଗଙ୍କ ଘୋଷଣାକୁ ମହତ୍ୱପୂର୍ଣ୍ଣ କୁହାଯାଉଛି । କାରଣ କୋବିଡ-୧୯ର ରୋଗୀଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଭାବୀ ଉପଚାର ବାହାରି ନାହିଁ । କିନ୍ତୁ ଚୀନ ଓ କେତେକ ଅନ୍ୟ ଦେଶରେ ଏଚଆଈଭି ସହିତ ଇବୋଲା ଭାଇରସର ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗ କରାଯାଉଥିବା ଔଷଧର ପ୍ରୟୋଗ ଏହି ମହାମାରୀ ଚିକିତ୍ସା ପାଇଁ କରୁଛନ୍ତି ।

କରୋନା ଭାଇରସ ଚୀନରେ ଧୀରେ ଧୀରେ କମ ହେଉଛି ଓ ଊହାନରେ ବି କରୋନା ଭାଇରସ ରୋଗୀମାନଙ୍କ ସଂଖ୍ୟା ଧୀରେ ଧୀରେ କମ ହେଉଛି । ଆପଣଙ୍କୁ କହିଦେଉଛୁ କି ସର୍ବ ପ୍ରଥମେ ଗତ ବର୍ଷ ଡିସେମ୍ବରରେ ଊହାନ ସହରରୁ କରୋନା ଭାଇରସର ମାମଲା ସାମ୍ନାକୁ ଆସିଥିଲା ।

ଚୀନରେ ସୋମବାର ଦିନ ୨୧ଟି ନୂଆ ମାମଲା ହୋଇଛି ପୃଷ୍ଟି

ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ (ଏନଏଚସୀ) ମଙ୍ଗଳବାର ଦିନ କହିଲେ କି ସୋମବାର ଦିନ ନୋବଲ କୋରୋନା ଭାଇରସର ୨୧ଟି ନୂଆ ମାମଲା ପୃଷ୍ଟି ହୋଇଛି ଓ ୧୩ ଜଣଙ୍କ ନିଧନ ବି ହୋଇ ଯାଇଛି । ଝାଂଗ କହିଲେ କି ଶାଂଗଜେନର ଦ ଥର୍ଡ ପୀପୁଲ୍ସ ହସ୍ପିଟାଲରେ କ୍ଲୀନିକଲ ପରୀକ୍ଷଣରେ ୮୦ ରୁ ଅଧିକ ରୋଗୀମାନେ ଅଂଶ ନେଇଛନ୍ତି ।

ଯେଉଁଥିରେ ୩୫ ଜଣ ରୋଗୀଙ୍କୁ ଫ୍ୟାବିପିରାବୀର ଦିଆ ଯାଇଛି ଓ ୪୫ ଜଣ ରୋଗୀ ନିୟନ୍ତ୍ରିତ ସମୂହରେ ରହିଛନ୍ତି । ଏହାର ପରିଣାମ ଦେଖାଗଲା କି ଯେଉଁ ରୋଗୀଙ୍କୁ ଫ୍ୟାବିପିରାବୀର ଦିଆ ଯାଇଛି ସେମାନଙ୍କ ମଧ୍ୟରେ ନିୟନ୍ତ୍ରିତ ସମୂହର ତୁଳନା କମ ସମୟରେ ଭାଇରସ ଯାଞ୍ଚରେ ନକରାତ୍ମକ ମିଳିଛି ।

ଉପଚାରରେ ଜଲ୍ଦି ହିଁ କରାଯିବ ସାମିଲ

ଶିନ୍ହୁଆ ସଂବାଦ ସମିତି କହିଲେ କି ଊହାନ ବିଶ୍ୱବିଦ୍ୟାଳୟର ଝୋଂଗନାନ ହସ୍ପିଟାଲ ଦ୍ଵାରା କରାଯାଇଥିବା କ୍ଲୀନିକଲ ଅଧ୍ୟୟନରେ ମିଳିଛି କି ଫ୍ୟାବିପିରାବୀର ର ପ୍ରଭାବ ନିୟନ୍ତ୍ରିତ କରୁଥିବା ଔଷଧ ସମୂହ ତୁଳନାରେ ଅଧିକ ଭଲ ରହିଛି । ଝାଂଗ ଚିକିତ୍ସକମାନଙ୍କୁ ଫ୍ୟାବିପିରାବୀର ର ବ୍ୟବହାର କରିବାକୁ ନିର୍ଦେଶ ଦେଇଛନ୍ତି ଓ କୋବିଡ-୧୯ର ଉପଚାରରେ ଏହାକୁ ଜଲ୍ଦି ରୁ ଜଲ୍ଦି ସାମିଲ କରାଯିବା ଉଚିତ ।

ଝାଂଗ ଆଗକୁ କହିଲେ କି ଚୀନର ଏକ ଔଷଧ କମ୍ପାନୀକୁ ବହୁତ ବଡ ପରିମାଣରେ ଏହି ଔଷଧକୁ ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦିଆ ଯାଇଛି ଓ ଏହାର ନିୟମିତ ଆପୂର୍ତି ସୁନିଶ୍ଚିତ କରିବା ପାଇଁ ବି କୁହାଯାଇଛି । ଆଶକରୁଛୁ ଫ୍ୟାବିପିରାବୀର ସମ୍ବଧୀୟ ଏହି ତଥ୍ୟ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଜରୁରୀ ଖବର ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *