‘ତୁମେ ଜାଣିଛ ମୁଁ କିଏ, ମୋ ବାପା କିଏ , ମୁଁ ଜଣେ ବିଧାୟକଙ୍କ ଝିଅ, ମୋ ବାପା ତୁମକୁ..’ ରାସ୍ତା ମଝିରେ ବିଧାୟକ ଝିଅଙ୍କ ଉନ୍ମତ୍ତ କାଣ୍ଡ, ଦେଖନ୍ତୁ Viral ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସର୍ବଦା ପିଲାଙ୍କ ନିଚ୍ଚ କାମ ପାଇଁ ଅଭିଭାବକଙ୍କୁ ଲଜ୍ଜିତ ହେବାକୁ ପଡିଥାଏ । ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ । ସେମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ । ଏମିତି କିଛି ଘଟଣା କର୍ଣ୍ଣାଟକରେ ଘଟିଛି । ଝିଅର ବ୍ୟବହାର ପାଇଁ ବିଜେପି ବିଧାୟକ କ୍ଷମା ମାଗିଛନ୍ତି । ଝିଅ ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ତେବେ ପୋଲିସ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଲିମ୍ବାବଲିଙ୍କ ଝିଅଙ୍କୁ ଦ୍ରୁତ ଗତିରେ କାର ଚଳାଇବା ନେଇ ଅଟକାଇଥିଲେ । ଏହାକୁ ନେଇ ବିଧାୟକଙ୍କ ଝିଅ ପୋଲିସକୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିଲେ । ପୋଲିସ ମାମଲା ରୁଜୁ କରିବା ପରେ ହିଁ କାରକୁ ଯିବାକୁ ଦେଇଥିଲା । ପୋଲିସ ଅନୁଯାୟୀ, ବିଏମଡବ୍ଲ୍ୟୁ କାରରେ ବସିଥିବା ବିଧାୟକଙ୍କ ଝିଅ ପୋଲିସ ବିଭାଗର ଏକ କାରକୁ ଦ୍ରୁତ ବେଗରେ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ।

ଏହି ଘଟଣା ବିଧାନସଭା ନିକଟସ୍ଥ କ୍ୟାପିଟାଲ୍ ହୋଟେଲ ନିକଟରେ ଘଟିଛି । ଏଠାରେ ବିଧାୟକଙ୍କ ବୈଠକ ଚାଲିଥିଲା । ବିଏମଡବ୍ଲ୍ୟୁ କାରର ଓଭର ସ୍ପିଡ କାରଣରୁ ପୋଲିସ ଗାଡିକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ଏବଂ ବିଧାୟକଙ୍କ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ବିଧାୟକଙ୍କ ଝିଅଙ୍କ କହିବା କଥା ସେ କୌଣସି ନିୟମର ଉଲ୍ଲଂଘନ କରି ନାହାନ୍ତି ତାଙ୍କୁ ଯିବାକୁ ଦିଆଯାଉ ।

କିନ୍ତୁ ପୋଲିସ ନିଜ କଥାରେ ଅଟଳ ଥିଲା ଯେ ବିଧାୟକଙ୍କ ଝିଅ ଦ୍ରୁତ ବେଗରେ ଗାଡି ଚଳାଇଥିଲେ । ଯୁକ୍ତିତର୍କ ସମୟରେ ସେ ବିଧାୟକଙ୍କ ଝିଅ ବୋଲି କହିଥିଲେ । ବିଧାୟକଙ୍କ ଝିଅ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ମୋ ଉପରେ କେସ୍ କରାଯାଇ ପାରିବ ନାହିଁ । ତେବେ ଯୁକ୍ତିତର୍କ ବେଳେ ବିଧାୟକଙ୍କ ଝିଅ ପୋଲିସ୍‌କୁ କହିଥିଲେ ମୁଁ ବର୍ତ୍ତମାନ ହିଁ ଯିବାକୁ ଚାହୁଁଛି । କାର୍‌ ଅଟକାଅ ନାହିଁ ।

ଓଭରଟେକିଂ ପାଇଁ ତୁମେ ମୋ ନାଁରେ କେସ୍‌ କରିପାରିବ ନାହିଁ । ଏଇଟା ବିଧାୟକଙ୍କ ଗାଡ଼ି । ଆମେ ସ୍ପିଡ୍‌ରେ ଗାଡ଼ି ଚଲାଉ ନଥିଲୁ । ମୋ ବାପାଙ୍କ ନାଁ ଅରବିନ୍ଦ ଲିମ୍ବାଭଲି । ତେବେ କେବଳ ଏତିକି ନୁହେଁ ଏହି ସମୟରେ ଭିଡିଓ ସୁଟ୍ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ ବିଧାୟକଙ୍କ ଝିଅ ପ୍ରବଳ ଯୁକ୍ତିତର୍କ କରିବା ସହ କ୍ୟାମେରାକୁ ବାଡେଇ ଥିଲେ । ପରେ ପୋଲିସ ଜରିମାନା ଲଗାଇବା ପରେ କାରକୁ ଯିବାକୁ ଦେଇଥିଲା ।

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଲୋକେ ବିଧାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହି ପୁରା ମାମଲାରେ ବିଧାୟକ କ୍ଷମା ମାଗିଛନ୍ତି । ହେଲେ ବିଧାୟକ ନିଜ ବୟାନରେ କହିଛନ୍ତି ଯେ, କାର ତାଙ୍କ ଝିଅ ନୁହେଁ ବରଂ ତାର ସାଙ୍ଗ ଚଲାଉଥିଲା । କିନ୍ତୁ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ତାଙ୍କ ଝିଅ ହିଁ ଡ୍ରାଇଭିଂ ସିଟରେ ବସିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *