ମହାଯୁଦ୍ଧ ବେଳେ ପୁଟିନଙ୍କ ଉପରେ କିଛି ଏମିତି କହିଲେ ଋଷିଆର ଏହି ବ୍ୟକ୍ତି, ଜାଣନ୍ତୁ କିଏ ଏହି ବ୍ୟକ୍ତି ଓ କାହିଁକି କହିଲେ ଏମିତି…

ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଋଷ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଏହା ମଧ୍ୟରେ ଋଷର ଏହି କାର୍ଯ୍ୟକଳାପକୁ ବିଶ୍ଵର ୧୦୦ ରୁ ଅଧିକ ଦେଶ ନିନ୍ଦା କରିଥିବା ସମୟରେ ଋଷର ଜନତା ବି ପସନ୍ଦ କରୁ ନାହାନ୍ତି । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ନିଷ୍ପତି ନେବା କାରଣରୁ ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁଟିନ ପୁରା ବିଶ୍ଵରେ ବର୍ତ୍ତମାନ ଏକୁଟିଆ ହୋଇ ଯାଇଛନ୍ତି ।

କିନ୍ତୁ ଏହା ସହିତ ତାଙ୍କର ହିଁ ଦେଶର ଲୋକମାନେ ତାଙ୍କୁ ବିରୋଧ କରୁଛନ୍ତି । କହିବାକୁ ଗଲେ ଋଷ ଦେଶର ମସ୍କୋ ସହରର ଜଣେ ଜଣା ଶୁଣା ବ୍ୟବସାୟୀ Alex Konanykhin ଯିଏବି ପୁଟିନଙ୍କୁ ଗିରଫ କରିବ ତାକୁ ଏକ ବଡ ଧନରାଶି ଦେବେ ବୋଲି ସେ ଘୋଷଣା କରିଛନ୍ତି ।

ସେ କହିଛନ୍ତି କି ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁଟିନଙ୍କୁ ଗିରଫ କରିଲେ ସେ ତାକୁ ସାଢେ ସାତକୋଟି ଟଙ୍କା ପୁରଷ୍କାର ଦେବେ । Alex Konanykhin ଲିଙ୍କଡିନରେ ଏହି ସମ୍ବନ୍ଧରେ ଏକ ପୋସ୍ଟ ଲେଖିଛନ୍ତି । ପୋସ୍ଟ ସହିତ ସେ ବ୍ଲାଦିମୀର ପୁଟିନଙ୍କ ଏକ ଫଟୋ ବି ଶେୟାର କରିଛନ୍ତି । ପୁଟିନ ମୃତ ନ ହେଲେ ଜୀବିତ । ମୁଁ କଥା ଦେଉଛି ଯେଉଁ ବ୍ୟକ୍ତି ସାମ୍ଭିଧାନିକ କର୍ତ୍ତବ୍ୟ ପାଳନ କରିବ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ରୂପରେ ଗିରଫ କରିବ ତାକୁ ମୁଁ ସାଢେ ସାତକୋଟି ଟଙ୍କା ଦେବି ।

ସେ ଆଗକୁ ଲେଖିଛନ୍ତି କି ପୁଟିନ ଋଷର ରାଷ୍ଟ୍ରପତି ନୁହନ୍ତି ଏକ ଅପରେସନର ଅଂସ ଭାବରେ ସେ ଋଷର ବହୁତ ଆପାର୍ଟମେଣ୍ଟ ଓ କୋଠା ଘର ଗୁଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଏହା ପରେ ନିର୍ବାଚନ ନ କରି ସମ୍ଭିଧାନକୁ ଅପମାନ କରିଛନ୍ତି । ସେ ବିରୋଧୀଙ୍କୁ ନିର୍ବାଚନରେ ନ ହରାଇ ତାଙ୍କୁ ହତ୍ୟା କରିଛନ୍ତି । ଋଷର ଜଣେ ସାଧାରଣ ଓ ସଚେତନ ନାଗରିକ ରୂପରେ ଏକଛତ୍ରବାଦୀ ଓ ନାଜିବାଦୀ ଶାସନରୁ ଦେଶକୁ ମୁକ୍ତ କରିବାର ମୋର କରତବ୍ୟ । ମୁଁ ସର୍ବଦା ୟୁକ୍ରେନକୁ ସମର୍ଥନ କରିବି ।

ପୁଟିନଙ୍କ ବିରୁଦ୍ଧରେ ମାତ୍ରେ ଏକ ଛୋଟ ଦେଶ ଯାହାକୁ ଋଷ ସାମ୍ନାରେ କିଛି ବି ନୁହେଁ ତଥାପି ସେ ଋଷକୁ କଡା ଟକ୍କର ଦେଉଛି । ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ଋଷର ସୈନ୍ୟମାନେ ବି ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି । ଅନ୍ୟ ପଟେ ୟୁକ୍ରେନର ଜନତା ତ୍ରାହି ତ୍ରାହି ଡାକୁଛନ୍ତି । ଅକାରଣରେ ବୋମା ପକାଇ ସେମାନେ ସମସ୍ତଙ୍କୁ ମାରିବାକୁ ଚାହୁଁ ନାହାନ୍ତି । କିନ୍ତୁ ସେମାନେ ବାଧ୍ୟ ।

Leave a Reply

Your email address will not be published. Required fields are marked *