ଭାରତର ଜାତୀୟ ପତାକା ଧରି ନାଚିଲେ ପାକିସ୍ତାନ କ୍ରିକେଟ ଫ୍ୟାନ…ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ପାକିସ୍ତାନୀ ଙ୍କ ହାତରେ ଭାରତୀୟ ତ୍ରିରଙ୍ଗା ଦେଖିବାକୁ ମିଳିଥିଲା । ଭାରତର ଜାତୀୟ ପତାକା ଧରି ନାଚିଲେ ପାକିସ୍ତାନ ର କ୍ରିକେଟ ଫ୍ୟାନ୍ସ । ମ୍ୟାଚ ଯାହା ହେଉ ପଛେ ନାଚିବେ ବୋଲି କହିଥିଲେ । କାନ୍ଧରେ ହାତ ପକାଇ ନିଜ ନିଜ ଦେଶର ପତାକା ଧରି ନାଚିଲେ ଭାରତ ଏବଂ ପାକିସ୍ତାନ ର କ୍ରିକେଟ ପ୍ରେମୀ ମାନେ । ତେବେ ଏହି ଦୃଶ୍ୟଟି ଦେଖିବାକୁ ମିଳିଥିଲା ମେଲବଣ୍ଡରେ ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଟି-20 ବିଶ୍ଵକପ ରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ଭା-ଇ-ରା-ଲ ହେବାକୁ ଲାଗିଛି । ଦେଖିବାକୁ ଗଲେ ଭାରତ ଏବଂ ପାକିସ୍ଥାନ ର କ୍ରିକେଟ ଫ୍ୟାନ୍ସ ମେଲବଣ୍ଡ ଷ୍ଟାଡିୟମର ବାହାରେ କୋକ ଷ୍ଟୂଡିଓ ର ଫେମସ ପଶୁରି ଗୀତରେ ନାଚିବାକୁ ଲାଗିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ପାକିସ୍ଥାନ ର ଯୁବକ ମାନେ ଭାରତର ତ୍ରିରଙ୍ଗା ଧରି ନାଚିଥିଲେ ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ଶତ୍ରୁତା ଏଠାରେ ଦେଖିବାକୁ ମିଳି ନଥିଲା । ଦେଶ ଦେଶ ମଧ୍ୟରେ ଥିବା ଶତ୍ରୁତା କୁ ଭୁଲି ନାଚିବାରେ ମଗ୍ନ ଥିଲେ ଭାରତ ଏବଂ ପାକିସ୍ଥାନ ର କ୍ରିକେଟ ପ୍ରେମୀ । ସୋ-ସି-ଆ-ଲ ମି-ଡି-ଆ ରେ ଏହି ଭି-ଡି-ଓ ଟି ଭା-ଇ-ରା-ଲ ହେବାପରେ ଅନେକ ଭ୍ୟୁୟର୍ସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ର ମ୍ୟାଚକୁ ଛାଡିଦେଲେ, ଏଭଳି ଦୃଶ୍ୟ ଆଉ କେଉଁ ମ୍ୟାଚ ରେ ଦେଖିବାକୁ ମିଳେ ନାହିଁ ।

କିଛି ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ପାକିସ୍ଥାନ ର ଏଭଳି ମିଳନ ଦେଖିଲେ ବହୁତ ଖୁସି ଲାଗୁଛି । ଦୁଇ ଦେଶ ମଧ୍ୟରେ ଏହିଭଳି ଭଲ ପାଇବା ଦେଖି ସୋ-ସି-ଆ-ଲ ମି-ଡି-ଆ ରେ ଏହାକୁ ଅଧିକ ରୁ ଅଧିକ ସେୟାର କରିବାରେ ଲାଗିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନଥିଲା ।

ବର୍ତ୍ତମାନ ଏହି ଦୃଶ୍ୟ ସମସ୍ତଙ୍କ ମନରେ ଆନନ୍ଦର ବାତାବରଣ ଉତ୍ତପନ୍ନ କରିପାରିଛି । ଭାରତ ପାକିସ୍ତାନ ମ୍ୟାଚରେ ସାଧାରଣତଃ ପାଟି ତଥା ଝଗଡା ଭଳି ଦୃଶ୍ୟ ଦେଖିବାର ମିଳିଥାଏ । କିନ୍ତୁ ଆଜିର ଏହି ଦୃଶ୍ୟ ହୃଦୟକୁ ବେସ ଛୁଇଁସାରିଛି । ଖେଳରେ ହାର ଜିତ ସ୍ଵଭାବିକା ମାତ୍ର ନିଜ ନିଜ ଦେଶ କୁ ନେଇ କେତେକ ଭାବୁକ ହୋଇପଡିଥାନ୍ତି । ତେବେ ଭାରତ ପାକିସ୍ତାନ ର ବନ୍ଧୁତା ସ୍ଥାପନ ହେବା ସମ୍ଭବ କି ଶତ୍ରୁତା ଲାଗିରହିବ ? ବନ୍ଧୁଗଣ ଏ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *