ତ୍ରିରଙ୍ଗାରେ ହାତ ମାରିଲାନି ଋଷ ! ହଟେଇଲା ସମସ୍ତ ଦେଶର ପତାକା…

ଋଷ ପୁଣି ଥରେ ଭାରତ ଓ ଋଷର ବନ୍ଧୁତ୍ଵକୁ ଦର୍ଶାଇଛି । ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଥିରେ ଋଷ ନିଜର ଏକ ରକେଟରୁ ସବୁ ଦେଶର ପତାକାକୁ ହଟାଇ ଦେଇଛି । କିନ୍ତୁ ଭାରତର ପତାକା ତ୍ରିରଙ୍ଗାରେ ଋଷର କର୍ମଚାରୀମାନେ ହାତ ବି ମାରିଲେ ନାହିଁ । ଋଷ ପୁଣି ଥରେ ଭାରତରର ଜାତୀୟ ପତାକାକୁ ସମ୍ମାନ ଦେଇଛି । ଋଷର କହିବା ଅଟେ କି ତାଙ୍କ ରକେଟରେ କେବଳ ଭାରତର ପତାକା ଶୋଭା ପାଉଛି । ଭାରତୀୟ ଜାତୀୟ ପତାକାର ଶକ୍ତି କେତେ ଆପଣ ଏଥିରୁ ଅନୁମାନ କରି ଦିଅନ୍ତୁ ।

ଋଷ ସବୁ ପତାକାକୁ ଲୁଚାଇ ଦେଉଛି କିନ୍ତୁ ଭାରତର ପତାକାକୁ ସ୍ପର୍ଶ ବି କରୁ ନାହିଁ । ଆପଣମାନେ ଆଗରୁ ଶୁଣିଥିବେ କି ୟୁକ୍ରେନ ଓ ଋଷ ଯୁଦ୍ଧରେ ୟୁକ୍ରେନର ଫସି ଥିବା ଭାରତୀୟ ଛାତ୍ର ଜାତୀୟ ପତାକା ଦେଖାଇ ସୀମା ପାର ହୋଇଛନ୍ତି । କେବଳ ଭାରତୀୟ ନୁହନ୍ତି ଅନ୍ୟ ଦେଶ ଯେମିତି କି ତୁର୍କୀ ଓ ପାକିସ୍ତାନ ଦେଶର ଛାତ୍ରମାନେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଏହା ମଧ୍ୟରେ ପୁଣି ଥରେ ଋଷ ତରଫରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଆପଣ ଋଷ ଭାରତର ପତାକାକୁ କେତେ ସମ୍ମାନ ଦେଉଛି ଦେଖି ପାରୁଥିବେ । ୟୁରୋପୀୟ ଦେଶ ଗୁଡିକ ଓ ପାଶ୍ଚାତ୍ୟ ଦେଶ ଗୁଡିକ ଠାରୁ କଟକଣାର ଶିକାର ହେବା ପରେ ଋଷ ଏହିଭଳି କିଛି ପଦକ୍ଷେପ ନେଇଛି । କିନ୍ତୁ ଏଥିରେ ଭାରତକୁ ବାଦ ଦିଆ ଯାଇଛି । ଋଷର ମହାକାଶ ଗବେଷଣା ସଂସ୍ଥା ରସକସମସ ନିଜର ଏକ ରକେଟରେ ପୂର୍ବରୁ ଲଗାଯାଇଥିବା ଜାତୀୟ ପତାକାକୁ ଲୁଚା ଦେଇଛି ।

କିନ୍ତୁ ଭିଡିଓରେ ଆପଣ ଦେଖି ପାରିବେ କି ସେ ତ୍ରିରଙ୍ଗାରେ ହାତ ମାରି ନାହିଁ । ଋଷର ଏହି ରକେଟରେ କୌଣସି ବି ଦେଶର ପତାକା ନାହିଁ । କେବଳ ଭାରତର ଜାତୀୟ ପତାକା ହିଁ ଶୋଭା ପାଉଛି । Roscosmos Director General Dmitry Olegovich Rogozin ଟ୍ଵିଟ କରି କହିଛନ୍ତି କି ଆମର କର୍ମଚାରୀମାନେ ନିଷ୍ପତି ନେଇଛନ୍ତି କି କିଛି ଦେଶର ପତାକା ବାଦ ପଡିଲେ ଆମର ରକେଟ ସୁନ୍ଦର ଲାଗିବ ।

ଅନ୍ୟ ସମସ୍ତ ଦେଶ କଟକଣା ଲଗାଇଥିଲେ ବି ଭାରତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଋଷ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବର ସମର୍ଥନରେ ଭୋଟ ନ ଦେଇ ଚୁପଚାପ ରହିଥିଲା ଓ ଏହାକୁ ଦ୍ରୁଷ୍ଟି ରଖି ଋଷ ତ୍ରିରଙ୍ଗାକୁ ଲୁଚାଇ ନାହିଁ । ଆସନ୍ତା ୪ ତାରିଖରେ ଋଷର ଏହି ରକେଟରେ ୩୬ ଟି ସ୍ୟାଟେଲାଇଟ ମହାକାଶକୁ ଛଡା ଯିବାର ଥିଲା । ଯାହାକି ବିଶ୍ଵବ୍ୟାପୀ ବ୍ରଡବ୍ୟାଣ୍ଡ ଇଣ୍ଟର୍ନେଟ ସେବା ଯୋଗାଣରେ ସାହାର୍ଯ୍ୟ କରିଥାନ୍ତା । କିନ୍ତୁ ୟୁକ୍ରେନ ସହ ଯୁଦ୍ଧ କାରଣରୁ ଋଷ ଏହି କାର୍ଯ୍ୟକ୍ରମକୁ ବାତିଲ କରିଛି ।

Leave a Reply

Your email address will not be published. Required fields are marked *