Hotel Mayfair ରେ କ୍ରିକେଟ ଖେଳାଳୀକୁ ଭବ୍ୟ ସ୍ଵାଗତ, ଲାଗିଛି କ୍ରିକେଟ ପ୍ରେମୀଙ୍କ ଭିଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ । ରବିବାର ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ ପାଇଁ ଉଭୟ ଟିମ୍ ଓଡିଶାରେ ଆସି ପହଁଚିଛନ୍ତି । ସେମାନେ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆସି ପହଁଚିଥିଲେ । ସେଠାରୁ ଖେଳାଳି ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ ଫାୟାର ଯାଇଛନ୍ତି । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯିବ ।

ତେବେ ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ରହଣି ପାଇଁ ମେ ଫେୟାର ପ୍ରସ୍ତୁତ ରହିଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ। ଖେଳାଳି ପହଁଚିବା ପୂର୍ବରୁ ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନିଆଯିବ ସେ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିଲେ ।

ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ମୁତୟନ ହୋଇଛନ୍ତି ପୋଲିସ । ତେବେ ସେହିପରି ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ପ୍ଲେୟାର ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚି ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ ।

୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ୨ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ହେଉ ଥିବା ବେଳେ ଖାଲି କ୍ରୀଡ଼ାପ୍ରେମୀ ନୁହେଁ ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ଆସିଥିବା ଖେଳାଳିମାନେ କ’ଣ ଖାଇବେ, କ’ଣ ନଖାଇବେ, ତାକୁ ନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନୁ ।

ବିଶେଷକରି ଖେଳାଳିମାନେ କିପରି ଓଡ଼ିଆ ଖାଦ୍ୟର ସ୍ୱାଦ ନେଇପାରିବେ, ସେଥିପାଇଁ ମେ’ ଫେୟାର ହୋଟେଲ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ତେବେ ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ।ସବୁ ଖେଳାଳିଙ୍କ ପାଇଁ ଡାଲମା ରହିବ। ତେବେ ଏହା ସହ ଖେଳାଳିଙ୍କ ଖାଦ୍ୟରେ ଛେନାପୋଡ ଦିଆଯିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ ।

ଖେଳାଳି ମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁ ନଥିବାରୁ ତାହାକୁ ମେନ୍ୟୁରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ହେଟେଲ ମେ’ ଫେୟାର ମୁଖ୍ୟ ସେଫ୍ ମୃଦୁଲ ମଣ୍ଡଳ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *