ମୃତ୍ୟୁ ପୂର୍ବରୁ ମିନାକ୍ଷୀଙ୍କ ଶେଷ ଚିଠି, ;ମୁଁ ଯାଉଛି, ମୋ ଝିଅକୁ ଭଲରେ ରଖିବ, ତୁମେ ସମସ୍ତେ ବହୁତ ଭଲ ହେଲେ ମୁଁ ଆଉ ସହି ପାରୁନି, କାରଣ…’

“ମୁଁ ଆଉ କଷ୍ଟ ସହି ପାରୁନି । ୫ ମାସ ହେଲାଣି ଛାତି ରେ ପ୍ରବଳ ଯନ୍ତ୍ରଣା ହେଉଛି । ଏତେ କଷ୍ଟ ହେଉଛି ଯେ, ରାତିରେ ମୁଁ ଶୋଇ ପାରୁନି । ଆଉ କେତେ କଷ୍ଟ ସହିବି?ଆଉ ପାରୁନି । ଅପରେସନ ହେଲା ସତ । କିନ୍ତୁ ମୋର କଷ୍ଟ ଟିକେ ବି କମିଲା ନାହିଁ । ଭାଇ,ଦେଇ, ବୋଉ ମୋର ସମସ୍ତଙ୍କୁ ଗୋଟିଏ ଅନୁରୋଧ ମୋ ଝିଅ କୁ ଭଲ ରେ ରଖିବ । ମୋର କଷ୍ଟ ପାଇଁ ମୁଁ ଆଜି ବିଦାୟ ନେଉଛି । ମେଡ଼ିସିନ ଖାଇ ଖାଇ ଭାରି ବିରକ୍ତ ଲାଗୁଛି । ମୁଁ ନିଷ୍ପତ୍ତି ନେଇଛି ଜୀବନ ହାରିବାକୁ ।


ହେଲେ ମୋର ମରିବା ପଛରେ କେହି ଦାୟୀ ନୁହେଁ । ତୁମେ ସମସ୍ତେ ବହୁତ ଭଲ । ମୋର ଯଦି କିଛି ଭୁଲ ଥିବ ତେବେ ମୋତେ କ୍ଷମା କରିବ । ” ତେବେ ଦୀର୍ଘ ପାଞ୍ଚ ମାସ ଧରି ଛାତି ରେ ଯନ୍ତ୍ରଣା ହେଉଥିଲା । ତାହା ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ମିନାକ୍ଷୀ । ବେଶ ହସଖୁସିରେ ଚାଲୁଥିଲା ସଂସାର । ଝିଅ କୁ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ । ଶାଶୂଘର ଲୋକ ବେଶ ଭଲ ବି ଥିଲେ । ସ୍ୱୟଂ ଶିକ୍ଷୟିତ୍ରୀ ଥିଲେ ମିନାକ୍ଷୀ । ପଇସା ର ଅଭାବ ମଧ୍ୟ ନଥିଲା କି ପାରିବାରିକ ବିବାଦ ବି ନଥିଲା ।

କାରଣ ହେଉଛି କେବଳ ଛାତି ରେ ଯନ୍ତ୍ରଣା । ଏହି ଯନ୍ତ୍ରଣା ଅଧିକ ହେବା ରୁ ଶାଶୂଘର ଲୋକଙ୍କୁ ଜଣାଇଥିଲେ ମିନାକ୍ଷୀ । ସଙ୍ଗେସଙ୍ଗେ ମେଡ଼ିକାଲ ରେ ଦେଖାଇ ଚିକିତ୍ସା ବି କରାଯାଇଥିଲା । କିନ୍ତୁ କୌଣସି ଲାଭ ହୋଇ ନଥିଲା । ପରେ ଅପରେସନ ହେଲା । କିନ୍ତୁ ଯନ୍ତ୍ରଣା କମିଲା ନାହିଁ ବରଂ ମେଡ଼ିସିନ ର ସଂଖ୍ୟା ବଢ଼ିଗଲା ।

ଏଥିପାଇଁ ଚାପଗ୍ରସ୍ତ ଥିଲେ ମିନାକ୍ଷୀ । କଷ୍ଟ କୁ ସହି ପାରିଲେ ନାହିଁ ବୋଲି ଶେଷରେ ନିଜର ଜୀବନ ହାରିଦେଲେ ମିନାକ୍ଷୀ । ଏହା ଚିଠି ରେ ଲେଖିଛନ୍ତି ସ୍ୱୟଂ ମିନାକ୍ଷୀ । ପରିବାର ସଦସ୍ୟ ଙ୍କ କହିବାନୁସାରେ ସମ୍ପର୍କୀୟ ଙ୍କ ଜନ୍ମଦିନ ଉତ୍ସବ ଥିଲା ବୋଲି ସମସ୍ତେ ସେଠାକୁ ଯାଇଥିଲେ । ଏତିକିବେଳେ ରୋଷେଇ ଘରେ ବେକରେ ଶାଢ଼ୀ ଲଗାଇ ଝୁଲି ପଡ଼ିଥିଲେ ମିନାକ୍ଷୀ ।

ପରିବାର ଲୋକ ଆସି ଦେଖିବା ପରେ ସବୁକିଛି ସରି ଯାଇଥିଲା । ମିନାକ୍ଷୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ପୋଲିସ କୁ ଖବର ଦେଇଥିଲେ । କିନ୍ତୁ ମିନାକ୍ଷୀ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି । ତେବେ ମିନାକ୍ଷୀ ଙ୍କ ବିୟୋଗ ରେ ଦୁଇ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ସମସ୍ତେ ମିନାକ୍ଷୀ ଙ୍କୁ ଝୁରୁଛନ୍ତି ।

Leave a Reply

Your email address will not be published. Required fields are marked *