ମା’ ବିରଜାଙ୍କ ଦର୍ଶନ ହେଲା ଶେଷ ଦର୍ଶନ, ବେଆଇନ ପାର୍କିଂ ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ବନ୍ଧୁଗଣ, ସୂଚନା ଅନୁଯାୟୀ ମା’ ବିରଜା ଙ୍କୁ ଆସିଥିଲେ ଦର୍ଶନ କରି ମାତ୍ର କିଏ ଜାଣିଥିଲା ଯେ ମା’ ଙ୍କ ଦର୍ଶନ ହେବ ଶେଷ ଦର୍ଶନ ? ମା’ ଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଘଟିଗଲା ଅକାଳ ଦୁର୍ଘଟଣା ଆଉ ଅକାଳରେ ଶେଷ ହୋଇଗଲା ଦୁଇ ଜୀବନ । ତେବେ ଏହିଭଳି ଭୟଙ୍କର ଦୁର୍ଘଟଣା ଯାଜପୁର ଜିଲ୍ଲା ଛତିଆ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଭଟ୍ଟାସାଗର ବଜାରରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅସମ୍ଭାଳ ବେଆଇନ ପାର୍କିଂ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଭୁବନେଶ୍ବରରୁ ଏକ କାର ରେ ୩ ଜଣ ମା’ ବିରଜା ଙ୍କ ଦର୍ଶନ ଲାଗି ବାହାରି ଥିଲେ । ଏହାପରେ ରାସ୍ତାର ଛତିଆ ଭଟ୍ଟ ସାଗର ବଜାରରେ ଗାଡି ରଖି ଜଳଖିଆ ଖାଇବାକୁ ଗାଡିରୁ ବାହାରୁଥିବା ସମୟରେ ହଠାତ ଅସାବଧାନତା ଯୋଗୁଁ ଗାଡି ଟି ପଛକୁ ଗାଡି ଯାଇଥିଲା । ଠିକ ଏହି ସମୟରେ ପଛପଟୁ କଟକ ଆଡୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ସେହି କାରଟିକୁ ଧକ୍କା ଦେଇଥିଲା ।

ଫଳରେ ଗାଡିରୁ ଦୁଇଜଣ ଛିଟିକି ଟ୍ରକ ସମ୍ମୁଖରେ ପଡିଯାଇଥିଲେ । ଆଉ ଘଟଣା ସ୍ଥଳରେ ଜଣେ ମହିଳା ଆଉ ଜଣେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଇଥିଲା । ଅନ୍ୟପଟରେ ଗୁରୁତ୍ଵର ଅବସ୍ଥାରେ ଜଣେ ବଞ୍ଚିଯାଇଥିବା ଜଣା ପଡିଛି । ବଇରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣା ପଡିଛି ।

ତେବେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବା ଜାତୀୟ ରାଜପଥ କତୃପକ୍ଷ କାହିଁକି କୌଣସି ପଦକ୍ଷପ ନେଉ ନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବିଶେଷ କରି ଛତିଆ କାକରା ପିଠାର ସ୍ଵତନ୍ତ୍ର ଚାହିଦା ରହିଥିବାରୁ ଏହି ବଜାର ଅଞ୍ଚଳରେ ଦୈନିକ ପ୍ରବଳ ଭିଡ ଲାଗି ରହୁଥିବା ବେଳେ ରାଜପଥରେ ବେଆଇନ ପାର୍କିଂ ଦେଖିବାକୁ ମିଳିଥାଏ ।

କିନ୍ତୁ ସ୍ଥାନୀୟ ବଇରୀ ଥାନା ଅଥବା ଛତିଆ ପୋଲିସ ପକ୍ଷରୁ ଏହି ବଜାରରେ କୌଣସି ଗାର୍ଡ ଅଥବା ଟ୍ରାଫିକ ର ବ୍ୟବସ୍ଥା କରାଯାଉନଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇ ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଏଥି ନିମନ୍ତେ ଦାୟୀ କିଏ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *