ଟିଭି ଦୁନିଆରେ ଶୋକର ଛାୟା ! ଏତେ କମ ବୟସରେ ଆତ୍ମହତ୍ୟା କରିନେଲେ ଏହି ସୁନ୍ଦରୀ ଅଭିନେତ୍ରୀ…

ନମସ୍କାର ବନ୍ଧୁଗଣ ତେବେ ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆଜି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି । ମୃତଦେହ ନିକଟରୁ ଏହି ସୁଇସାଇଡ୍‌ ନୋଟ୍‌ ମିଳିଛି ।
ତେବେ ମିଳିଥିବା ସୂଚନା ଅନୁସାରେ, ଘଟଣାକୁ ନେଇ ତେଜାଜି ନଗର ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି ।

କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ, ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି । ଗତ ବର୍ଷେ ହେବ ବୈଶାଳୀ, ଇନ୍ଦୋରରେ ରହି ଆସୁଥିଲେ ।  ଛୋଟ ପରଦାରେ ଅଭିନୟ ପାଇଁ ବେଶ୍‌ ଲୋକପ୍ରିୟ ହୋଇଥିବା ବୈଶାଳୀଙ୍କ ମୃତ୍ୟୁ ଖବର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ତାଙ୍କ ସାଙ୍ଗସାଥୀଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି । ହଠାତ୍‌ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି ।

ତେବେ ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ମାଧ୍ୟମରେ ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ।  ‘ଶଶୁରାଲ୍‌ ସିମର୍‌ କା’ ରେ ମଧ୍ୟ ସେ ଅଭିନୟ କରିଥିଲେ । ସିରିଏଲ୍‌ ବ୍ୟତୀତ ସେ ଅନେକ ପପୁଲାର୍‌ ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ୨୦୧୫ ମସିହାରେ ସେ ଟିଭି ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର୍‌ ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅଭିନୟ କରିଥିଲେ । ଏହି ସିରିଏଲ୍‌ରେ ସେ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ ।

ଏହା ପରେ ସେ ୟେ ହେ ଆଶିକି ଶୋ’ରେ ଅଭିନୟ କରିଥିଲେ ।  ବୈଶାଳୀ  ‘ଶଶୁରାଲ୍‌ ସିମର୍‌ କା’ରେ ଅଞ୍ଜଳି ଭରଦ୍ୱାଜ ନାଁରେ ଜଣାଶୁଣା ଥିଲେ । ଏହି ସିରିଏଲ୍‌ ମାଧ୍ୟମରେ ସେ ଆହୁରି ଅଧିକ ଲୋକପ୍ରିୟତା ହାସଲ କରିଥିଲେ । ଏତଦ୍‌ବ୍ୟତୀତ ‘ସୁପର ସିଷ୍ଟର’, ‘ମନମୋହିନୀ ସିଜନ୍ ୨’ରେ ମଧ୍ୟ ଅଭିନୟ କରିଥିଲେ । ଶେଷଥର ପାଇଁ ତାଙ୍କ ‘ରକ୍ଷାବନ୍ଧନ’ ଶୋ’ରେ ଦେଖିବାକୁ ମିଳିଥିଲା ।

ତେବେ ସୂଚନାଥାଉ କି, ମାସେ ଭିତରେ ସେ ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ଗତବର୍ଷ ଏପ୍ରିଲରେ ବୈଶାଳୀଙ୍କ ଏନ୍‌ଗେଜ୍‌ମେଣ୍ଟ ହୋଇଥିଲା । ରୋକା ସେରିମୋନି ଭିଡିଓ ଶେୟାର କରି ଅଭିନେତ୍ରୀ ଫ୍ୟାନ୍ସଙ୍କ ଗୁଡ୍‌ ନ୍ୟୁଜ୍‌ ଦେଇଥିଲେ । ତେବେ ନିର୍ବନ୍ଧର ଠିକ୍‌ ମାସକ ପରେ ଏହାକୁ ସେ ଭାଙ୍ଗି ଦେଇଥିଲେ ଓ କହିଥିଲେ ଯେ, ଏବେ ସେ ତାଙ୍କ ମଙ୍ଗେତରଙ୍କୁ ବିବାହ କରିବେ ନାହିଁ । ବିବାହ ଭାଙ୍ଗି ପରେ ବୈଶାଳୀ ସୋସିଆଲ୍‌ ମିଡିଆରୁ ରୋକା ସେରିମୋନିର ଭିଡିଓ ମଧ୍ୟ ଡିଲିଟ୍‌ କରି ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *