ବିଶ୍ଵାସ ନହେଲେ ବି ସତ ! ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା, ଘୋଡ଼ାରେ ବସି ରାତିରେ ଦେଉଛି ସୀମାରେ ପହରା ! ଦେଖନ୍ତୁ Video

ସହିଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା ପ୍ରତିଟି ମୂହୁର୍ତ୍ତରେ ଶତ୍ରୁଙ୍କୁ ଦେଉଛି ଚକମା । ଘୋଡାରେ ବସି ରାତିରେ ଦେଉଛି ସୀମାରେ ପହରା । ଏହା ସତ ଯେ, ଯଦି ଜଣେ ସଚ୍ଚାଟ ଯବାନ ସହିଦ ହୋଇଯାଏ ତେବେ ତା ଭିତରୁ ଦେଶ ଭକ୍ତି କେବେ ବି ଅଲଗା ହୋଇ ନଥାଏ । ହୁଏତ ଏହା ଉପରେ କିଛି ଲୋକ ବିଶ୍ଵାସ କରି ନ ପାରନ୍ତି ହେଲେ ଏହା ସଂପୂର୍ଣ୍ଣ ସତ କଥା । ଆଜି ଆମେ ଆପଣ ମାନଙ୍କୁ ଏହି କଥାଟିକୁ ବିଶ୍ଵାସ କରିବା ପାଇଁ ବାଧ୍ୟ କରିଦେବୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଭାରତୀୟ ଯବାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସହିଦ ହେଲା ପରେ ମଧ୍ୟ ଆଜି ବି ସୀମା ଜଗୁ ଛନ୍ତି । ଏମିତିରେ ଏ ଯବାନଙ୍କ ମୃତ୍ୟୁ 1968 ମସିହାରେ ହୋଇଯାଇଥିଲା ହେଲେ ଆଜି ବି ଏ ବୀର ଯବାନ ଯିଏ ଦେଶ ଭକ୍ତିରେ ପୁରା ପରିପୂର୍ଣ୍ଣ ସେ ଭାରତୀୟ ଯବାନ ଏବେ ଭାରତ ଓ ଚୀନ ସୀମାରେ ଏବେ ପହରା ଦେଉଛନ୍ତି ।

ଖାଲି ସେତିକି ନୁହେଁ ଭାରତ ଓ ଚୀନ ମଧ୍ୟରେ ହେଉଥିବା ବୈଠକରେ ବି ଏହି ଯବାନଙ୍କ ପାଇଁ ଏକ ଖାଲି ଚୌକି ରଖା ଯାଇଥାଏ । ଭାରତ ଓ ଚୀନର ସୀମା ବହୁତ ଉଚ୍ଚରେ ରହିଛି । ଯେଉଁଠି ଗୋଟେ ପଟେ ଭାରତୀୟ ସୈନ୍ୟଙ୍କୁ ଚୀନ ସୈନ୍ୟଙ୍କ ବିପଦ ଥିବା ବେଳେ ଆଉ ଗୋଟେ ପଟେ ରକ୍ତ ଜମା କରିଦେଲା ଭଳି ଥଣ୍ଡାର ଶିକାର ହେବାକୁ ପଡେ ।

ଚୀନ ସୈନ୍ୟ ମାନେ ସେମାନଙ୍କ ଚତୁରାମି ଦେଖାଉ ଥିଲେ ମଧ୍ୟ ଆମ ବୀର ଯବାନଙ୍କ ଆଗରେ ତାଙ୍କୁ ହାରିବାକୁ ପଡେ । କାରଣ ଆମ ଯବାନଙ୍କ ସହ ଏମିତି ଜଣେ ଯବାନ ରହିଥାନ୍ତି ନା ଆମ ଯବାନଙ୍କୁ ଦେଖା ଯାନ୍ତି ନା ଶତ୍ରୁକୁ । ଏହି ଯବାନ ଜଣକ ଆଉ କିଏ ନୁହେଁ ଏ ହେଉଛନ୍ତି ଭାରତୀୟ ସେନାର ବୀର ଯବାନ ବାବା ହରବଜନ ସିଂହ । ସୂଚନା ମୁତାବକ ଯିଏ 1968 ମସିହାରେ ସହିଦ ହୋଇଯାଇଥିଲେ ।

ହେଲେ ଏହି ଯବାନଙ୍କର ଏତେ ଦେଶ ଭକ୍ତି ଥିଲା ଯେ, ତାଙ୍କର ଆତ୍ମା ଆଜି ଭାରତୀୟ ସୀମାରେ ଛିଡା ହୋଇଛି । ଆଉ ଆମ ସୈନିକ ମାନଙ୍କ ଉପରେ ଆସୁଥିବା ବିପଦ ପୂର୍ବରୁ ସେ ସଚେତନ କରେଇ ଦେଉଛନ୍ତି । 1968 ମସିହା ଯୁଦ୍ଧରେ ହରବଜନ ପ୍ରାଣ ହରାଇ ଥିଲେ ଆଉ ଦିନେ ସେ ଜଣେ ଯବାନଙ୍କ ସ୍ଵପ୍ନକୁ ଆସି ତାଙ୍କର ସମାଧି ବନେଇବା ପାଇଁ ଆଦେଶ ଦିଅନ୍ତି । ଏହା ପରେ 1982 ମସିହାରେ ତାଙ୍କର ସମାଧି ତିଆରି ହୋଇଥିଲା ।

ଏହା ପରେ ଗୋଟେ ପରେ ଗୋଟେ ଯବାନଙ୍କ ସ୍ଵପ୍ନକୁ ହରବଜନ ଆସି କୁହନ୍ତି ତାଙ୍କ ଶରୀର ସିନା ନାହିଁ ହେଲେ ତାଙ୍କ ଆତ୍ମା ସର୍ବଦା ଭାରତୀୟ ସୀମାକୁ ସୁରକ୍ଷା ଦେଉଥିବ । ଆଜି ମଧ୍ୟ କୌଣସି ବିପଦ ଆସିଲେ ହରବଜନ ଭାରତୀୟ ସେନାକୁ ସଂକେତ ଦିଅନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *