‘ପ୍ରେମ କରିଛି ରାତି କାଟିଛି, କିନ୍ତୁ ଦିପିକା ତୁମକୁ ବାହା ହୋଇପାରିବି ନାହିଁ, ତୁମେ ଯେତେବେଳେ ମୋ ଘର ଆଗରେ ବସିଲେ ବି..’ ଦେଖନ୍ତୁ Video

ମୋତେ ଭଲ ଲାଗୁଥିଲା ତାର ଆଖି, ତା କଥା ଓ ତା ହସ । ତା ନାକ ଅଗେ ଟିକେ ନାଲି ପଡିଗଲେ ମୁଁ ସଙ୍ଗେ ସଙ୍ଗେ କୋଳାଇ ପକାଉ ଥିଲି । ସେ ଯାଉଛି କହିଲି ମୁଁ ତା ହାତ ଟାଣି ବସେଇ ଦେଉଥିଲି । ସନ୍ଧ୍ୟାର ନୀରବତାରେ କେତେ ପ୍ରତିଶ୍ରୁତି ସହ ଆମର ଶାରୀରିକ ସମ୍ପର୍କ ହେଉଥିଲା । କିନ୍ତୁ ଏମିତି ଛୁଆକୁ ଜନ୍ମ କରି ମୋ ଘର ସାମ୍ନାରେ ବସିବ ଆଉ ମୋତେ ପରିଚୟ ମାଗିବ ଆଉ ଏତେ ଜିଦ କରିବ ମୁଁ କେବେ ଭାବି ନଥିଲି ।

ହଁ ମୁଁ ସମ୍ପର୍କ ରଖିଛି କିନ୍ତୁ ବାହା ହୋଇ ପାରିବି ନାହିଁ । ହଁ ଆଜ୍ଞା ଏଭଳି ବୋଧେ ଚିନ୍ତା ଧାରା ଅଛି ଦିନେଶଙ୍କର । କାରଣ ଯୁବତୀ ଆଣି ଥିବା ଅଭିଯୋଗ ଅନୁସାରେ ଯଦି ଦେଖିବେ ତେବେ ଯୁବତୀ କହିଛନ୍ତି ସେ ହାଇ ଷ୍ଟାଟସ ଫାମିଲି ଏବଂ ବହୁତ ବଡ ଘର ଲୋକ ଏଥିପାଇଁ ସେ ଗ୍ରହଣ କରିବାକୁ ନାରାଜ ଅଛନ୍ତି । ସେ ପ୍ରେମ କରୁଥିଲେ ଆଉ ଏଭଳି ପ୍ରେମ କରୁଥିଲେ ଯେ, ପ୍ରେମ କରିବା ସମୟରେ ଟିକେ ବି ଦୀପିକା ସନ୍ଦେହ କରୁ ନଥିଲେ ।

ଦିନ ଏମିତି ଆସିବ ଯେ, ଦିନେ ଏ ସମ୍ପର୍କରୁ ଗୋଟେ ଛୁଆ ଜନ୍ମ ହେବ ଆଉ ତାକୁ ଗ୍ରହଣ କରିବନି ଦିନେଶ ଆଉ ମୋ ମଥାରେ ସିନ୍ଦୁର ଦେବନି । ଏଭଳି କେବେ ବି ଭାବି ନଥିଲେ ଦୀପିକା ଆଉ ଆଜି ତାଙ୍କ ସହ ଘଟୁଛି । ଦୀପିକା ସବୁବେଳେ ଭାବି ଥିଲେ ଦିନେଶ ହେଉଛି ମୋର ଦିନେଶ ହେଉଛି ମୋ ଜୀବନ । ଦିନେଶ ସହ ମୁଁ ସାରା ଜୀବନ ବିତେଇ ଦେବି ।

ଦିନେଶର ହାତ ଧରି ତାର ମୁହଁ ଚାହିଁ ଏ ସାରା ଜୀବନ କଟିଯିବ । ହେଲେ ସବୁ କିଛି ବଦଳି ଗଲା । ପ୍ରେମ କରିବା ସମୟରେ ଗୋଟେ ବି ମୂହୁର୍ତ୍ତ ଏମିତି ନଥିଲା ଯେତେବେଳେ ଦୀପିକା ସନ୍ଦେହ କରିପାରି ଥାନ୍ତେ ଯେ ଦିନେଶ ଆଗକୁ ଯାଇ ବଦଳିଯିବେ । ଆଉ ଆଜି ଦିନେଶ ବଦଳି ଯାଇଛନ୍ତି ଆଉ ଦୀପିକା ଆଜି ଦିନେଶଙ୍କ ଘର ଦାଣ୍ଡରେ ଧାରଣା ଦେଇ ବସିଛନ୍ତି ।

ହେଲେ ବନ୍ଧୁଗଣ ଆଜି ଦୀପିକା ଏକା ନୁହନ୍ତି ତାଙ୍କ ସହ ସମାଜସେବୀ ପ୍ରମିକା ତ୍ରିପାଠୀ ବି ଅଛନ୍ତି ଆଉ ସେ ନ୍ୟାୟ ପାଇଁ ଲଢୁ ଛନ୍ତି । ଏଠି ଉଭୟ ପରସ୍ପରକୁ ଭଲ ପାଉଥିଲେ ଆଉ ଉଭୟଙ୍କର ଗୋଟେ ପୁଅ ବି ଜନ୍ମ ହେଲା ହେଲେ ଦିନେଶ ଏଭଳି ଅଧା ରାସ୍ତାରେ ଦୀପିକାଙ୍କ ହାତ ଛାଡି ଚାଲିଯିବା ହେଉଛି ତାଙ୍କର ଭୁଲ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *